Hindi News >>Home >>Odisha Trending

Viral Old Bill: ୧୯୭୧ ମସିହାରେ ୫୦ ପଇସାରେ ମିଳୁଥିଲା ମସାଲା ଡୋସା ଓ କଫି, ତାହା ପୁଣି ଦିଲ୍ଲୀରେ! ବିଶ୍ୱାସ ନ ହେଉଥିଲେ ଦେଖନ୍ତୁ ବିଲ୍

Viral Old Restaurant Bill: ଆଜିର ମହାଙ୍ଗା ଯୁଗରେ ଲୋକମାନେ ୩୦-୪୦ ବର୍ଷ ପୁରୁଣା ସ୍ଲିପ୍ସର ଫଟୋ କ୍ଲିକ୍ କରି  ଆଜିକାଲି ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି । ଏହାକୁ ମଧ୍ୟ ଦେଖି ଅନେକ ଲୋକ ନିଜ ନିଜର ପ୍ରତିକ୍ରିୟା ରଖୁଛନ୍ତି । ଏହି କ୍ରମରେ ଆଜି ୫୨ ବର୍ଷ ପୂର୍ବେ ଏକ ରେସ୍ତୋରାଁ ବିଲ୍ ଭାଇରାଲ ହେବାରେ ଲାଗିଛି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Jan 16, 2023, 08:31 PM IST

Viral Old Restaurant Bill: ଯେତେବେଳେ ସମୟ ଆଗକୁ ବଢିଯାଏ, ସେତେବେଳେ ଲୋକ ମାନଙ୍କ ନିଜ ଅତୀତ ପ୍ରତି ଆଗ୍ରହ ମଧ୍ୟ ବଢିଚାଲେ । ଏହା ମଧ୍ୟ ଏକ କାରଣ ଯେ ସୋସିଆଲ ମିଡିଆରେ ଲୋକମାନେ ଆଜିକାଲି ପୁରୁଣା ଜିନିଷ କିମ୍ବା ପୁରୁଣା ସ୍ଲିପ୍ସର ଫଟୋ ସେୟାର କରୁଛନ୍ତି । ବର୍ତ୍ତମାନ ୫୦-୬୦ ବର୍ଷ ପୂର୍ବେ ବିବାହ କାର୍ଡ ହେଉ କିମ୍ବା ଯାନବାହାନର ବିଲ୍, ସେମାନେ ଏହା ସେୟାର କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।

ଆଜିର ମହାଙ୍ଗା ଯୁଗରେ ଲୋକମାନେ ୩୦-୪୦ ବର୍ଷ ପୁରୁଣା ସ୍ଲିପ୍ସର ଫଟୋ କ୍ଲିକ୍ କରି  ଆଜିକାଲି ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି ।ଏହାକୁ ମଧ୍ୟ ଦେଖି ଅନେକ ଲୋକ ନିଜ ନିଜର ପ୍ରତିକ୍ରିୟା ରଖୁଛନ୍ତି । କିଛି ଦିନ ପୂର୍ବରୁ ଅଟା କିଣିବାର ଏକ ସ୍ଲିପ୍ ଭାଇରାଲ ହୋଇଥିଲା, ସେହିପରି ରୟାଲ୍ ଏନ୍ଫିଲ୍ଡର ପୁରୁଣା ବିଲ୍ ମଧ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଜି ୫୨ ବର୍ଷ ପୂର୍ବେ ଏକ ରେସ୍ତୋରାଁ ବିଲ୍ ଭାଇରାଲ ହେବାରେ ଲାଗିଛି ।

ଏହି ବିଲ୍ ହେଉଛି ୨୮ ଜୁନ୍ ୧୯୭୧ ମସିହାର । ଦିଲ୍ଲୀର ମୋତି ମହଲ ରେସ୍ତୋରାଁରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି, ଯାହା ମଧ୍ୟ ଦୋକାନୀଙ୍କ ହାତରେ ଲେଖାଯାଇଛି । ମସାଲା ଡୋସା ଓ କଫିର ମୂଲ୍ୟ ଫୁଡ ବିଲରେ ଲେଖାଯାଇଛି, ଯାହାକୁ ଦେଖି ଆପଣ ଦ୍ୱନ୍ଦ୍ୱରେ ପଡ଼ିବେ ଯେ ଦୋକାନୀ ଏଥିରେ ଶୂନ ଲେଖିବାକୁ ବୋଧେ ଭୁଲି ଯାଇଛନ୍ତି? ୨ଟି ମସାଲା ଡୋସର ମୂଲ୍ୟ ୧ ଟଙ୍କା ଓ ୨ ଟି କଫିର ମୂଲ୍ୟ ସ୍ଲିପରେ ୧ ଟଙ୍କା ଲେଖାଯାଇଛି । ଅର୍ଥାତ ଗୋଟିଏ ମସାଲା ଡୋସା ୫୦ ପଇସା ଓ ଗୋଟିଏ କଫି ପାଇଁ ୫୦ ପଇସା  ନିଆଯାଇଛି । ମୋଟ ବିଲ୍ ୨ ଟଙ୍କା ଥିଲା, ଯେଉଁଥିରେ ୬ ପଇସା ସର୍ଭିସ୍ ଟ୍ୟାକ୍ସ ଓ ୧୦ ପଇସା ସର୍ଭିସ୍ ଚାର୍ଜ ଯୋଡା ଯାଇଥିଲା ଓ ଦୁଇ ଜଣଙ୍କ ପାଇଁ ମୋଟ ବିଲ୍ ୨ ଟଙ୍କା ୧୬ ପଇସା ଥିଲା । ଆମେ ଜାଣୁ ଆପଣ ବର୍ତ୍ତମାନ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରୁ ନାହାଁନ୍ତି ।

ଏହି ବିଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ @indianhistory00 ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି । ଏହି ପୋଷ୍ଟ ସହିତ ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ମଧ୍ୟ ଦିଆଯାଇଛି । ଯାହା ଉପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏହି ପୋଷ୍ଟଟି ୧ ଫେବୃଆରୀ ୨୦୧୭ ରେ ସେୟାର କରାଯାଇଥିଲା, ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହା ବି ପଢନ୍ତୁ: Saurav Ganguly: ରାଜନୀତିରେ ପାଦ ପକାଇବେ ସୌରଭ ଗାଙ୍ଗୁଲି! ମମତା ବାନାର୍ଜୀଙ୍କ ସହ କଲେ ବୈଠକ

ଏହା ବି ପଢନ୍ତୁ: 100 lakh crore note: ଆପଣ ଜାଣନ୍ତି କି ୧୦୦ ଲକ୍ଷ କୋଟିର ନୋଟ କେଉଁ ଦେଶ ଛାପିଥିଲା, ତଥାପି ସୁଧୁରିନଥିଲା ଦେଶର ଅର୍ଥନୈତିକ ପରିସ୍ଥିତି

Read More
{}{}