Hindi News >>Home >>Odisha Trending

ନବରଙ୍ଗପୁରରୁ ମୋଦିଙ୍କ ଗର୍ଜନ; ଜୁନ୍ ୪ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍

Odisha Election 2024: ଓଡ଼ିଶା ଲୋକଙ୍କ ମଧ୍ୟରେ ସେ ସାହାସ ଓ ଉତ୍କଣ୍ଠା ରହିଛି ହେଲେ ଏ ବିଜେଡି ସରକାର ଏହାକୁ ସାମ୍ନାକୁ ଆଣିନି ଯାହା ମୋତେ ଦୁଃଖ ଦେଇଛି ବୋଲି କହିଛନ୍ତି ମୋଦି। କେନ୍ଦ୍ର ସରକାର ଯାହା ଯୋଜନା କରିଛନ୍ତି ତାକୁ ଲାଗୁ କରିନାହାଁନ୍ତି ଏଠାକାର ବିଜେଡି ସରକାର । ଯେଉଁ ଯୋଜନା ବି ଲାଗୁ ହେଲା ସେଥିରେ ଭ୍ରଷ୍ଚାଚାରା ସ୍ପଷ୍ଟ ଭାବେ ଦିଶୁଛି ।    

Advertisement
ନବରଙ୍ଗପୁରରୁ ମୋଦିଙ୍କ ଗର୍ଜନ; ଜୁନ୍ ୪ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍
Stop
Rasmita Sahoo|Updated: May 06, 2024, 01:42 PM IST

Odisha Election 2024: ଆଜି ଜୟ ଜଗନ୍ନାଥ, ଜୟ ଶ୍ରୀରାମ ନାରାରେ କମ୍ପିଲା ନବରଙ୍ଗପୁର । ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଜେପି ପାଇଁ ପ୍ରଚାର କରିଛନ୍ତି ମୋଦି । ନବରଙ୍ଗପୁରରେ ଓଡ଼ିଆରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ । ନବରଙ୍ଗପୁରର ଅଧିଷ୍ଠାତ୍ରୀଙ୍କ ଆଶୀର୍ବାଦ ନେଇ ଆପଣଙ୍କ କଷ୍ଟ ବୃଥା ଯିବନି କହିଲେ ପ୍ରଧାନମନ୍ତ୍ରୀ। ମଞ୍ଚରେ ବିଜେପି ସମର୍ଥିତ ସବୁ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କ ହାତ ଧରି ସାହାସ ଦେଲେ ମୋଦି। ଏହାପରେ ମଞ୍ଚରୁ ବିଜେଡିକୁ ଟାର୍ଗେଟ କରି କହିଥିଲେ ଯେ, 'ଚଳିତ ଥର ବିଜେଡି ଯିବ ବିଜେପି ଆସିବ । ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଚାଲିବ। ଓଡ଼ିଶାକୁ ବିଜେପି ର ପ୍ରଥମ ମୁଖମନ୍ତ୍ରୀ ମିଳିବ । କେହି ବାହାର ଲୋକ ନୁହେଁ ଓଡ଼ିଶା ମାର ପୁଅ କି ଝିଅ ହିଁ ମୁଖ୍ୟମନ୍ତ୍ରୀ ହେବ । ଯିଏ ଏଠାକାର ସମସ୍ୟା ଜାଣିଥିବ ଯିଏ ସମସ୍ୟା ସମାଧାନ କରିବ । ଯିଏ ରାଜ୍ୟର ପରମ୍ପରା ଓ ସଂସ୍କୃତି ଜାଣିଥିବ, ଯିଏ ଲୋକଙ୍କୁ ବୁଝୁଥିବ ଭାଜପା ତାକୁ ହିଁ ସରକାର ଚୌକିର ବସାଇବ ବୋଲି କହିଛନ୍ତି ମୋଦି'। 

