Hindi News >>Home >>Odisha Trending

Old Pension Scheme: ପୁରୁଣା ପେନସନକୁ ନେଇ ସୃଷ୍ଟି ହେଲା ବବାଲ୍, ଜାଣନ୍ତୁ ନୂଆ ପେନସନ ଅପେକ୍ଷା ଏହା କିପରି ଅଧିକ ଲାଭଦାୟକ?

Old Pension Scheme Vs New Pension Scheme: ନିକଟ ଅତୀତରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ଉପହାର ଦେଇଛନ୍ତି । ଏହାପୂର୍ବରୁ ପଞ୍ଜାବ, ରାଜସ୍ଥାନ ଏବଂ ଛତିଶଗଡରେ ପୁରୁଣା ପେନସନ୍ ପୁନଃ ଲାଗୁ କରାଯାଇଛି । ଏହା ପରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ କର୍ମଚାରୀଙ୍କ ତରଫରୁ ପୁରୁଣା ପେନସନର ଦାବି ମଧ୍ୟ ବୃଦ୍ଧି ପାଇଛି । 

Advertisement
Old Pension Scheme: ପୁରୁଣା ପେନସନକୁ ନେଇ ସୃଷ୍ଟି ହେଲା ବବାଲ୍, ଜାଣନ୍ତୁ ନୂଆ ପେନସନ ଅପେକ୍ଷା ଏହା କିପରି ଅଧିକ ଲାଭଦାୟକ?
Stop
Tamal Bakchi|Updated: Jan 29, 2023, 10:28 AM IST

Old Pension Scheme Vs New Pension Scheme: ୨୦୨୪ରେ ଲୋକସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ କିଛି ରାଜ୍ୟ ସରକାର ପୁରୁଣା ପେନସନ ସ୍କିମ୍ (Old Pension Scheme) ଘୋଷଣା କରି ରାଜନୈତିକ ପାରା ବଢ଼ାଇଛନ୍ତି । ନିକଟ ଅତୀତରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ (OPS) ଉପହାର ଦେଇଛନ୍ତି । ଏହାପୂର୍ବରୁ ପଞ୍ଜାବ, ରାଜସ୍ଥାନ ଏବଂ ଛତିଶଗଡରେ ପୁରୁଣା ପେନସନ୍ ପୁନଃ ଲାଗୁ କରାଯାଇଛି । ଏହା ପରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ କର୍ମଚାରୀଙ୍କ ତରଫରୁ ପୁରୁଣା ପେନସନର ଦାବି ମଧ୍ୟ ବୃଦ୍ଧି ପାଇଛି । ଏହା ବ୍ୟତୀତ ବିଭିନ୍ନ ରାଜ୍ୟରେ ମଧ୍ୟ ଏଥିପାଇଁ ଦାବି କରାଯାଉଛି ।

ଏହା ଉପରେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ନିକଟ ଅତୀତରେ ଶ୍ରମିକ ସଂଗଠନଗୁଡ଼ିକ ପୁରୁଣା ପେନସନ୍ ବ୍ୟବସ୍ଥା (OPS) ର ପୁନଃ ଲାଗୁ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦାବି କରିଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମ୍ମୁଖରେ ବସିବାକୁ ଦାବି କରି ଶ୍ରମିକ ସଂଗଠନ ଅନଲାଇନ୍ ବୈଠକରେ ଅଂଶଗ୍ରହଣ କରିନଥିଲେ । ତେବେ ଅର୍ଥ ରାଜ୍ୟମନ୍ତ୍ରୀ ଭାଗବତ କରାଡ ପୁରୁଣା ପେନ୍‌ସନ୍‌ ଲାଗୁ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ଆସନ୍ତୁ ଜାଣିବା ପୁରୁଣା ପେନସନ ସ୍କିମ୍ ଓ ନୂତନ ପେନସନ ସ୍କିମ୍ ( New Pension Scheme) ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି?

