Hindi News >>Home >>Odisha Trending

Odisha Flood Update: ଡରାଉଛି ମହାନଦୀ, ମୁଣ୍ଡଳୀରେ ଏତିକି ଫୁଟ ଉପରେ ରହିଛି ଜଳସ୍ତର; ଜଗତସିଂହପୁରରେ ୨୦ ଫୁଟର ଘାଇ

Odisha Flood Update: ଜଳାର୍ଣ୍ଣବ ହୋଇପଡିଛି ସାରା ରାଜ୍ୟ। ତେବେ, ତାଜା ସୂଚନା ମୁତାବକ କଟକର ମୁଣ୍ତୁଳୀରେ  ୭ଲକ୍ଷ ୭୨ ହଜାର କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନରାଜରେ (Naraj water level) ୩ ଲକ୍ଷ ୯୯ ହଜାର ୬୧୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ତେବେ, ଆଗକୁ ସ୍ଥିତି ଗମ୍ଭୀର ରହିବ ବୋଲି ଆଶଙ୍କା କରାଯାଉଛି । ପଢନ୍ତୁ ପୂରା ରିପୋର୍ଟ...

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Aug 04, 2023, 09:05 AM IST

Odisha Flood Update: ଲଗାଣ ବର୍ଷା (Heavy rain) ଦେଇଦେଲା ଦୁଃଖ । ଯୁଆଡେ ଦେଖିବ ସିଆଡେ ପାଣି। ଜଳାର୍ଣ୍ଣବ ହୋଇପଡିଛି ରାଜ୍ୟର ବିଭିନ୍ନ  ସ୍ଥାନ କେଉଁଠି ଛାତିଏଁ ଉଚ୍ଚର ପାଣି ଚାଲିଛି ତ କେଉଁଠି ଘରେ ପାଣି ପଶି ଥିବାରୁ ଲୋକେ ପରଘରେ ଆଶ୍ରୟ ନେଇଛନ୍ତି । ତେବେ, ତାଜା ସୂଚନା ମୁତାବକ କଟକର ମୁଣ୍ତୁଳୀରେ ( Mundali Water Level) ୭ଲକ୍ଷ ୭୨ ହଜାର କ୍ୟୁସେକ୍  ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନରାଜରେ (Naraj water level) ୩ ଲକ୍ଷ ୯୯ ହଜାର ୬୧୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ତେବେ, ଆଗକୁ ସ୍ଥିତି ଗମ୍ଭୀର ରହିବ ବୋଲି ଆଶଙ୍କା କରାଯାଉଛି । ଲଗାଣ ବର୍ଷା ଯୋଗୁଁ କଟକର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। 

କଟକର ବାଙ୍କୀ, ଆଠଗଡର ବିଭିନ୍ନ ପଞ୍ଚାୟତ ଜଳମଗ୍ନ ହୋଇଥିବା ବେଳେ ୫ ଫୁଟ୍ ଉଚ୍ଚର ପାଣି କ୍ଷେତ ଜମିରେ ଜମି ରହିଛି । ଏପରିକି ରାସ୍ତା ଉପରେ ଏବେବେ ୪ ଫୁଟ୍ ଉଚ୍ଚର ପାଣି ଚାଲୁଥିବା ଦେଖିବାକୁ ମିଳିଛି (Odisha Flood)। କେବେଳ ସେତିକି ନୁହେଁ ଲୋକଙ୍କ ଘରେ ପାଣି ପଶି ଯାଇଥିବାରୁ ଚୁଲି ମଧ୍ୟ ଜଳୁନି। ସେପଟେ, ଯାଜପୁରେ ପ୍ରବାହିତ ବୈତରଣୀ  ନଦୀରେ ବନ୍ୟା ଜଳ ହ୍ରାସ ପାଇବାରେ ଲାଗିଛି । ସେପଟେ, ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ଉପରେ, ପ୍ରଶସାନ ପକ୍ଷରୁ ଯେ, କୌଣସି ଦୁର୍ଘଟଣା ଏଡାଇବାକୁ କଡା ନଜର ରଖାଯାଇଛି। 

Also Read:  Shukra Gochar 2023: କର୍କଟ ରାଶିକୁ ଚଳନ କରିବେ ଶୁକ୍ର, ସାବଧାନ୍ ରୁହନ୍ତୁ ଏହି ୪ରାଶିର ଲୋକେ!

Also Read: Horoscope Today Aug 4 2023: ଧନପ୍ରାପ୍ତିର ଯୋଗ ସହ ଏହି ତିନି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭଫଳ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ସେପଟେ, ଆଜି ସକାଳୁ ଜଗତସିଂହପୁର ଜିଲ୍ଲା  କୁଜଙ୍ଗ  ବ୍ଲକ୍‌ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଘାଇ ଯୋଗୁଁ କେତେକ ଗାଁ  ଜଳବନ୍ଦୀ ହୋଇ ଯାଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲଗାଣ ବର୍ଷାରେ ଟୁଇନ୍ ସିଟି ଭାସୁଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଏପରିକି କେତେକ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି ।  ସେହିପରି ବୌଦ୍ଧ ଜିଲ୍ଲାର ତଳିଆ ଅଂଚଳ ସମେତ ସହରର ତଳିଆ ଅଞ୍ଚଳରେ ଘରଘରେ ବର୍ଷା ପାଣି ପଶିଛି। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଡ୍ରେନେଜ ବ୍ୟସ୍ଥା ନ ଥିବାରୁ ଏଭଳି ସ୍ଥିତି ଉପୁଜୁଛି ବୋଲି ଅଭିଯୋଗ କରିଛନ୍ତି ଲୋକେ। ବର୍ଷା ପାଣି ନିଷ୍କାସନ ପାଇଁ ଦମକଳ ଗାଡ଼ି ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି । 

ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟରେ ଚର୍ଚ୍ଚିତ ଜିଲ୍ଲା କେନ୍ଦ୍ରାପଡା ମଧ୍ୟ ବନ୍ୟାରୁ ବାଦ୍ ପଡିନି।  ଜିଲ୍ଲାର ମହାକାଳପଡା, ମାର୍ଶାଘାଇ, ଡେରାବିଶ ଓ ଗରଦପୁର ବ୍ଲକର କିଛି ଅଞ୍ଚଳ ଏବେବି ଜଳବନ୍ଦୀ ହୋଇ ରହିଛି । ପରିସ୍ଥିତି ସଙ୍ଗୀନ ଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଆଗକୁ ସ୍ଥିତି ସଙ୍ଗୀନ ରହିପାରେ ବୋଲି କୁହାଯାଉଛି । ତେବେ, ଏନେଇ ପ୍ରଶାସନ ସତର୍କ ଥିବା ଜଣାପଡିଛି । ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି। ସେହିପରି ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବାରୁ ହୀରାକୁଦର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି। 

 

Read More
{}{}