Hindi News >>Home >>Odisha Trending

Odisha CM Salary: ନୂଆ ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀ ପାଇଲା ଓଡ଼ିଶା, ଜାଣନ୍ତୁ ପାଇବେ କେତେ ଦରମା?

Odisha CM Salary: ସବୁଠୁ ବଡ଼ କଥା ହେଲା ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିଛି। ବିଜେପି କହିଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ।ଏହାସହ ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତି ପରିଡା ଓ କନକ ବର୍ଦ୍ଧନ ସିଂଦେଓ ନାମ ଘୋଷଣା କରିଛି ବିଜେପି।  

Advertisement
Odisha CM Salary: ନୂଆ ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀ ପାଇଲା ଓଡ଼ିଶା, ଜାଣନ୍ତୁ ପାଇବେ କେତେ ଦରମା?
Stop
Rasmita Sahoo|Updated: Jun 11, 2024, 08:05 PM IST

Odisha CM Salary: ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀ ପାଇଛି । ଏହାସହ ଦୁଇ ଉପମୁଖ୍ୟମନ୍ତ୍ରୀ ପାଇଲା ଓଡ଼ିଶା। ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ଫଳାଫଳ ଗତ ୪ ତାରିଖ ଦିନ ଆସିଲା ପରେ ରାଜ୍ୟବାସୀ ଯେଉଁ ଘୋଷଣାକୁ ଅପେକ୍ଷା କରିଥିଲେ, ତାହା ଆଜି ପ୍ରକାଶ ପାଇଛି। ଆଜି ତଥା ମଙ୍ଗଳବାର ଅପରାହ୍‌ଣରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି ବିଜେପି। ସବୁଠୁ ବଡ଼ କଥା ହେଲା ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିଛି। ବିଜେପି କହିଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ।ଏହାସହ ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତି ପରିଡା ଓ କନକ ବର୍ଦ୍ଧନ ସିଂଦେଓ ନାମ ଘୋଷଣା କରିଛି ବିଜେପି।

ମୋହନ ମାଝୀ-: ଓଡିଶା ରାଜନୀତିରେ ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ମୋହନ ମାଝୀ (Mohan Charan Majhi)। ହେଲେ ରାଜନୀତିକୁ ଆସିବା ପୂର୍ବରୁ ସେ ଏକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଜୀ ଭାବେ କାମ କରୁଥିଲେ। ପରେ ୧୯୯୭-୨୦୦୦ ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଧାୟକ ଭାବେ କେନ୍ଦୁଝରରୁ ନିର୍ବାଚିତ ହେଇଥିଲେ ।  ୨୦୦୦, ୨୦୦୯, ୨୦୧୯ ଏବଂ ୨୦୨୪ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହେଇଛନ୍ତି । ତେବେ ଏହାପୂର୍ବରୁ ସେ ବିଧାନସଭାରେ ବିଜେପିର ମୁଖ୍ୟ ସଚେତକ ଥିଲେ, ଆଉ ଏବେ ବିଜେପି ସତ୍ତାକୁ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଆଯାଇଛି ।