'ସେହିପରି ଓଡ଼ିଶା ଓ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାରେ ପ୍ରଗତି ଆସିବ । ଲୋକସଭାର ୨୧ଟି ସିଟ୍ ରେ ପଦ୍ମ ଫୁଟିବ ବୋଲି ମୋଦି କହିଛନ୍ତି । ସେହିପରି ବିଧାନସଭାରେ ଭାଜପା ବା ବିଜେପି କୁ ବମ୍ପର ଜିତ୍ ମିଳିବ ବୋଲି ମୋଦି କହିଛନ୍ତି। କାରଣ ବିଜେପି ସରକାର ଆସିଲେ ଓଡ଼ିଶାକୁ ପ୍ରଗତିପଥରୁ କେହି ହଟାଇପାରିବେନି। ଏହାସହ ଜୁନ୍ ୪ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଏହା ଆପଣ ଲେଖିରଖନ୍ତୁ ବୋଲି ନବରଙ୍ଗପୁର ବାସୀଙ୍କୁ ଜୋର୍ ଦେଇ କହିଥିଲେ ମୋଦି । ୧୦ ଜୁନ୍ ରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଡେଟ୍ ବୋଲି କହିଲେ ମୋଦି । ତେବେ ଆଜି ମୁଁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ମୋଦି ନିଜ ଅଭିଭାଷଣରେ କହିଛନ୍ତି । 

ଗତକାଲି ବିଜେପି ଯେଉଁ ମାନିଫେଷ୍ଟୋ ଜାରି କରିଛି ସେଥିରେ ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ମୋଦି । ଶୁଭଦ୍ରା ଯୋଜନାରେ ଓଡ଼ିଶାର ମା ଭଉଣୀ ଉପକୃତ ହେବେ ବୋଲି କହିଛନ୍ତି । ଭାଜପାର ସଂକଳ୍ପ ପତ୍ର ରେ ଗୋଟିଏ ରୁ ଗୋଟିଏ କଥାରେ ଭାଜପା ଗ୍ୟାରେଣ୍ଟି ଦେଇଛି। 
ଓଡ଼ିଶା ଲୋକଙ୍କ ମଧ୍ୟରେ ସେ ସାହାସ ଓ ଉତ୍କଣ୍ଠା ରହିଛି ହେଲେ ଏ ବିଜେଡି ସରକାର ଏହାକୁ ସାମ୍ନାକୁ ଆଣିନି ଯାହା ମୋତେ ଦୁଃଖ ଦେଇଛି ବୋଲି କହିଛନ୍ତି ମୋଦି। କେନ୍ଦ୍ର ସରକାର ଯାହା ଯୋଜନା କରିଛନ୍ତି ତାକୁ ଲାଗୁ କରିନାହାଁନ୍ତି ଏଠାକାର ବିଜେଡି ସରକାର । ଯେଉଁ ଯୋଜନା ବି ଲାଗୁ ହେଲା ସେଥିରେ ଭ୍ରଷ୍ଚାଚାରା ସ୍ପଷ୍ଟ ଭାବେ ଦିଶୁଛି ।  

ଓଡ଼ିଶାରେ ଏବେ ବିଜେଡିର ଭ୍ରଷ୍ଟାଚାର ଆଉ ଦେଖିବାକୁ ମିଳିବନି। ଏଠାରେ ଭାଜପା ସରକାର ଆସୁଛି । ଆଉ ଭାଜପା ସରକାର ଆସିବା ପରେ ଓଡ଼ିଶା ବାସୀ ସବୁ ପ୍ରକାରର ଯୋଜନା ର ଲାଭ ପାଇବେ । ଅଭିଭାଷଣରେ ପଡ଼଼ୋଶୀ ରାଜ୍ୟ ଛତିଶଗଡ଼ର ଉଦାହରଣ ଦେଇଥିଲେ ମୋଦି । ସେ ରାଜ୍ୟରେ କେମିତି ଉନ୍ନତି ହେଉଛି ଦେଖିବାକୁ କହିଲେ ମୋଦି । କାରଣ ସେଠାକାର ସରକାର ବିଜେପି ସରକାର । ଚାଷୀ ଓ ଗରିବଙ୍କ ପାଇଁ ଅନେକ ଯୋଜନା କରିଛି ବିଜେପି ସରକାର। 

