Hindi News >>Home >>Odisha Trending

Nokia Lay Off: ନୋକିଆରୁ ବିଦା ହେବେ ୧୪ହଜାର କର୍ମଚାରୀ, କମ୍ପାନୀ କହିଲା କାରଣ !

Nokia Lay Off: ୨୦୨୬ ମଧ୍ୟରେ ନୋକିଆ କମ୍ପାନା କର୍ମକ୍ଷେତ୍ରରେ ଅନେକ ସଂଖ୍ୟକ କର୍ମଚାରୀଙ୍କୁ ବିଦା କରିବା ନେଇ ସୂଚନା ମିଳିଛି ।

Advertisement
Nokia Lay Off: ନୋକିଆରୁ ବିଦା ହେବେ ୧୪ହଜାର କର୍ମଚାରୀ, କମ୍ପାନୀ କହିଲା କାରଣ !
Stop
Soubhagya Ranjan Mishra|Updated: Oct 20, 2023, 04:45 PM IST

Nokia Lay Off: ପୂର୍ବରୁ ବହୁଳ ବ୍ୟବହୃତ ହେଉଥିବା ଫୋନ ନୋକିଆର ବର୍ତ୍ତମାନ ପରିସ୍ଥିତିରେ ସ୍ଥିତି ବିଗିଡିବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତିରେ ନୋକିଆ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି ବୋଲି ସୂଚନା ମିଳିଛି । ଏହାର ପ୍ରମୁଖ କାରଣ ହେଉଛି ନୋକିଆ ବର୍ତ୍ତମାନ ଜଟିଳ ପରିସ୍ଥିତି (Complex situation) ଦେଇ ଗତୀ କରୁଛି । ମୋବାଇଲ୍ ଫୋନ ବିକ୍ରୟରେ ହ୍ରାସ ଏବଂ 5G ଉପକରଣ ପାଇଁ ଚାହିଦା ହ୍ରାସ କାରଣରୁ କମ୍ପାନୀ ଦୁର୍ବଳ ହେବାରେ ଲାଗିଛି । ଆସନ୍ତା ୩ ବର୍ଷ ମଧ୍ୟରେ କମ୍ପାନୀ ପ୍ରାୟ ୧୪ ହଜାର କର୍ମଚାରୀଙ୍କୁ କମ୍ପାନୀରୁ ହଟାଇବା ନେଇ ଯୋଜନା କରୁଛି । ଏ ସମ୍ପର୍କରେ କମ୍ପାନୀ ଘୋଷଣା କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । କମ୍ପାନୀ କହିଛି ଯେ, ବର୍ଷର ତୃତୀୟ ତ୍ରୈମାସିକରେ ଏହାର ବିକ୍ରି ୨୦% ହ୍ରାସ ପାଇଛି ଏବଂ 5G ଉପକରଣର ଚାହିଦା ବିଶେଷ ଭାବେ ଉତ୍ତର ଆମେରିକା ଭଳି ବଜାରରେ ଖୁବ ହ୍ରାସ ପାଇଛି।

୨୦୨୬ ସୁଦ୍ଧା ନୋକିଆ ଏହାର କର୍ମକ୍ଷେତ୍ରରେ ବହୁ ସଂଖ୍ୟକ ପଦବୀ ହ୍ରାସ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ୯ ହଜାରରୁ ୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରାଯାଇଛି। ମୁଦ୍ରାସ୍ଫୀତି ବୃଦ୍ଧି, ସୁଧ ହାର (Increase in inflation, interest rates) ଏବଂ ଗ୍ରାହକଙ୍କ ଖର୍ଚ୍ଚ ହ୍ରାସ ହେତୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଗୋଟିଏ ପଟେ ବ୍ରାଣ୍ଡ ଖର୍ଚ୍ଚ ହ୍ରାସ କରି ଟଙ୍କା ସଞ୍ଚୟ କରିବାକୁ କହୁଥିବା ବେଳେ ଅନ୍ୟ ପଟେ କ୍ଲାଉଡ୍ କମ୍ପ୍ୟୁଟିଂ (Cloud computing) ଏବଂ କୃତ୍ରିମ ବୁଦ୍ଧିମତା ପାଇଁ ପୁଞ୍ଜି ବିନିଯୋଗର ଆବଶ୍ୟକତା ପୂରଣ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ବିବିସି ରିପୋଟ୍ ଅନୁଯାୟୀ, ୨୦୨୫ ସୁଦ୍ଧା କମ୍ପାନୀ ଖର୍ଚ୍ଚ କାଟ କରି ୩୦୦ ନିୟୁତ ୟୁରୋ ସଞ୍ଚୟ କରିବାକୁ ନିଷ୍ପତ୍ତି ନେଇଛି  । ସିଇଓ ପେକା ଲଣ୍ଡମାର୍କଙ୍କ ରିପୋର୍ଟରେ ଏପରି ସୂଚନା ଦିଆଯାଇଛି।