ପ୍ରଭାତି ପରିଡା-: ପ୍ରଥମ ଥର ଏମଏଲଏ ରୁ ଉପ ମୁଖ୍ୟମନ୍ତ୍ରୀ। ତେବେ ପ୍ରଭାତୀ ପରିଡାଙ୍କ ନାଁ ଏବେ ଚର୍ଚ୍ଚାରେ ରହିଛି । କାରଣ ତାଙ୍କର ପ୍ରଥମ ବିଜୟରେ ତାଙ୍କୁ ବଡ ଉପହାର ଦେଇଛି ବିଜେପି । ତାଙ୍କୁ ସିଧା ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି । ୨୦୦୯ ମସିହାରୁ ରାଜନୀତିରେ ପାଦ ଥାପିଥିଲେ ପ୍ରଭାତି । ସେ ପ୍ରଥମେ ୨୦୦୯ରେ ନିମାପଡା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ବିଜେପି ଟିକେଟ ପାଇ ନିର୍ବାଚନ ଲଢିଥିଲେ ବି ପରାଜୟ ବରଣ  କରିଥିଲେ । ସେହିପରି ଲଗାତାର ୨୦୧୯ରେ ପରାଜିତ ହୋଇଥିଲେ  ବି ସେ ଦଳର ସକ୍ରିୟ ସଦସ୍ୟ ଭାବେ କାମ କରିଥିଲେ । ହେଲେ ୨୦୨୪ ରେ ବିଜେଡିର ପୂର୍ବତନ ନେତା ତଥା ମନ୍ତ୍ରୀ ସମୀର ଦାସଙ୍କ ନେତୃତ୍ୱରେ ନିମାପଡ଼ାରୁ ବିଜୟୀ ହୋଇଥିଲା ପ୍ରଭାତି। ଆଉ ଏବେ ସତେ ଯେପରି ତାଙ୍କର ଲଟେରୀ ଲାଗିଯାଇଛି।

କନକ ବର୍ଦ୍ଧନ ସିଂଦେଓ-: 
ରାଜ୍ୟ ବିଜେପି ବିଧାୟକ ଦଳ ବୈଠକରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବାଛିବା ସହିତ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ବାଛିଛି । ମୋହନ ମାଝୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ବାଛିଥିବାବେଳେ, ପାଟଣାଗଡ ବିଧାୟକ କେଭି ସିଂହଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ରାଜ୍ୟର ଦୁଇ ଉପ-ମୁଖ୍ୟମନ୍ତ୍ରୀ ରହିବେ । ତେବେ କେଭି ସିଂଦଦେଓ ହେଉଛନ୍ତି ଏମିତି ଜଣେ ନେତା, ଯିଏ ଅଭିଜ୍ଞତା ଦୃଷ୍ଟିରୁ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ସବୁଠୁ ଆଗରେ ରହିବେ । କେଭି ସିଂହଦେଓ ୬ ଥରର ବିଧାୟକ ହେବା ସହ ପଶ୍ଚିମ ଓଡିଶାରେ ବିଜେପିର ଜଣେ ଟାଣୁଆ ନେତା। 

କଣ ମିଳିବ ସୁବିଧା-
ମୁଖ୍ୟମନ୍ତ୍ରୀ ସହ ଉପମୁଖ୍ୟମନ୍ତ୍ରୀ ଭାବେ ସରକାରୀ ବାସଭବନ, ହାଇ ସିକ୍ୟୁରିଟି ବ୍ୟବସ୍ଥା ପାଇବେ ମୋହନ ଚରଣ ମାଝୀ, ପ୍ରଭାତି ପରିଡ଼ା ଓ କନକ ବର୍ଦ୍ଧନ ସିଂ ଦେଓ। ସେହିପରି ୨୦୨୯ ର ରିପୋର୍ଟ ଅନୁଯାୟୀ, ଦରମା ୪୦ ହଜାର ସହ ଅନ୍ୟାନ୍ୟ ଆଲାଉନ୍ସ ସହ ପାଖାପାଖି ଲକ୍ଷେ ୬୦ ହଜାର ଉପରେ ଦରମା ପାଇବେ। ଆଲାଉନ୍ସ ମଧ୍ୟରେ Travel allowance, Medical,ପେନସନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। 

Also Read:  Mohan Charan Majhi: ଶିଶୁ ମନ୍ଦିର ଗୁରୁଜୀରୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଏମିତି ଥିଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଜୀବନଯାତ୍ରା

Also Read: Budh Gochar 2024: ୧୪ ଜୁନରୁ ଏହିସବୁ ରାଶିଙ୍କ ପାଇଁ ଖରାପ ସମୟ ଆରମ୍ଭ! ରୁହନ୍ତୁ ସତର୍କ

{}{}