ଏସବୁ ମଧ୍ୟରୁ ବଡ଼ ପ୍ରଶ୍ନ ହେଉଛି ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା ଭବିଷ୍ୟତ ପାଇଁ ଠିକ୍ ହେବ କି ନାହିଁ । ବିଶେଷଜ୍ଞ ମାନେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଋଣଗ୍ରସ୍ତ ରାଜ୍ୟ ମାନେ ପୁରୁଣା ପେନନ୍ ଯୋଜନା କାର୍ଯ୍ୟକାରୀ କରନ୍ତି, ତେବେ ଏହା ଆଗାମୀ ସମୟରେ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଏହାଦ୍ୱାରା ଆଗାମୀ ସରକାର ଉପରେ ଆର୍ଥିକ ବୋଝ ବୃଦ୍ଧି ପାଇବ । NITI ଆୟୋଗର ଡେପୁଟି ଚେୟାରମ୍ୟାନ୍ ବେରୀ ଅତୀତରେ ସ୍ପଷ୍ଟ ଭାବରେ କହିଥିଲେ ଯେ, ରାଜ୍ୟ ସରକାର ଗ୍ରହଣ କରିଥିବା ଏହି ପଦକ୍ଷେପ ଭବିଷ୍ୟତର ଟିକସଦାତାଙ୍କ ଉପରେ ବୋଝ ପକାଇବ ।

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ଭଣ୍ଡାରରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

ନୂତନ ପେନସନ ଯୋଜନା କ’ଣ?

ନୂତନ ପେନସନ ଯୋଜନା ବେସିକ୍ ବେତନ ଓ ଡିଏର ୧୦ ପ୍ରତିଶତ ଅଂଶ କଟାଇଥାଏ । ଜାତୀୟ ପେନସନ୍ ସ୍କିମ୍ (NPS) ସମ୍ପୁର୍ଣ୍ଣ ଭାବରେ ଷ୍ଟକ୍ ମାର୍କେଟର ଗତିବିଧି ଉପରେ ଆଧାରିତ । ଏଥିରେ ୬୦ ବର୍ଷ ପରେ ପେନସନ ପାଇବାକୁ ହେଲେ NPS ପାଣ୍ଠିର ୪୦ ପ୍ରତିଶତ ନିବେଶ କରିବାକୁ ପଡ଼ିଥାଏ । ଅର୍ଥାତ୍ ଆପଣଙ୍କ ୬୦ ପ୍ରତିଶତ ଅର୍ଥରୁ ପେନସନ ମିଳିଥାଏ । ଏହି ଯୋଜନାରେ ଅବସର ପରେ ପେନସନର କୌଣସି ଗ୍ୟାରେଣ୍ଟି ନାହିଁ । କିମ୍ବା ସମ୍ପର୍କୀୟଙ୍କ ପାଇଁ କୌଣସି ସୁବିଧା ନାହିଁ । ଏଥିରେ DA ବୃଦ୍ଧି ପାଇଁ କୌଣସି ବ୍ୟବସ୍ଥା ନାହିଁ ।

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଟି 20 ମ୍ୟାଚରେ ଇଶାନ କିଶନଙ୍କ ସ୍ଥାନ ନେବେ ଏହି ଖେଳାଳି! ହେବେ ଶୁଭମାନ ଗିଲଙ୍କ ନୂଆ ଓପନିଂ ପାର୍ଟନର

ଅଧିକ ପଢ଼ନ୍ତୁ:-ସାନ ଭାଇଙ୍କ ପତ୍ନୀଙ୍କୁ ନେଇ ଫେରାର ବଡ଼ ଭାଇ, ଦେଢଶୁର ପାଇଁ ୨ ସନ୍ତାନର ମା' ଭୁଲିଲା ଲୋକଲଜ୍ଜା

ଅଧିକ ପଢ଼ନ୍ତୁ:-BCCI ଖୋଲିଲା ସବୁଠୁ ବଡ଼ ରହସ୍ୟ! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଋଷଭ ପନ୍ତଙ୍କ ସ୍ଥାନ ନେବେ ଏହି ଖେଳାଳି

 

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।

Read More
{}{}