Hindi News >>Home >>Odisha Trending

Rajya Sabha Election: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଫେବ୍ରୁଆରୀ ୧୫ ଯାଏଁ ନାମାଙ୍କନ ପତ୍ର ଦାଖଲ

Rajya Sabha Election:  ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଫେବୃଆରୀ ୧୫ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ଏହାପରେ ଫେବୃୟାରୀ ୧୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ସେହିପରି ୨୦ ଫେବୃୟାରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଫେବୃୟାରୀ ୨୭ ସକାଳ ୯ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ ହେବ ।

Advertisement
ସୌଜନ୍ୟ-ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 08, 2024, 10:58 AM IST

Rajya Sabha Election 2024:  ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଫେବୃଆରୀ ୧୫ ଯାଏଁ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବେ । ଏହାପରେ ଫେବୃୟାରୀ ୧୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ସେହିପରି ୨୦ ଫେବୃୟାରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଫେବୃୟାରୀ ୨୭ ସକାଳ ୯ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ ହେବ ।

ସେହିଦିନ ଅପରାହ୍ନ ୫ଟାରୁ ଭୋଟ ଗଣତି କରାଯିବ। ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଆସନ୍ତା ଏପ୍ରିଲା ମାସ ୩ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି । କାର୍ଯ୍ୟକାଳ ସରୁଥିବା ସାଂସଦମାନଙ୍କ ଭିତରୁ କେହି ରିପିଟ୍ ହେବା ସମ୍ଭାବନା କମ୍ ଥିବାରୁ ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହେବେ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତେଣୁ କାର୍ଯ୍ୟକାଳ ସରିବା ପୂର୍ବରୁ ଫେବୃୟାରୀ ୨୭ରେ ଭୋଟ ଗ୍ରହଣ ହେବ । ଓଡ଼ିଶାରେ ୩ ସଦସ୍ୟଙ୍କ ପାଇଁ ଶାସକ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି । ପ୍ରକାଶ ଥାଉ କି, ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ ଜଣ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ । ମୋଟ୍ ୫୬ ଜଣଙ୍କ କାର୍ଯ୍ୟକାଳ ପୂରୁଥିବାରୁ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ ।

ଏହା ବି ପଢନ୍ତୁ- Accident News: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ, ୧୨ ଯାତ୍ରୀ ଆହତ

Read More
{}{}