Hindi News >>Home >>Odisha Trending

Matric Exam 2024 Odisha: ଫେବୃଆରି ୨୦ ତାରିଖରୁ ମାଟ୍ରିକ ପରୀକ୍ଷା; ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Odisha Matric Exam 2024 Schedule: ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭରୁ ମାର୍ଚ୍ଚ ୪ ତାରିଖରେ ଶେଷ ହେବ ମାଟ୍ରିକ ପରୀକ୍ଷା।

Advertisement
Matric Exam 2024 Odisha: ଫେବୃଆରି ୨୦ ତାରିଖରୁ ମାଟ୍ରିକ ପରୀକ୍ଷା; ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
Stop
Zee Odisha Desk|Updated: Dec 13, 2023, 05:35 PM IST

Odisha Matric Exam 2024 Full Schedule: ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ଆସିଛି ଏକ ବଡ଼ ଖବର। ଆସନ୍ତା ବର୍ଷ ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା। ଯେଉଁ ପରୀକ୍ଷା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ବୁଧବାର ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ୨୦୨୪ ମାଟ୍ରିକ ପରୀକ୍ଷା ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ସଭାପତି ସୂଚନା ଦେଇଛନ୍ତି। 

ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ପକ୍ଷରୁ କୁହାଯାଇଛି ୨୦୨୪ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୦ ତାରିଖ ମଙ୍ଗଳବାର ଠାରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ସୋମବାର ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନ ଅର୍ଥାତ ଫେବୃଆରୀ ୨୦ ତାରିଖ ମଙ୍ଗଳବାର ସାହିତ୍ୟ ଏବଂ ଫେବୃଆରୀ ୨୩ ତାରିଖ ଶୁକ୍ରବାର ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଫେବୃଆରୀ ୨୬ ତାରିଖ ସୋମବାର ଗଣିତ, ଫେବୃଆରୀ  ୨୮ ତାରିଖ ବୁଧବାର ସଂସ୍କୃତ/ହିନ୍ଦୀ, ମାର୍ଚ୍ଚ ୨ ତାରିଖ ଶନିବାର ସାଧାରଣ ବିଜ୍ଞାନ, ମାର୍ଚ୍ଚ ୪ ତାରିଖ ସୋମବାର ସାମାଜିକ ବିଜ୍ଞାନର ପରୀକ୍ଷା ଆୟୋଜିତ ହେବ।

ଚଳିତ ବର୍ଷ ମୋଟ୍ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍‌ ପରୀକ୍ଷା ଦେବେ। ଏହି ପରୀକ୍ଷା ପାଇଁ ମୋଟ ୨୯୯୧ ପରୀକ୍ଷା କେନ୍ଦ୍ର ସ୍ଥାପିତ ହୋଇଛି। ଗୋଟିଏ ସିଟିଂ ରେ ସମସ୍ତ ପରୀକ୍ଷା ହେବ। ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯିବ। ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୫ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। 

୨୦୨୪ ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ

  • ୨୦ ଫେବୃଆରୀ ମଙ୍ଗଳବାର: ସାହିତ୍ୟ 
  • ୨୩ ଫେବୃଆରୀ ଶୁକ୍ରବାର: ଇଂରାଜୀ 
  • ୨୬ ଫେବୃଆରୀ ସୋମବାର: ଗଣିତ 
  • ୨୮ ଫେବୃଆରୀ ବୁଧବାର: ସଂସ୍କୃତ/ହିନ୍ଦୀ
  • ୨ ମାର୍ଚ୍ଚ ଶନିବାର: ସାଧାରଣ ବିଜ୍ଞାନ
  • ୪ ମାର୍ଚ୍ଚ ସୋମବାର: ସାମାଜିକ ବିଜ୍ଞାନ

 

Read More
{}{}