Hindi News >>Home >>Odisha Trending

Oyo founder Ritesh Agarwal Wedding: ପ୍ରଧାନମନ୍ତ୍ରୀଙ୍କୁ ବିବାହ ନେଇ ନିମନ୍ତ୍ରଣ କଲେ ଓଡ଼ିଆ କୋଟିପତି ଯୁବ ଉଦ୍ୟୋଗୀ, ଦେଖନ୍ତୁ ଫଟୋ

Oyo founder Ritesh Agarwal : ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓୟୋ ରୁମ୍ସ ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ(OYO Founder Ritesh Agarwal)। ଜୀବନର ନୂଆ ଆରମ୍ଭ କରିବାକୁ ଯାଉଥିବା ଓଡ଼ିଶାର ଏହି କୋଟିପତି ଯୁବ ଉଦ୍ୟୋଗୀ ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବିବାହ ନେଇ ନିମନ୍ତ୍ରଣ କରିଛନ୍ତି । ସାଥିରେ ଥିଲେ ମାଆ ଓ ଭାବି ପତ୍ନୀ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 20, 2023, 12:57 PM IST

Oyo founder Ritesh Agarwal Wedding: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓୟୋ ରୁମ୍ସ ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ(OYO Founder Ritesh Agarwal)। ଚଳିତ ବର୍ଷ ମାର୍ଚ୍ଚ ମାସରେ ପଡ଼ିବ ଓୟୋ ଫାଉଣ୍ତରଙ୍କ ହାତଗଣ୍ଠି । ଜୀବନର ନୂଆ ଆରମ୍ଭ କରିବାକୁ ଯାଉଥିବା ଓଡ଼ିଶାର ଏହି କୋଟିପତି ଯୁବ ଉଦ୍ୟୋଗୀ ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବିବାହ ନେଇ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ରିତେଶ ଅଗ୍ରୱାଲଙ୍କ ସହ ତାଙ୍କ ମାଆ ଓ ଭାବି ପତ୍ନୀ ମଧ୍ଯ ଯାଇଥିଲେ  ।

ପ୍ରକାଶ ଥାଉ କି, ରିତେଶ ତାଙ୍କ ଟ୍ବଟରେ ଆକାଉଣ୍ଟରେ ମୋଦିଙ୍କ ସହ ସାକ୍ଷାତ କରିବା ସମୟରେ ଫୋଟ ସେୟାର କରିଛନ୍ତି । ଗୋଟିଏ ଫଟୋରେ ରିତେଶ ଓ ତାଙ୍କ ଭାବି ପତ୍ନୀ ଜୀବନର ନୂଆ ଆରମ୍ଭ ପାଇଁ ମୋଦିଙ୍କ ପାଦ ଛୁଇଁ ଆର୍ଶବାଦ ନେଉଥିବା ଦେଖିବାକୁ ମିଳିଛି । ଏଥିରେ ସେ ଲେଖିଛନ୍ତି ଯେ, ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆର୍ଶବାଦରେ ଆମେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ । ଆମକୁ ସେ ଯେଉଁଭଳି ଭାବେ ସ୍ବାଗତ କଲେ ମୁଁ ତାହାକୁ ଶଦ୍ଦରେ ମଧ୍ଯ ପ୍ରକାଶ କରିପାରିବି ନାହିଁ ।

 

ଅନ୍ୟଏକ ଫଟୋ ସେୟାର କରି ସେ ଲେଖିଛନ୍ତି, ମୋ ମାଆ, ଯିଏ ମହିଳା ସଶକ୍ତିକରଣ ଓ ଗୀତ ପାଇଁ ଦୂରଦୃଷ୍ଟିରେ ଅନୁପ୍ରାଣିତ । ଏହି ସାକ୍ଷାତକାର ହୃଦୟସ୍ପର୍ଶୀ ଥିଲା । ଆପଣଙ୍କ ମୂଲ୍ୟବାନ ସାମୟ ପାଇଁ ବହୁତ ବହୁତ ଧନ୍ୟବାଦ ଓ ଶୁଭେଚ୍ଛା ।

 

 

ସୂଚନା ଅନୁଯାୟୀ, ଦିଲ୍ଲୀର ପଞ୍ଚତାରକା ହୋଟେଲରେ ଏହି କୋଟିପଟି ଯୁବ ଉଦ୍ୟୋଗୀଙ୍କ ବିବାହ ଭୋଜି ଅନୁଷ୍ଠିତ ହେବ । ରିତେଶ ରାୟଗଡ଼ା ଜିଲ୍ଲା ବିଷମକଟକର ଏକ ମାରୱାଡ଼ି ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୧ ମସିହାରେ ପାଠ ପଢିବା ପାଇଁ ଦିଲ୍ଲୀ ଚାଲିଯାଇଥିଲେ । ମାତ୍ର ଦୁଇବର୍ଷ ପରେ ସେ ପାଠପଢା଼ ଛାଡ଼ିଦେଇଥିଲେ । ପରେ ମାତ୍ର ୧୯ ବର୍ଷରେ ସେ ବଜେଟ ହୋଟେଲ ରୁମ୍ ର ଅନଲାଇନ ଏଗ୍ରିଗେଟର ଓୟୋ ରୁମ ପ୍ରତିଷ୍ଠା କରିଥିଲେ । ୨୦୨୦ ମସିହାରେ ତାଙ୍କ ସମ୍ପତ୍ତିର ପରିମାଣ ପାଖାପାଖି $1.1 ବିଲିୟନ୍ (7253 କୋଟି ଟଙ୍କା) ହେବ ବୋଲି ହୁରୁନ୍ ରିଚ୍ ଲିଷ୍ଟ୍ ୨୦୨୦ ଅନୁସାରେ ଆକଳନ କରାଯାଇଥିଲା। ସେହିବର୍ଷ ଫେବୃୟାରୀ ସୁଦ୍ଧା ସେ ବିଶ୍ୱର ସର୍ବକନିଷ୍ଠ ସ୍ୱୟଂ-ନିର୍ମିତ କୋଟିପତି ହୋଇପାରିଥିଲେ ।

Also Read-Bank Balance: ସାର୍ବଜନୀନ ହୋଇଯିବ ଆପଣଙ୍କ ସଞ୍ଚିତ ଅର୍ଥରାଶିର ତଥ୍ୟ, ଯଦି କରନ୍ତି ଏପରି କାମ

Also Read-Blue tick Fees: ଟ୍ୱିଟର ରାସ୍ତାରେ ଫେସବୁକ, ବ୍ଲୁ ଟିକ୍ ପାଇଁ ଟ୍ୱିଟର ଠାରୁ ଏତିକି ଅଧିକ ଟଙ୍କା ୟୁଜର

 

 

 

  

 

 

 

 

 

 

 

 

 

 

 

 

 

 

Read More
{}{}