Hindi News >>Home >>Odisha Trending

Nithari Case: ନିଠାରୀ ଘଟଣା, 'ନର ପିଶାଚ'ଙ୍କୁ ହେବନି ଫାଶୀ, ଆଶ୍ୱସ୍ତ କଲେ ଆଲ୍ହାବାଦ ହାଇକୋର୍ଟ

ନୋଏଡାର ନିଠାରୀ ମାମଲା ଦିନେ ସାରା ଦୁନିଆକୁ ଚକିତ କରି ଦେଇଥିଲା । ମାମଲାର ବିଚାର କରିବା ପରେ ଆହ୍ଲାବାଦ ହାଇକୋର୍ଟ ଅଭିଯୁକ୍ତ ମନିନ୍ଦର ସିଂ ପାଣ୍ଡେର ଏବଂ ତାଙ୍କ ସହଯୋଗୀ ସୁରେନ୍ଦ୍ର କୋଲିଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ୧୪ ଟି ମାମଲାରେ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ସୁରେନ୍ଦ୍ର କୋଲି ୧୨ ଟି ମା

Advertisement
Nithari Case: ନିଠାରୀ ଘଟଣା, 'ନର ପିଶାଚ'ଙ୍କୁ ହେବନି ଫାଶୀ, ଆଶ୍ୱସ୍ତ କଲେ ଆଲ୍ହାବାଦ ହାଇକୋର୍ଟ
Stop
Soubhagya Ranjan Mishra|Updated: Oct 16, 2023, 05:02 PM IST

Nithari Case: ନୋଏଡାର ନିଠାରୀ ମାମଲା ଦିନେ ସାରା ଦୁନିଆକୁ ଚକିତ କରି ଦେଇଥିଲା । ମାମଲାର ବିଚାର କରିବା ପରେ ଆହ୍ଲାବାଦ ହାଇକୋର୍ଟ ଅଭିଯୁକ୍ତ ମନିନ୍ଦର ସିଂ ପାଣ୍ଡେର ଏବଂ ତାଙ୍କ ସହଯୋଗୀ ସୁରେନ୍ଦ୍ର କୋଲିଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ୧୪ ଟି ମାମଲାରେ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ସୁରେନ୍ଦ୍ର କୋଲି ୧୨ ଟି ମାମଲାରେ ଦିଆଯାଇଥିବା ମୃତ୍ୟୁ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଏଥିସହ ମଣିନ୍ଦର ସିଂ ପାଣ୍ଡେ ମଧ୍ୟ ଦୁଇଟି ମାମଲାରେ ଦିଆଯାଇଥିବା ମୃତ୍ୟୁଦଣ୍ଡ ବିରୋଧରେ ଆବେଦନ କରିଥିଲେ।

ଘଟଣାଟି ୧୭ ବର୍ଷ ପୂର୍ବ ତଥା ୨୦୦୬ ମସିହାରେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏକ ଆତଙ୍କିତ କଲାପରି ଖବର ଉତ୍ତରପ୍ରଦେଶ ନୋଏଡା (noida) ନିଠାରୀ ଗ୍ରାମରେ ଅବସ୍ଥିତ D-5 କୋଠୀରୁ ଆସିଥିଲା । ଏହା ନିକଟରେ ଥିବା ଡ୍ରେନରେ ମଣିଷ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଦେଖିବାକୁ ମିଳିଥିଲା ​​। ନିଠାରୀ ଓ ପାଖ ଅଞ୍ଚଳର କିଛି ପିଲା କିଛି ମାସ ଧରି ନିଖୋଜ ହେଉଥିଲେ। ସେଠାକାର ଲୋକେ ପିଲାମାନଙ୍କ ନିଖୋଜ ଖବର ସମ୍ପର୍କରେ ପୋଲିସରେ ଅଭିଯୋଗ ଦାଖଲ କରିଥିଲେ। କିନ୍ତୁ ପୋଲିସର ଅବହେଳା କାରଣରୁ ଏହି ମାମଲାର ସମାଧାନ ହୋଇପାରିନଥିଲା । କିନ୍ତୁ ଯେତେବେଳେ ଗ୍ରାମବାସୀ ଘଟଣା ସମ୍ପର୍କରେ ମୁହଁ ଖୋଲି ଆନ୍ଦୋଳନ ପ୍ରଦର୍ଶନ କରିଥିଲେ ସେତେବେଳେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । 

