Hindi News >>Home >>Odisha Trending

Bicycle Price: ସାଇକେଲର ଦାମ ମାତ୍ର ୧୮ ଟଙ୍କା! ବିଲ୍ ଦେଖି ୟୁଜର୍ସ କହିଲେ...

Bicycle Price Viral News: ୨୬ ଟଙ୍କା ମୂଲ୍ୟର ରେଷ୍ଟୁରାଣ୍ଟ ବିଲ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବର୍ତ୍ତମାନ ସାଇକେଲ ବିଲର ଫଟୋ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନର ମାତ୍ର କପେ ଚା'ର ମୂଲ୍ୟରେ ଗୋଟିଏ ସାଇକେଲ ଆସୁଥିଲା।

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Dec 02, 2022, 10:04 AM IST

Viral News: ନିକଟରେ ଏକ ରେଷ୍ଟୁରାଣ୍ଟର ପୁରୁଣା ବିଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ୩୪ ବର୍ଷ ପୁରୁଣା ବିଲରେ ଖାଦ୍ୟର ମୂଲ୍ୟ ଏତେ କମ୍ ଥିଲା ଯେ ୟୁଜର୍ସ ତାହାକୁ ଦେଖିବା ପରେ ସେହି ଯୁଗକୁ ଫେରିବା କଥା କହୁଥିଲେ। ୨୬ ଟଙ୍କା ମୂଲ୍ୟର ରେଷ୍ଟୁରାଣ୍ଟ ବିଲ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବର୍ତ୍ତମାନ ସାଇକେଲ ବିଲର ଫଟୋ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନର ମାତ୍ର କପେ ଚା'ର ମୂଲ୍ୟରେ ଗୋଟିଏ ସାଇକେଲ ଆସୁଥିଲା।

ପ୍ରକୃତରେ ଭାଇରାଲ ରେଷ୍ଟୁରାଣ୍ଟ ବିଲ୍ ଠାରୁ ସାଇକେଲ ବିଲ୍ ବହୁତ ପୁରୁଣା। ଭାଇରାଲ୍ ବିଲରେ ଲେଖାଯାଇଥିବା ସାଇକେଲର ମୂଲ୍ୟ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ବାସ୍ତବରେ, ଏହି ବିଲ୍ ସେହି ସମୟର ଯେତେବେଳେ ସାଇକେଲ ମାତ୍ର ୧୮ ଟଙ୍କାରେ ଉପଲବ୍ଧ ଥିଲା। ଭାଇରାଲ୍ ବିଲ୍ ଉପରେ ଲେଖାଯାଇଥିବା ତାରିଖ ଅନୁଯାୟୀ, ଏହି ସାଇକେଲ୍ ବିଲ୍ ଜୁଲାଇ ୧୯୩୪ର ଅଟେ। 

Also Read: Nails: କାହିଁକି ନଖ ବଢି଼ଚାଲିଥାଏ; ମୃତ ବ୍ୟକ୍ତିଙ୍କ ଠାରେ ମଧ୍ୟ ଏହା ଘଟିଥାଏ କି? ପଢ଼ନ୍ତୁ ରିପୋର

ସାଇକେଲର ବିଲରେ ଦୋକାନର ନାମ ଲେଖାଯାଇଛି। ଏହି ବିଲ୍ କୋଲକାତାର କୁମୁଦ ସାଇକେଲ ୱାର୍କର ଅଟେ। ସାଇକେଲ ବିଲରେ ଦୋକାନୀଙ୍କ ଦସ୍ତଖତ ମଧ୍ୟ ଅଛି। ଫେସବୁକରେ ବିଲଙ୍କ ଫଟୋ ସେୟାର କରାଯାଇଛି। ସଞ୍ଜୟ ଖେର ନାମକ ଜଣେ ୟୁଜର ୧୮ ଟଙ୍କିଆ ସାଇକେଲର ବିଲ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଏକଦା ସାଇକେଲ ମୋ ଜେଜେବାପାଙ୍କ ସ୍ୱପ୍ନ ଥିଲା, ସାଇକେଲର ଚକ ପରି, ସମୟର ଚକ କେତେ ବଦଳିଛି।" ଭାଇରାଲ ବିଲ୍ ଫଟୋରେ ସୋସିଆଲ ମିଡିଆ ୟୁଜରମାନେ ଅନେକ କୌତୁହଳିଆ ପ୍ରତିକ୍ରିୟାମାନ ଦେଇଛନ୍ତି।

 

ଜଣେ ୟୁଜର ଲେଖିଛନ୍ତି, "ଏହି ବିଲ୍ ଦେଖିବା ପରେ ମୋତେ ସେହି ପୁରୁଣା ସମୟ ମନେ ପଡିଗଲା, ଯେତେବେଳେ ସବୁକିଛି ବହୁତ ଶସ୍ତା ଥିଲା।" ଅନ୍ୟ ଜଣେ ଲେଖିଛନ୍ତି, "ବର୍ତ୍ତମାନ ଏହା ମହଙ୍ଗା ହୋଇଛି, ସେତେବେଳେ ଜଣେ ସରକାରୀ ମେକାନିକର ଦରମା ୧୨ ଟଙ୍କା ଥିଲା।" ଅନେକ ୟୁଜର୍ସ ଏହି ବିଲ୍କୁ ପ୍ରସିଦ୍ଧ ଟିଭି ଶୋ 'ତାରକ ମେହେତା କା ଓଲଟା ଚଷ୍ମା'ର ଚରିତ୍ର ଆତ୍ମାରାମ ଭିଡେଙ୍କ ଯୁଗର ବୋଲି କହିଛନ୍ତି।

Read More
{}{}