Hindi News >>Home >>Odisha Trending

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପରେ ଇସ୍ତଫା ଦେବେ କି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ? ଦେଲେ ଏହି ଜବାବ

Ashwini Vaishnaw On Opposition resignation Demand: ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ରାଜନୀତି ଚରମ ସୀମାରେ ପହଞ୍ଚିଛି । ବିରୋଧୀ ଦଳ ଲଗାତାର ଭାବେ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି । ଏଥି ସହିତ ଅଶ୍ୱିନି ବୈଷ୍ଣବ ମଧ୍ୟ ଏହାର ଜବାବ ଦେଇଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Zee Odisha Desk|Updated: Jun 03, 2023, 10:29 PM IST

Odisha Train accident: ଓଡି଼ଶାର ବାଲେଶ୍ୱରରେ ତିନୋଟି ଟ୍ରେନ୍ ଦୁର୍ଘଟଣା ପରେ ବିରୋଧୀ ଦଳ ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବଙ୍କ ଇସ୍ତଫା ଦାବି କରୁଛନ୍ତି । ଶନିବାର ଦିନ (୩ ଜୁନ୍) ରେ ଏହା ଉପରେ  ପ୍ରତିକ୍ରିୟା ରଖି ରେଳମନ୍ତ୍ରୀ କହିଛନ୍ତି ଯେ ଏହା ରାଜନୀତି କରିବାର ସମୟ ନୁହେଁ ବରଂ ପୁନରୁଦ୍ଧାର କାର୍ଯ୍ୟ ଉପରେ ଧ୍ୟାନ ଦେବାର ସମୟ ଅଟେ । ସେ କହିଛନ୍ତି ଯେ ଏହି ଦୁଃଖଦ ଦୁର୍ଘଟଣା ପରେ ସମସ୍ତ ଉଦ୍ୟମକୁ ପୁନରୁଦ୍ଧାର କାର୍ଯ୍ୟ ଦିଗରେ ଦେବା ଉଚିତ୍ । ବାସ୍ତବରେ, ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଓ ୯୦୦ ରୁ ଅଧିକ ଲୋକ ଆହତ ହେବା ପରେ ଅନେକ ବିରୋଧୀ ଦଳ ତାଙ୍କ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି । ଏଭଳି ପରିସ୍ଥିତିରେ ରେଳ ମନ୍ତ୍ରୀଙ୍କ ଏହି ବୟାନ ସମ୍ନାକୁ ଆସିଛି ।

ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି
ଏହାପୂର୍ବରୁ କଂଗ୍ରେସ ନେତା ଦିଗବିଜୟ ସିଂ କହିଛନ୍ତି, “ଯେତେବେଳେ ରେଳ ମନ୍ତ୍ରୀ ବାରମ୍ବାର କୁହନ୍ତି ଯେ ଆମର ବ୍ୟବସ୍ଥା ସୁରକ୍ଷିତ ଓ କୌଣସି ଗୁରୁତର ଦୁର୍ଘଟଣା ଘଟିପାରିବ ନାହିଁ, ଏହା କିପରି ହେଲା? ପ୍ରଥମ ଟ୍ରେନ ଦୁର୍ଘଟଣାରେ ଲାଲ ବାହାଦୂର ଶାସ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ପିଏମ ମୋଦୀଙ୍କ କ୍ୟାବିନେଟରୁ ଆମେ ଏହା ଆଶା କରୁନାହୁଁ, କିନ୍ତୁ ଯଦି ତାଙ୍କର (ଅଶ୍ୱିନୀ ବୌଷ୍ଣବ) ଟିକିଏ ମଧ୍ୟ ଲାଜ ଅଛି, ତେବେ ସେ ଇସ୍ତଫା ଦେବା ଉଚିତ୍ ।"

ଏଥି ସହ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଏହି ଦୁର୍ଘଟଣା ସମ୍ପର୍କରେ ଅନେକ ପ୍ରଶ୍ନ ଉଠାଇବା ଆବଶ୍ୟକ, କିନ୍ତୁ ରବିବାର ଦିନ ତାଙ୍କ ଦଳ ଏହି ପ୍ରଶ୍ନ ଉଠାଇବ । ସେ କହିଛନ୍ତି, "ଓଡିଶାରେ ଟ୍ରେନ୍ ଦୁର୍ଘଟଣା ପ୍ରକୃତରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ । ଏହା ଅତ୍ୟନ୍ତ ଦୁଃଖର ବିଷୟ । ଏପରି ପରିସ୍ଥିତି ଅନେକ ପ୍ରଶ୍ନ ଉଠାଇବାର ଅଛି, କିନ୍ତୁ ଆଜି ନୁହେଁ ବରଂ ଆସନ୍ତାକାଲି ଉଠାଯିବ ।"

ଏହା ବ୍ୟତୀତ ତୃଣମୂଳ କଂଗ୍ରେସ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନି ବୌଷ୍ଣବଙ୍କ ଇସ୍ତଫା ଦାବି କରିଛି । ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କହିଛନ୍ତି, "ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରେନରେ ଦୁର୍ଘଟଣା ବିରୋଧୀ ଉପକରଣ ସ୍ଥାପନ କରିବା ପରିବର୍ତ୍ତେ କେନ୍ଦ୍ର ବିରୋଧୀଦଳର ନେତାଙ୍କ ଜାସୁସି କରିବା ପାଇଁ ସଫ୍ଟୱେୟାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ଗରିବ ଲୋକମାନେ କେନ୍ଦ୍ର ସରକାରଙ୍କ ଉଦାସୀନତାର ଶିକାର ହୋଇ ଯନ୍ତ୍ରଣା ଭୋଗୁଛନ୍ତି ।"

ରେଳ ଇତିହାସର ସବୁଠାରୁ ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ତିନୋଟି ଟ୍ରେନ୍-ଶାଲିମର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଓ ଏକ ମାଲବାହି ଟ୍ରେନ ଜଡିତ ଥିଲା ।

ଏହା ବି ପଢନ୍ତୁ: Odisha Train Accident: ଟ୍ରେନ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ମାତ୍ରେ ପିଏମ ମୋଦୀ କରିଥିଲେ ଏହି ୨ ଅଧିକାରୀଙ୍କୁ ଫୋନ୍; ଜାଣନ୍ତୁ କ'ଣ ହୋଇଥିଲେ କଥା

ଏହା ବି ପଢନ୍ତୁ: Odisha Train Accident: ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପଛରେ କ’ଣ ରହିଛି କାରଣ? ଉଠୁଛି ଏହି ୧୦ଟି ବଡ଼ ପ୍ରଶ୍ନ

 

Read More
{}{}