Hindi News >>Home >>Odisha State

Maa Samaleswari Sambalpur: ରାଜ ରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଆ ସମଲେଶ୍ୱରୀ

Samaleswari Temple Sambalpur: ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରତିବର୍ଷ କୁମାର ପୂର୍ଣ୍ଣିମା ଅବସରରେ ଆୟୋଜିତ ହୋଇଯାଇଛି ମାଆ ସମଲେଶ୍ୱରୀଙ୍କ ରାଜ ରାଜେଶ୍ୱରୀ ବେଶ।   

Advertisement
Maa Samaleswari Sambalpur: ରାଜ ରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଆ ସମଲେଶ୍ୱରୀ
Stop
Zee Odisha Desk|Updated: Oct 29, 2023, 12:46 AM IST

Maa Samaleswari Rajarajeswari Besha: ଅକ୍ଟୋବର ୨୮ ତାରିଖ ଶନିବାର ପାଳିତ ହୋଇଯାଇଛି କୁମାର ପୂର୍ଣ୍ଣିମା। ପ୍ରତିବର୍ଷ କୁମାର ପୂର୍ଣ୍ଣିମା ଅବସରରେ ରାଜ ରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଅଥାନ୍ତି ମାଆ ସମଲେଶ୍ୱରୀ। ଏହି କ୍ରମରେ ଶନିବାର ମାଆ ସମଲେଶ୍ୱରୀଙ୍କ ରାଜ ରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଯାଇଛି। କୁମାର ପୁର୍ଣ୍ଣିମା ଅବସରରେ ଭକ୍ତ ମାଆଙ୍କୁ ରାଜ ରାଜେଶ୍ୱରୀ ବେଶରେ ଦର୍ଶନ କରିଛନ୍ତି। ଏହା ସହିତ କୁମାର ପୂର୍ଣ୍ଣିମା ଅବସରରେ ମାଆ ସମଲେଶ୍ୱରୀଙ୍କ ମନ୍ଦିରର ଧ୍ବଜା ରୋହଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥାଏ।

ହେଲେ ଏଥର କୁମାର ପୂର୍ଣ୍ଣିମା ଅବସରରେ ଚନ୍ଦ୍ର ଗ୍ରହଣ ରହିଥିବା କାରଣରୁ ନୀତି ନିର୍ଘଣ୍ଟରେ କିଛିଟା ପରିବର୍ତ୍ତନ କରାଯାଇଛି। ପ୍ରତ୍ୟେକ ବର୍ଷ କୁମାର ପୂର୍ଣ୍ଣିମାରେ ଭକ୍ତ ମାଆଙ୍କୁ ରାଜ ରାଜେଶ୍ୱରୀ ବେଶରେ ମାଆଙ୍କୁ ରାତି ପର୍ଯ୍ୟନ୍ତ ଦର୍ଶନ କରୁଥାନ୍ତି। ହେଲେ ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ପାଇଁ ମାଆଙ୍କ ମନ୍ଦିର ଶନିବାର ଦିନ ୩:୧୫ ସମୟରୁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ କରାଯାଇଛି। ମାଆଙ୍କ ଧ୍ବଜା ରୋହଣ ପରେ ମନ୍ଦିର ପ୍ରାଙ୍ଗଣରେ ଆଖଡ଼ା ଖେଳର ପ୍ରଦର୍ଶନ କରାଯାଇଥିଲା। ସାଧାରଣ ବର୍ଷରେ ସନ୍ଧ୍ୟାରେ ମହା ଆଳତି ପରେ ସମଲେଶ୍ୱରୀ ମନ୍ଦିରରେ ଧ୍ବଜା ରୋହଣ ପର୍ବ ଅନୁଷ୍ଠିତ ହୋଇଥାଏ। ହେଲେ ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ନୀତି କାରଣରୁ ଦ୍ବିପ୍ରହର ଦୁଇଟା ସମୟରେ ଧ୍ବଜା ରୋହଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଭକ୍ତଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଭକ୍ତ ଆସି ମାଆ ସମଲେଶ୍ୱରୀଙ୍କୁ ରାଜ ରାଜେଶ୍ୱରୀ ବେଶରେ ଦର୍ଶନ କରି ଆତ୍ମବିଭୋର ହେବା ସହ ଆତ୍ମତୃପି ଲାଭ କରିଛନ୍ତି। 

ଅକ୍ଟୋବର ୨୮ ତାରିଖ ଶନିବାର ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା। ଯାହା ଓଡ଼ିଶାରେ ପାଳିତ ହେଉଥିବା ଏକ ପ୍ରମୁଖ ପର୍ବ। ଯାହା କୁମାରୋତ୍ସବ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା। ଉତ୍ତର ଭାରତରେ ଏହାକୁ ଶରଦ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳିତ ହୋଇଥାଏ। ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ଦିନ ମାଆ ଲକ୍ଷ୍ମୀ ଦେବୀଙ୍କ ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ଅଥବା କୋଜାଗାର ଲକ୍ଷ୍ମୀ ପୂଜା ବୋଲି ମଧ୍ୟ କୁହାଯାଏ। ଏହି ଦିନ କୁଆଁରୀ ଝିଅ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ, କାର୍ତ୍ତିକଙ୍କ ପୂଜାର୍ଚ୍ଚନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ, ପୌରୁଷ କାମନା କରିଥାନ୍ତି। 

 

Read More
{}{}