Hindi News >>Home >>Odisha Trending

Odia Son New Record: ପୁଣି ଚମକିଲେ ଓଡ଼ିଆ ପୁଅ; ଟ୍ରେଡ୍‌ମିଲ୍ ଉପରେ ଦୌଡ଼ି କଲେ ୱାର୍ଲ୍ଡ ରେକର୍ଡ

Odia Son Record: ପ୍ରାୟ ୧୨ ଘଣ୍ଟା ଧରି ଟ୍ରେଡ ମିଲ ଉପରେ ଦୌଡ଼ି ବିଶ୍ୱ ରେକର୍ଡ କରିଛନ୍ତି ଓଡ଼ିଆ ପୁଅ ସୁମିତ କୁମାର ସିଂହ।

Advertisement
Odia Son New Record: ପୁଣି ଚମକିଲେ ଓଡ଼ିଆ ପୁଅ; ଟ୍ରେଡ୍‌ମିଲ୍ ଉପରେ ଦୌଡ଼ି କଲେ ୱାର୍ଲ୍ଡ ରେକର୍ଡ
Stop
Zee Odisha Desk|Updated: Apr 12, 2024, 05:38 PM IST

Odia Son World Record: ପୁଣି ଥରେ ବିଶ୍ୱ ଦରବାରରେ ଚମକଛନ୍ତି ଓଡ଼ିଆ ପୁଅ। ଦୀର୍ଘ ୧୨ ଘଣ୍ଟା ଧରି ଟ୍ରେଡ୍‌ମିଲ୍ ଉପରେ ଦୌଡ଼ି କରିଛନ୍ତି ବିଶ୍ୱ ରେକର୍ଡ। ନିଜ ନାଁ ସେ  ଗିନିଜ୍‌ ୱାର୍ଲ୍ଡ ରେକର୍ଡ ତାଲିକାରେ ଲେଖିଛନ୍ତି ।  ରାଉରକେଲା ବାସନ୍ତୀ କଲୋନି ଅଞ୍ଚଳର ସୁମିତ କୁମାର ସିଂହ (୩୪ ବର୍ଷ) ଟ୍ରେଡ୍‌ମିଲ୍ ଉପରେ ଦୌଡ଼ି କରିଛନ୍ତି ବିଶ୍ୱସ୍ତରୀୟ ରେକର୍ଡ କରିଛନ୍ତି। ଯିଏ ଟ୍ରେଡ୍‌ମିଲ୍ ଉପରେ ୧୨ ଘଣ୍ଟା ଦୌଡ଼ି ପାଖାପାଖି ୬୮ କିଲୋମିଟର ଦୂରତା  ଅତିକ୍ରମ କରିଛନ୍ତି।

ପ୍ରାୟ ୧୨ ଘଣ୍ଟା ଧରି ଟ୍ରେଡ୍‌ମିଲ୍ ଉପରେ ଦୌଡ଼ି ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ସୁମିତ କୁମାର ସିଂହ। ଟ୍ରେଡ୍‌ମିଲ୍‌ କୁ ନଛୁଇଁ ପ୍ରାୟ ୧୨ ଘଣ୍ଟାରେ ସେ ୬୮ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି। ଯିଏ କଳୁଙ୍ଗା ସ୍ଥିତ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଲକ୍ଷ୍ୟ ଥିଲା ଯେ ଟ୍ରେଡ୍‌ମିଲ୍‌ କୁ ନଛୁଇଁ ସେ ୧୨ ଘଣ୍ଟା ଏହା ଉପରେ ଦୌଡ଼ି ପାଖାପାଖି ୬୫ କିମି ଦୂରତା ଅତିକ୍ରମ କରିବେ। 

ଟ୍ରେଡ୍‌ମିଲ୍‌ ଉପରେ ତାଙ୍କର ଦୌଡ଼ିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସେ ସକାଳ ୮ ଘଣ୍ଟା ୧୫ ମିନିଟ ସମୟରୁ ଦୌଡ଼ିବା ଆରମ୍ଭ କରିଥିଲେ। ତାଙ୍କର ଦୌଡ଼ ରାତି ୮ ଘଣ୍ଟା ୨୦ ମିନଟ ସମୟରେ ସେଷ ହୋଇଥିଲା। ଟ୍ରେଡ୍‌ମିଲ୍‌ ଉପରେ ସେ ଦୌଡ଼ିବାରା ଭିଡିଓ ନିଜେ ସୁମିତ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ୱେବସାଇଟ୍‌ ଠାରେ ଅପଲୋଡ୍‌ କରିଥିଲେ। ଏହା ପରେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ଏହାର ଯାଞ୍ଚ କରିଥିଲା। ପରେ ସୁମିତଙ୍କ ନାମରେ ଏକ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ୍‌ ଜାରି ହୋଇଛି।

ଏନେଇ ଗିନିଜ୍‌ ୱାର୍ଲଡ ରେକର୍ଡ ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ବିଶ୍ୱର ସବୁଠୁ ଲମ୍ବା ଦୌଡ଼। ସୁମିତ କୁମାର ସିଂହ ୧୨ ଘଣ୍ଟା ମଧ୍ୟରେ ୬୮.୦୪ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି। ଗତ ମାର୍ଚ୍ଚ ୧୨ ତାରିଖରେ ସୁମିତ ଏହି ରେକର୍ଡ କରିଥିଲେ। ଏହା ପୂର୍ବରୁ ସେ ରାସ୍ତାରେ ଲଗାତାର ୧୨ ଘଣ୍ଟା ଏବଂ ୨୪ ଘଣ୍ଟା ଦୌଡ଼ି ରେକର୍ଡ କରିଛନ୍ତି। ୧୨ ଘଣ୍ଟାରେ ୧୦୨ କିମି ଏବଂ ୨୪ ଘଣ୍ଟାରେ ୧୬୧ କିମି ଦୌଡ଼ ପାଇଁ ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିାସରିଛି ଗିନିଜ୍‌ ୱାର୍ଲ୍ଡ ରେକର୍ଡ। 

click on the link: https://www.guinnessworldrecords.com/world-records/625007-greatest-dista...

ଏପରିକି ସେ ୩୦ ଦିନ ଧରି ମାରାଥନ ଦୌଡ଼ି ମଧ୍ୟ ରେକର୍ଡ କରିଛନ୍ତି। ଗତବର୍ଷ ଅପ୍ରେଲ୍‌ ୨୫ ତାରିଖରୁ ମେ ୨୪ ପର୍ଯ୍ୟନ୍ତ ଦୌଡ଼ି ୧୩୯୨.୬ କିଲୋମିଚର ଦୂରତା ଅତିକ୍ରମ କରିଥିଲେ। ଏହି ଦୌଡ଼ ପାଇଁ ତାଙ୍କ ନାଁ ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡ ତାଲିକାରେ ସାମିଲ ହୋଇଥିଲା।

Read More
{}{}