Hindi News >>Home >>Odisha Trending

Old Pension Scheme: ପୁରୁଣା ପେନସନ ଲାଗୁ କରିବାକୁ ନେଇ ବଡ଼ ଅପଡେଟ୍, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ଘୋଷଣା

Old Pension Scheme: କେତେକ ରାଜ୍ୟରେ ପୁରୁଣା ପେନସନ୍ ଲାଗୁ ନହେଲେ କର୍ମଚାରୀମାନେ ଧର୍ମଘଟ କରିବାକୁ ଧମକ ଦେଇଛନ୍ତି । ଏହି ସମୟରେ ରେଳ କର୍ମଚାରୀଙ୍କ ତରଫରୁ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରାଯାଉଛି । ସେପଟେ କିଛି ରାଜ୍ୟ ସରକାର ମଧ୍ୟ ପୁରୁଣା ପେନସନ ସ୍କିମକୁ ପୁଣି ଲାଗୁ କରିଛନ୍ତି । 

Advertisement
Old Pension Scheme: ପୁରୁଣା ପେନସନ ଲାଗୁ କରିବାକୁ ନେଇ ବଡ଼ ଅପଡେଟ୍, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ଘୋଷଣା
Stop
Zee Odisha Desk|Updated: Feb 28, 2023, 01:33 PM IST

Nirmala Sitharaman On Old Pension Scheme: ସାରା ଦେଶରେ ପୁଣି ଥରେ ପୁରୁଣା ପେନସନ ଯୋଜନା (Old Pension Scheme) ଲାଗୁ କରିବା ପାଇଁ କର୍ମଚାରୀ ମାନେ ଦାବି କରୁଛନ୍ତି । କେତେକ ରାଜ୍ୟରେ ପୁରୁଣା ପେନସନ୍ (OPS) ଲାଗୁ ନହେଲେ କର୍ମଚାରୀମାନେ ଧର୍ମଘଟ କରିବାକୁ ଧମକ ଦେଇଛନ୍ତି । ଏହି ସମୟରେ ରେଳ କର୍ମଚାରୀଙ୍କ ତରଫରୁ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରାଯାଉଛି । ସେପଟେ କିଛି ରାଜ୍ୟ ସରକାର ମଧ୍ୟ ପୁରୁଣା ପେନସନ ସ୍କିମ (OPS) କୁ ପୁଣି ଲାଗୁ କରିଛନ୍ତି । ଏହି ସମୟରେ ଗତକାଲି (ସୋମବାର) ଅର୍ଥାତ ଫେବୃଆରୀ ୨୦ରେ କେନ୍ଦ୍ର ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ନୂତନ ପେନ୍‌ସନ୍‌ ସ୍କିମ୍‌ (New Pension Scheme) ପାଇଁ ଅଲଗା ରଖିଥିବା ଟଙ୍କାକୁ ରାଜ୍ୟ ସରକାରଙ୍କୁ ପୁରୁଣା ପେନସନ ପାଇଁ ପ୍ରଦାନ କରିବାକୁ ମନା କରିଦେଇଛନ୍ତି । 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ଯେ, ଯଦି କୌଣସି ରାଜ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଏନପିଏସ ପାଇଁ ପାଣ୍ଠି (NPS Funds) କେନ୍ଦ୍ର (Central Govt) ରୁ ନିଆଯାଇପାରିବ, ତେବେ ତାହା ଉପଲବ୍ଧ ହେବ ନାହିଁ । ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ରାଜସ୍ଥାନ ସରକାର (Rajasthan Govt) ନିଜର ରାଜ୍ୟ କର୍ମଚାରୀ (State Employees) ଙ୍କ ପାଇଁ ନିକଟ ଅତୀତରେ OPS ଘୋଷଣା କରିଥିଲା । ବାସ୍ତବରେ କଂଗ୍ରେସ ସରକାର ହିମାଚଳ ପ୍ରଦେଶ (Himachal Govt) ରେ ମଧ୍ୟ ପୁରୁଣା ପେନସନ (OPS) ଲାଗୁ କରିଛନ୍ତି ।

ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ଙ୍କ ନୂଆ ଘୋଷଣାରୁ ଏହି ପୁରୁଣା ପେନସନ ଯୋଜନା (OPS) କୁ ଝଟକା ଲାଗିବ । ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ଏହା କର୍ମଚାରୀଙ୍କ ଟଙ୍କା ଓ ଅବସର ସମୟରେ କିମ୍ବା ଯେତେବେଳେ କର୍ମଚାରୀ ଆବଶ୍ୟକ କରନ୍ତି ସେହି ଟଙ୍କା କର୍ମଚାରୀଙ୍କ ହାତରେ ଆସିବ । ଏକ ହୋଟେଲରେ ବଜେଟ୍ ବିଷୟରେ ଆଲୋଚନା କରିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ଯେ, ସଂଗୃହୀତ ଟଙ୍କା ରାଜ୍ୟ ସରକାରଙ୍କ ହାତକୁ ଯିବ ନାହିଁ । ଠିକ୍ ସମୟ ଆସିଲେ ହିଁ ଏହି ଟଙ୍କା କର୍ମଚାରୀଙ୍କୁ ଦିଆଯିବ ।

ଅଧିକ ପଢ଼ନ୍ତୁ:-BCCI ଦେଲା ବଡ଼ ଅପଡେଟ୍, ଏହି ବିପଜ୍ଜନକ ଖେଳାଳି ଆହତ କାରଣରୁ ଦଳରୁ ହେଲେ ବାହାର

ଅଧିକ ପଢ଼ନ୍ତୁ:-ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ଅଧିକାରୀଙ୍କ ପ୍ରବେଶ ଉଦ୍ୟମ, ସତର୍କ କରାଇଥିବା ପ୍ରଟୋକଲ ଅଫିସରଙ୍କୁ ମିଳିଲା ଦଣ୍ଡ!

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ସୁନା ୪,୦୫୦ ଟଙ୍କା ତ ରୁପା ୧୩,୧୮୦ ଟଙ୍କା ମିଳୁଛି ଶସ୍ତା!

ରାଜସ୍ଥାନ ସରକାର (Rajasthan Govt) ଙ୍କ ଦ୍ୱାରା ପରିଚାଳିତ ମାଗଣା ଯୋଜନା ଉପରେ ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ଯେ, ଯେତେବେଳେ ସରକାରଙ୍କ ଆର୍ଥିକ ସ୍ଥିତି ଭଲ, ସେତେବେଳେ ଆପଣ ଏଭଳି ଯୋଜନା ଚଳାନ୍ତି । ଆପଣଙ୍କର ବଜେଟରେ ସେଗୁଡ଼ିକ ପାଇଁ ବ୍ୟବସ୍ଥା କରନ୍ତୁ । ଯଦି ଆପଣଙ୍କ ରାଜ୍ୟର ଆର୍ଥିକ ଅବସ୍ଥା ଭଲ ନୁହେଁ, ଆପଣ ବଜେଟରେ ବ୍ୟବସ୍ଥା କରୁନାହାଁନ୍ତି, ଆପଣ ଏଥିପାଇଁ ଋଣ ନେଉଛନ୍ତି । ତେବେ ଏହା ଠିକ୍ ନୁହେଁ । କିଏ ଏହି ଟଙ୍କା ଦେବ? ସେଥିପାଇଁ ଅର୍ଥ ସଚିବ କହିଛନ୍ତି ଯେ ମାଗଣାରେ ଭୋଜନ ହୋଇ ନଥାଏ । ଅର୍ଥ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ଯୋଜନା ଆଣିବା ପାଇଁ ରାଜ୍ୟମାନେ ନିଜ ନିଜ ସମ୍ବଳରୁ ପାଣ୍ଠି ସଂଗ୍ରହ କରିବା ଆବଶ୍ୟକ । ଟିକସରୁ ଉପାର୍ଜନ କରିବା ଉଚିତ । ମାଗଣା ଯୋଜନା ପାଇଁ ରାଜ୍ୟଗୁଡିକ ଭାର ବହନ କରିବା ଭୁଲ ଅଟେ ।

Read More
{}{}