Hindi News >>Home >>Odisha Trending

Old Pension Scheme: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଲାଗୁ ହେଲା ପୁରୁଣା ପେନସନ ସ୍କିମ୍, ବର୍ତ୍ତମାନ ମିଳିବ ଏହି ବଡ଼ ଲାଭ!

Old Pension Scheme:  ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

Advertisement
Old Pension Scheme: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଲାଗୁ ହେଲା ପୁରୁଣା ପେନସନ ସ୍କିମ୍, ବର୍ତ୍ତମାନ ମିଳିବ ଏହି ବଡ଼ ଲାଭ!
Stop
Zee Odisha Desk|Updated: Jan 24, 2023, 09:53 AM IST

Old Pension Scheme: ପୁରୁଣା ପେନସନ ସ୍କିମ (Old Pension Scheme) କୁ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି । ଏହି ସମୟରେ ଅନେକ ରାଜ୍ୟ ଏହି ପୁରୁଣା ପେନସନ ସ୍କିମ ବ୍ୟବସ୍ଥା ପୁଣି ଥରେ ଲାଗୁ (OPS Restored) କରିଛନ୍ତି । ଏଥି ସହିତ ଅନେକ ରାଜ୍ୟରେ ନୂତନ ପେନସନ ଯୋଜନା (New Pension Scheme) ଲାଗୁ ରହିଛି । ଏହି ସମୟରେ ପୁରୁଣା ପେନସନ ସ୍କିମ୍ (OPS) କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ୧.୩୬ ଲକ୍ଷ କର୍ମଚାରୀ ମଧ୍ୟ ପୁରୁଣା ପେନସନ ଯୋଜନାର ସୁବିଧା ପାଇବେ । କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ତାଙ୍କ ସ୍ତରରେ ପେନସନ ଯୋଜନା (Pension Scheme) କାର୍ଯ୍ୟକାରୀ କରୁଛନ୍ତି ।

ବିଗତ ଦିନରେ ଅନେକ ରାଜ୍ୟରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ (OPS Restored) ହେବା ପରେ ବର୍ତ୍ତମାନ ହିମାଚଳରେ ରହୁଥିବା ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ଯୋଜନା  (Old Pension Scheme) ର ଲାଭ ପାଇବେ । ଏହି ଖବର ଶୁଣିବା ପରେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସୂଚନା ଦେଇ ରାଜ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଅର୍ଥ ବିଭାଗର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୧.୩୬ ଲକ୍ଷ କର୍ମଚାରୀ ଉପକୃତ ହେବେ । ଅର୍ଥ ବିଭାଗ ଦ୍ୱାରା ନିୟମ, ସର୍ତ୍ତ ଏବଂ SOP ଜାରି କରାଯାଇଛି । ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପୁରୁଣା ପେନ୍ସନ୍ ଯୋଜନାର ପୁନଃ ଲାଗୁ କରିବାକୁ କଂଗ୍ରେସ ସରକାର ଅନୁମୋଦନ ଦେଇଛି । ଏହା ସହିତ ୧୮ରୁ ୬୦ ବର୍ଷ ବୟସର ମହିଳା ମାନଙ୍କୁ ମାସକୁ ୧୫୦୦ ଟଙ୍କା ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏହା ବ୍ୟତୀତ ରୋଜଗାର ବୃଦ୍ଧି ପାଇଁ ଏକ ମାସରେ ଏକ ଲକ୍ଷ ଚାକିରି ପ୍ରଦାନ କରାଯିବ । ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୧, ୨୦୦୪ରୁ ସରକାରୀ ସେବାରେ ଆସୁଥିବା କର୍ମଚାରୀମାନେ ନୂତନ ପେନସନ ଯୋଜନା ଅଧୀନରେ ଆସନ୍ତି ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Election 2022) ସମୟରେ କଂଗ୍ରେସ (Congress) ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ୍ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଯାହାକୁ ସେ ପୂରଣ କରିଛି । କ୍ୟାବିନେଟ କଂଗ୍ରେସର ନିର୍ବାଚନ ମନିଫେଷ୍ଟୋକୁ ସରକାରଙ୍କ ନୀତିଗତ ଦସ୍ତାବିଜ ଭାବରେ ମଧ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଅଧିନାୟକତ୍ୱରୁ ରୋହିତ ଶର୍ମାଙ୍କ ହେବ ଛୁଟି? କୋଚ୍ ରାହୁଲ ଦ୍ରାବିଡ କଲେ ଏହି ବଡ଼ ଖୁଲାସା

ଅଧିକ ପଢ଼ନ୍ତୁ:-ମହମ୍ମଦ ଶାମିଙ୍କୁ ଲାଗିଲା ବଡ଼ ଝଟକା! ୫ ବର୍ଷ ପରେ ପତ୍ନୀ ହସିନ ଜାହାନଙ୍କୁ ନେଇ କୋର୍ଟ ଦେଲେ ଏହି ରାୟ

ଅଧିକ ପଢ଼ନ୍ତୁ:-ଏତେ କୋଟି ଟଙ୍କାର ମାଲିକ ରାହୁଲ-ଆଥିଆ, ଦେଖନ୍ତୁ ସମ୍ପତ୍ତି ମାମଲାରେ କିଏ ଅଛନ୍ତି ଆଗରେ!

 

ପୁରୁଣା ପେନସନ୍ (Old Pension Scheme) ବ୍ୟବସ୍ଥାର ଲାଭ ବିଷୟରେ କହିବାକୁ ଗଲେ ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ଶେଷ ଡ୍ରନ୍ ସ୍ୟାଲେରୀର ଆଧାରରେ ପ୍ରସ୍ତୁତ ହୋଇଥାଏ । ପୁରୁଣା ପେନସନ୍ ସ୍କିମ୍ ଅନୁଯାୟୀ କର୍ମଚାରୀମାନେ ସ୍ଥିର ପେନସନ ପାଆନ୍ତି । ଏହା ଅଧୀନରେ କର୍ମଚାରୀ ପେନସନ୍‌ ଭାବରେ ପ୍ରାପ୍ତ ଶେଷ ବେତନର ୫୦ ପ୍ରତିଶତ ରାଶିର ପାଇବାକୁ ହକଦାର ହୋଇଥାଏ । ତେବେ ପେନସନ ରାଶି ଜାତୀୟ ପେନସନ ସିଷ୍ଟମ୍ ଅଧୀନରେ ଅଂଶଦାୟୀ ରହିଛି, ଯାହା ୨୦୦୪ ପରଠାରୁ କାର୍ଯ୍ୟକାରୀ ହୋଇଆସୁଛି ।

Read More
{}{}