Hindi News >>Home >>Odisha Trending

Old Pension Scheme: ଆଉ ଏକ ବିଜେପି ଶାସିତ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା! ସରକାର ନେଲେ ଏହି ବଡ଼ ପଦକ୍ଷେ

Old Pension Scheme: ପୁରୁଣା ପେନସନ ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ ।

Advertisement
Old Pension Scheme: ଆଉ ଏକ ବିଜେପି ଶାସିତ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା! ସରକାର ନେଲେ ଏହି ବଡ଼ ପଦକ୍ଷେ
Stop
Tamal Bakchi|Updated: Mar 17, 2023, 10:43 AM IST

Old Pension Scheme: ମହାରାଷ୍ଟ୍ରରେ ପୁରୁଣା ପେନସନ ସ୍କିମ୍ (OPS) ପୁନଃ ଲାଗୁ କରିବା ଦାବିକୁ ନେଇ ସରକାରୀ ତଥା ଅର୍ଦ୍ଧ ସରକାରୀ କର୍ମଚାରୀଙ୍କ ଦ୍ୱାରା ଆନ୍ଦୋଳନର ଆହ୍ୱାନ କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra CM) ଏକନାଥ ସିନ୍ଦେ ଗତକାଲି (ମାର୍ଚ୍ଚ ୧୬) ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି । ପୁରୁଣା ପେନସନ୍ ଯୋଜନା (Old Pension Scheme) ଉପରେ ନିଷ୍ପତ୍ତି ନେବାକୁ ସେ ତିନିଜଣିଆ କମିଟି ଗଠନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଘୋଷଣା କରିଛନ୍ତି । ଏହି ସମୟରେ ସେ କର୍ମଚାରୀମାନ (Government Employees) ଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ ନିବେଦନ କରିଛନ୍ତି । 

ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ବିଜେପି ଶାସିତ କର୍ଣ୍ଣାଟକରେ ମଧ୍ୟ ପୁରୁଣା ପେନସନ ଲାଗୁ କରିବା ଦାବିକୁ ନେଇ ସରକାରୀ କର୍ମଚାରୀ ମାନେ ଆନ୍ଦୋଳନ କରିଥିଲେ । ଯାହା ପରେ ସରକାର କର୍ମଚାରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରିବା ଉପରେ ନିଷ୍ପତ୍ତି ନେବା ପାଇଁ ସେ ଏକ କମିଟ ଗଠନ କରିବ । ଏହା ପରେ ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି ଓ ଏହି କମିଟି ରାଜସ୍ଥାନରେ ଯାଇ ପୁରୁଣା ପେନସନ ଯୋଜନା ଉପରେ ଅନୁଧ୍ୟାନ କରିଛି । ବର୍ତ୍ତମାନ ମହାରାଷ୍ଟ୍ରରେ ମଧ୍ୟ ସରକାର ପୁରୁଣା ପେନସନ ଯୋଜନା ଉପରେ ନିଷ୍ପତ୍ତି ନେବା ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି । ରାଜ୍ୟରେ ସରକାରୀ ଓ ଅର୍ଦ୍ଧ ସରକାରୀ କର୍ମଚାରୀଙ୍କ ଦ୍ୱାରା ହୋଇଥିବା ଧର୍ମଘଟ ଯୋଗୁଁ ରାଜ୍ୟରେ ସରକାରୀ କାର୍ଯ୍ୟାଳୟ ଖାଲି ରହିଥିଲା ।

ଏହି ଧର୍ମଘଟ ଯୋଗୁଁ ଦିନସାରା ସରକାରୀ କାର୍ଯ୍ୟାଳୟରେ କାମ ବନ୍ଦ ହୋଇଯାଇଥିଲା । ଯାହା ପରେ ବିଧାନସଭାରେ ଧର୍ମଘଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି । ଜାତୀୟ ପେନ୍‌ସନ୍‌ ସ୍କିମ୍‌ (NPS) ଓ ପୁରୁଣା ପେନସନ୍ ଯୋଜନା (OPS) ର ତୁଳନାତ୍ମକ ଅଧ୍ୟୟନ କରିବା ପାଇଁ ତିନିଜଣିଆ କମିଟି ଗଠନ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପୁରୁଣା ପେନ୍‌ସନ୍‌ ଯୋଜନା କାର୍ଯ୍ୟକାରୀ କରିବାକୁ କର୍ମଚାରୀ ସଂଗଠନ ପକ୍ଷରୁ କରାଯାଉଥିବା ଧର୍ମଘଟକୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାକୁ ନିବେଦନ କରିଛନ୍ତି ।

ଏହି କମିଟିରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁବୋଧ କୁମାର, କେପି ବକ୍ସି, ସୁଧୀର କୁମାର ଶ୍ରୀବାସ୍ତବ ଯୋଗଦେବେ । ଆକାଉଣ୍ଟସ୍ ଓ ଟ୍ରେଜେରୀ ନିର୍ଦ୍ଦେଶକ ଏହି କମିଟିର ସଚିବ ଭାବରେ କାର୍ଯ୍ୟ କରିବେ । କମିଟି ୩ ମାସ ମଧ୍ୟରେ ଏହାର ସୁପାରିଶ ଓ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଯାଉଛି । ସେପଟେ ରାଜ୍ୟ ସରକାରୀ କର୍ମଚାରୀମାନେ ତୁରନ୍ତ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି । ସରକାରୀ କର୍ମଚାରୀମାନେ ଆଜି 'ୱାନ୍ ମିଶନ୍, ପୁରୁଣା ପେନସନ୍' ସ୍ଲୋଗାନ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 

ଚେତାବନୀ ଦିଆଯାଇଛି ଯେ, ଯଦି ରାଜ୍ୟ ସରକାର ବିକ୍ଷୋଭକାରୀଙ୍କ ଦାବିକୁ ଗ୍ରହଣ ନକରନ୍ତି, ତେବେ ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟର ୧.୫ ଲକ୍ଷ ଗେଜେଟେଡ୍ ଅଧିକାରୀ ଧର୍ମଘଟ କରିବେ । ଗେଜେଟେଡ୍ ଅଧିକାରୀମାନେ କର୍ମଚାରୀଙ୍କ ଧର୍ମଘଟକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ଓ କର୍ମଚାରୀମାନେ ଧର୍ମଘଟ କଲେ ଅଧିକାରୀଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଫଳସ୍ୱରୂପ, ରାଜ୍ୟରେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ଥଗିତ ହେବାର ସମ୍ଭାବନା ରହିଛି । 

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କୁ ଆଜି ଉପହାର ଦେବେ ମୋଦି ସରକାର, ସିଧାସଳଖ ୨୭,୦୦୦ ଟଙ୍କା ବଢ଼ିବ ଦରମା!

ଅଧିକ ପଢ଼ନ୍ତୁ-ବିରାଟ କିମ୍ୱା ଧୋନି ନୁହଁନ୍ତି, ଏହି ଖେଳାଳି ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ କ୍ରିକେଟର; ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍!

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପାଇଁ ଆସିଲା ଖରାପ ଖବର, ଦିନିକିଆ ସିରିଜରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର୍ ବ୍ୟାଟ୍ସମ୍ୟାନ୍

 

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।

Read More
{}{}