ସିଇଓଙ୍କ ପକ୍ଷରୁ କୁହାଯାଇଛି ଯେ, ଛଟେଇ ତତା ଚାକିରି ହ୍ରାସ କରିବା ସମସ୍ତ କମ୍ପାନୀ ପାଇଁ ଏକ କଷ୍ଟସାଧ୍ୟ ନିଷ୍ପତ୍ତି (Difficult decision)। କିନ୍ତୁ ବଜାରର ଅନିଶ୍ଚିତତା ପରିବର୍ତ୍ତନକୁ ବିଚାରକୁ ନେଇ ଏବଂ କମ୍ପାନୀର ଦୀର୍ଘକାଳୀନ ଲାଭକୁ ମନେ ରଖିବା ସହିତ ବଜାରରେ ପ୍ରତିଯୋଗୀତା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନେବା ନିହାତି ଆବଶ୍ୟକ ଥିଲା। ସିଇଓ ପକ୍କାଙ୍କ କହିବାନୁଯାୟୀ ସେମାନଙ୍କର ବହୁତ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି ଏବଂ ଏହି ପଦକ୍ଷେପ ଦ୍ୱାରା ସେମାନେ ମଧ୍ୟ ପ୍ରଭାବିତ ହେବେ ।

ତେବେ ପ୍ରକୃତରେ କମ୍ପାନୀ କେତେ ଚାକିରି ହଟାଇବାକୁ ଯାଉଛି ତାହାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇନାହିଁ। ଆପଣଙ୍କୁ କହିରଖୁଛୁ ଯେ, ନୋକିଆ ଏକଦା ବିଶ୍ୱର ଅଗ୍ରଣୀ ମୋବାଇଲ୍ ନିର୍ମାତା କମ୍ପାନୀ (Leading mobile manufacturing company) ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଆଇଫୋନ୍, ସାମସଙ୍ଗ ଅନ୍ୟାନ୍ୟ କମ୍ପାନୀଙ୍କ ଭଳି ପ୍ରତିଯୋଗୀ ବଜାରକୁ ପ୍ରବେଶ କରିବା ପରେ ନୋକିଆ ଖୁବ ପ୍ରଭାବିତ ହୋଇ ଦୀର୍ଘ ଦିନ ଧରି ସଂଘର୍ଷ କରିଆସୁଥିଲା। କମ୍ପାନୀ ମାଇକ୍ରୋସଫ୍ଟକୁ ହ୍ୟାଣ୍ଡସେଟ୍ (Handset to Microsoft) ଡିଭିଜନ୍ ବିକ୍ରି କଲା, ଯାହା ପରେ ଏହା HMD ଗ୍ଲୋବାଲ୍ ମାଲିକାନା ଅଧୀନରେ ଆସିଲା । ଏହା ପରେ କମ୍ପାନୀ ଟେଲିକମ୍ ଉପକରଣ ତିଆରି ଉପରେ ଧ୍ୟାନ ଦେଇଥିଲା ।

Also Read- Success Story: ବାପା ଠେଲାରେ ବିକୁଥିଲେ ଆମ୍ୱ, ପୁଅ ଗଢିଦେଲେ ୪ଶହ କୋଟି ଟଙ୍କାର ଆଇସକ୍ରିମ୍ କମ୍ପାନୀ

Also Read- Laxmi Bus Scheme: ଗଜପତିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Read More
{}{}