ଓଡ଼ିଶା ରାଜ୍ୟରେ ବିଜେପି ସରକାର ଆସିଲେ ତା ପର ଦିନ ହିଁ ଧାନର ଏମଏସପି ମୂଲ୍ୟ ୩୧୦୦ ଟଙ୍କା କରାଯିବ। ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ମୋଦି । କେନ୍ଦୁପତ୍ର ଗୋଟାଳିଙ୍କ ପାଇଁ ବୋନସ ଘୋଷଣା କଲେ ମୋଦି । ସରକାର ଆସିଲେ କେନ୍ଦୁପତ୍ର ସଂଗ୍ରହକାରୀ ଅନେକ ଲାଭ ପାଇବେ ବୋଲି କହିଛନ୍ତି ମୋଦି।  ଏଠି ସବୁ ପ୍ରକାର ଚାଷୀ ସମସ୍ୟାରେ, ହେଲେ ୨୫ ବର୍ଷ ହେଲାଣି ଯିଏ ଆପଣଙ୍କ ସମସ୍ୟା ଦୂର କରିପାରୁନି ସେମିତି ସରକାର ରଖି ଲାଭ କଣ ପଚାରିଛନ୍ତି ମୋଦି। ଭାଜପା କୁ ଗୋଟେ ଥର ସୁଯୋଗ ଦେଇ ଦେଖନ୍ତୁ ଓଡ଼ିଶାକୁ ଏକ ନମ୍ବର କରିବ ବିଜେପି । ଓଡ଼ିଶାର ବିକାଶ ନିଶ୍ଟୟ ହେବ ବୋଲି ମଞ୍ଚରେ କହିଛନ୍ତି ମୋଦି। 

ସବୁ ବର୍ଗର ଲୋକଙ୍କୁ ବିଜେପି ସୁଯୋଗ ଦେଇଛି ସମ୍ମାନ ଦେଇଛି। ଓଡ଼ିଶାର ଜଣେ ନାରୀକୁ ପୂରା ଦେଶ ରାଷ୍ଟ୍ରପତି କରିଛି । ନବରଙ୍ଗପୁରରୁ କଂଗ୍ରେସକୁ ବି ଟାର୍ଗେଟ୍ କରିଥିଲେ ମୋଦି। କଂଗ୍ରେସ ସବୁ ପଇସା ଖାଇଗଲା ବୋଲି କହିଲେ ମୋଦି । ମୁଁ ଗରିବ ପରିବାରରୁ ଆସିଛି ମୋତେ ଗରିବୀ ଜଣା ଅଛି। ହେଲେ ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ଟଙ୍କା ଦେବି ସତ ହେଲେ ସେ ଟଙ୍କା କାହାକୁ ଖାଇବାକୁ ଦେବିନି ବୋଲି କହିଛନ୍ତି । ଯିଏ ରାଜ୍ୟର ହିତ ରେ ଲାଗୁଥିବା ପଇସା ଖାଇବ ସେ ଜେଲ୍ ରେ ରୁଟି ଖାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 

ମୋଦି ଯେମିତି କାଶୀ କରିଡରକୁ ଭବ୍ୟ କରିଛନ୍ତି, ଯେମିତି ଅଯୋଧ୍ୟାର କରିଡରକୁ ଭବ୍ୟ କରାଯାଇଛି ସେମିତି ପୁରୀ କ୍ଷେତ୍ରକୁ ମଧ୍ୟ ଭବ୍ୟ କରାଯିବ ଏହା ମୋଦିଙ୍କ ଗ୍ୟାରେଣ୍ଟି। ଆପଣ ପଦ୍ନ ବଟନ ଦବେଇବେ ତ ମୋତେ ହିଁ ଭୋଟ ମିଳିବ। ଘରକୁ ଘର ଯାଆନ୍ତୁ ସଚେତନ କରନ୍ତୁ ଭାଜପା ସରକାର ଆଣନ୍ତୁ ବୋଲି ଶେଷ ଅଭିଭାଷଣରେ କହିଛନ୍ତି ମୋଦି। 

Also Read: Odisha Congress: ୫ଟି ଆସନରେ ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

 

Read More
{}{}