Hindi News >>Home >>Odisha Trending

Odisha Weather: ଆଗାମୀ ୫ଦିନ ଆକାଶରୁ ବର୍ଷିବ ନିଆଁ, ରେଡ ଆଲର୍ଟ ଜାରି କଲା ବିଭାଗ

Odisha Weather:୧୧ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେଣୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୫ ଦିନ ଘରୁ ଜରୁରୀ କାମ ନଥିଲେ ବାହାରକୁ ବାହାରିବାକୁ ମନା କରିଛି ପାଣିପାଗ ବିଭାଗ ।   

Advertisement
Odisha Weather: ଆଗାମୀ ୫ଦିନ ଆକାଶରୁ ବର୍ଷିବ ନିଆଁ, ରେଡ ଆଲର୍ଟ ଜାରି କଲା ବିଭାଗ
Stop
Rasmita Sahoo|Updated: Apr 26, 2024, 05:35 PM IST

Odisha Weather: ତାତିର ଡହଳ ବିକଳ ହେଉଛି ସାରା ରାଜ୍ୟ । ଟିକିଏ ହେଲେ ବି ନିସ୍ତାର ନାହିଁ । ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି କୁ ଗୁଳୁଗୁଳି । ହେଲେ ଏହାରି ମଧ୍ୟରେ ପାଣିପାଗର ଆଲର୍ଟ ଆହୁରି ଟେନସନ ବଢାଇ ଦେଇଛି। ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ(Heat Wave) ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। 

ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ସହ ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଆଜି ପାଇଁ ୮ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ୧୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ (Orange Warning)ଜାରି କରି ସତର୍କ କରାଇଛି ପାଣିପାଗ ବିଭାଗ (Metrological Department)। ସେହିଭଳି ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି ୧୧ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେଣୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୫ ଦିନ ଘରୁ ଜରୁରୀ କାମ ନଥିଲେ ବାହାରକୁ ବାହାରିବାକୁ ମନା କରିଛି ପାଣିପାଗ ବିଭାଗ । 

 

Read More
{}{}