Hindi News >>Home >>Odisha Trending

Vigilance Raid: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଏପରିକି ପ୍ରସନ୍ନଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଉଥିବା ନେଇ ସୂଚନା ରହିଛି। ସେହିପରି ଭଞ୍ଜନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ରହିଛି। 

Advertisement
Vigilance Raid: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
Stop
Prabhudatta Moharana|Updated: Sep 11, 2024, 01:41 PM IST

Vigilance Raid: ଭୁବନେଶ୍ୱର: ଭଞ୍ଜନଗର ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଆଜି ୧୧ ସେପ୍ଟେମ୍ବର ୨୦୨୪ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଏହି ଚଢାଉ ଆରମ୍ଭ କରିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ପ୍ରସନ୍ନଙ୍କ ଭଞ୍ଜନଗର କୁଲାଡ଼ ସ୍ଥିତ ବାସଭବନ, ଭଞ୍ଜନଗରର ଆଖପାଖରେ ଥିବା ୬ଟି ସ୍ଥାନ ଓ ବ୍ରହ୍ମପୁରରେ ଥିବା ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

 

ଏପରିକି ପ୍ରସନ୍ନଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଉଥିବା ନେଇ ସୂଚନା ରହିଛି। ସେହିପରି ଭଞ୍ଜନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ରହିଛି। 

Read More
{}{}