Hindi News >>Home >>Odisha Trending

Odisha Train Accident 2023: ଆସିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ରିପୋର୍ଟ, ଜାଣନ୍ତୁ ଦାୟୀ କିଏ?

Balasore Train Accident 2023:  ଗତ ଜୁନ ୨ ତାରିଖରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ମାମଲାରେ ଆସିଛି  ରେଳବାଇ ସୁରକ୍ଷା ଆୟୋଗଙ୍କ ରିପୋର୍ଟ। ଯେଉଁଥିରେ ଦୁର୍ଘଟଣାର କାରଣ ସମ୍ପର୍କରେ ଦର୍ଶାଯାଇଛି।  

Advertisement
Odisha Train Accident 2023: ଆସିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ରିପୋର୍ଟ, ଜାଣନ୍ତୁ ଦାୟୀ କିଏ?
Stop
Zee Odisha Desk|Updated: Jul 03, 2023, 01:11 AM IST

Coromandel Express Accident 2023: ଗତ ଜୁନ ୨ ତାରିଖରେ ହୋଇଥିବାସ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଭୟାବହତା ଏବେ ମଧ୍ୟ ଲୋକଙ୍କ ମନରୁ ଯାଇନାହିଁ। ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନାଗା ବଜାର ରେଳ ଷ୍ଟେସନ ଠାରେ ଘଟିଥିବା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାର କ୍ଷତ ଏବେ ଲୋକଙ୍କ ମନରେ ସତେଜ ରହିଛି। ଆଜି ମଧ୍ୟ ଲୋକେ ଏହି ଦୁର୍ଘଟଣା ବିଷୟରେ ଚିନ୍ତା କରୁଛି। ସମସ୍ତ ପ୍ରକାର ସୁରକ୍ଷା କୌଶଳ ଅବଲମ୍ବନ କରାଯିବା ପରେ ମଧ୍ୟ ଏପରି ଭୟଙ୍କର ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। 

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା (Coromandel Express Accident 2023) ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ଦାୟୀ କରାଯାଇନାହିଁ। ଏହି ଦୁର୍ଘଟଣା ଘଟିବାର ଏକ ମାସ ପରେ ରେଳବାଇ ସୁରକ୍ଷା କମିଶନର (Commission of Railway Safety) ସିଆରସି (CRS) ଏହି ଘଟଣା ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହି ଟ୍ରେନ ଦୁର୍ଘଟଣା ପାଇଁ ମାନବ ତ୍ରୁଟିକୁ (Human Error in Coromandel Express Accident) ଦାୟୀ କରାଯାଇଛି। ଦୁର୍ଘଟଣା ପାଇଁ ସିଆରସି ରିପୋର୍ଟ କୌଣସି ବୈଷୟିକ ତ୍ରୁଟିକୁ ଅସ୍ୱୀକାର କରିଛି। ଆରଣଙ୍କୁ କହି ରଖୁଛୁ ଯେ ଏଭଳି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୯୪ ଜଣ ଲୋକଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୧୭୫ ଲୋକ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଏହାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (Central Bureau of Investigation) ହାତକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ପଛରେ ରହିଥିବା କୌଣସି ପ୍ରକାର ଅପରାଧିକ ଷଡଯନ୍ତ୍ର ରହିଥିବାର ସମ୍ଭାବନାକୁ ନେଇ ସିବିଆଇ (CBI Investigation on Odisha Train Accident) ଅନୁସନ୍ଧାନ କରୁଛି।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦୁର୍ଘଟଣାର ତଦନ୍ତରେ କିଛି ଅଧିକାରୀଙ୍କ ଅବହେଳା ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ଅଧିକାରୀ ଯାଞ୍ଚ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ପ୍ରକ୍ରିୟା ଅନୁସରଣ କରିନାହାଁନ୍ତି। ବିଶେଷକରି ତିନି ବର୍ଷ ପୂର୍ବେ ଯେତେବେଳେ ସୁରକ୍ଷା ଚିନ୍ତାଧାରା ହେତୁ ଡିଜାଇନ୍ ପରିବର୍ତ୍ତନ କରାଯାଇଥିଲା, ସେମାନେ ଉପଯୁକ୍ତ ପରୀକ୍ଷା କରିନଥିଲେ।

ଶନିବାର ଦୁର୍ଘଟଣା ସମ୍ପର୍କିତ ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆହୁରି ୧୩ ଜଣ ଯାତ୍ରୀଙ୍କ ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଏହି ମୃତଦେହକୁ ଭୁବନେଶ୍ୱର ଏମ୍ସ ମେଡ଼ିକାଲ ଠାରେ ରଖାଯାଇଥିଲା। ଏନେଇ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡିଏନ୍ଏ ପରୀକ୍ଷା ସାହାଯ୍ୟରେ ଚିହ୍ନଟ ହୋଇଥିବା ୨୯ ମୃତଦେହ ମଧ୍ୟରୁ ଶୁକ୍ରବାର ୬ ଏବଂ ଶନିବାର ୧୩ ମୃତଦେହ ମୃତକଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।

ରେଳବାଇ ଅଧିକାରୀଙ୍କ କହିବା ଅନୁସାରେ, ଡିଏନ୍ଏ ପରୀକ୍ଷଣର ଫଳାଫଳକୁ ଆଧାର କରି ଏବଂ ଭୁବନେଶ୍ୱର ଏମ୍ସ (Bhubaneswar AIIMS Hospital), ଭୁବନେଶ୍ୱର ନଗର ନିଗମ (Bhubaneswar Municipal Corporation) ଏବଂ ସରକାରୀ ରେଳବାଇ ପୋଲିସ (General Railway Police) ମଧ୍ୟରେ ସମନ୍ୱୟ ରକ୍ଷା କରି ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ (Balasore Train Accident 2023) ପ୍ରାଣ ହରାଇଥିବା ୧୩ ଜଣ ଯାତ୍ରୀଙ୍କ ମୃତଦେହକୁ ଶନିବାର ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା।

ରେଳବାଇ ଅଧିକାରୀ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ୧୩ ଶବ ମଧ୍ୟରୁ ୪ ବିହାର, ୮ ପଶ୍ଚିମବଙ୍ଗ ଏବଂ ଗୋଟିଏ ଝାଡଖଣ୍ଡ ପଠାଯାଇଥିଲା। ରେଳବାଇ (Indian Railway Compensation for Coromandel Accident) ଘୋଷଣା ଅନୁଯାୟୀ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଛି। ଅନ୍ୟପଟେ ଭୁବନେଶ୍ୱର ଏମ୍ସ ଠାରେ ରଖାଯାଇଥିବା ୬୨ ମୃତଦେହ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ।

 

Read More
{}{}