ପାୟଲଙ୍କ ନିଖୋଜ ଖବର ପ୍ରକାଶ ପାଇଛି
ନିଠାରୀରେ ରହୁଥିବା ପାୟଲ ନାମକ ଜଣେ ଝିଅ ୭ ମଇ ୨୦୦୬ରେ ନିଖୋଜ ହୋଇଯାଇଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେ ରିକ୍ସା ଦ୍ୱାରା ଡି- କେ କୋଠୀକୁ ଯାଇ ରିକ୍ସା ଚାଳକଙ୍କୁ କହିଥିଲେ ଯେ, ସେ ବାହାରକୁ ଆସି ଟଙ୍କା ଦେବେ । କିନ୍ତୁ ସେ ଦୀର୍ଘ ସମୟ ଧରି ନଫେରିବା କାରଣରୁ ରିକ୍ସା ଚାଳକଙ୍କ ମନରେ ସନ୍ଦେହ ହୋଇଥିଲା । ରିକ୍ସା ଚାଳକ ଫାଟକକୁ ଠକ୍ ଠକ୍ କରି ଡାକିଥିଲେ । କିନ୍ତୁ ଘର ଭିତରୁ ସୁରେନ୍ଦ୍ର କୋଲି ବାହାରି ତାଙ୍କୁ କହିଥିଲେ ଯେ ସେ ଏଠାରୁ ଚାଲିଯାଇଛନ୍ତି । ଏହା ପରେ ଯେତେବେଳେ ପାୟଲଙ୍କ ପରିବାର ସଦସ୍ୟ ପାୟଲଙ୍କ ନିଖୋଜ ସମ୍ପର୍କରେ ଜାଣିବାକୁ ପାଇଲେ ସେତେବେଳେ ସେମାନେ ଥାନାରେ ପହଞ୍ଚି ଏତଲା ଦେଇଥିଲେ । ରିକ୍ସା ଚାଳକଙ୍କ ବିବୃତ୍ତିକୁ ଆଧାର କରି ପୋଲିସ ପଞ୍ଜାବର ବ୍ୟବସାୟୀ ମନିନ୍ଦର ସିଂ ପାଣ୍ଡେରଙ୍କ ଡି -5 କୋଠୀରେ ପହଞ୍ଚିଥିଲା ।

ମାନବ ଅଙ୍ଗ ଉଦ୍ଧାର
ଯେତେବେଳେ ପୋଲିସ ଘର ଭିତରେ ପହଞ୍ଚି ତଲାସି ଆରମ୍ଭ କରିଥିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଖବର ନିମିଷକେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ମାମଲାର ତଦନ୍ତ କରିବାକୁ ସିବିଆଇ (CBI)କୁ ଦାୟିତ୍ୱ ଦିଆଯାଇଥିଲା । ସିବିଆଇ ଅନୁସନ୍ଧାନ ବେଳେ ଘର ପାଖରେ ଥିବା ଡ୍ରେନରୁ ୪୦ ପ୍ୟାକେଟରେ ମିଳିଥିଲା ଯେଉଁଥିରେ ମାନବ ଶରୀରର ଅଙ୍ଗ ରହିଥିଲା । ଏହା ପରେ ମଣିନ୍ଦର ସିଂ ପାଣ୍ଡେର୍ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ଆଲୋଚନା କରାଯାଇଥିବା ଦେଖିବାକୁ ମିଳିଥିଲା । କୁହାଯାଇଥିଲା ଯେ, ପାଣ୍ଡେର୍ ନେକ୍ରୋଫିଲିଆ (Necrophilia) ନାମକ ଏକ ରୋଗରେ ପୀଡିତ ଥିଲେ ଏବଂ ସେ ପିଲାମାନଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଏଥିପାଇଁ ତାଙ୍କର ସହଯୋଗୀ ପିଲାମାନଙ୍କୁ ଅପହରଣ କରି ଏଠାକୁ ଆଣୁଥିଲେ।

'ନର ପିଶାଚ' ପ୍ରସଙ୍ଗ ଉଠିଥିଲା
ଲୋକମାନେ ଏକଥା ଆଲୋଚନା କରୁଥିଲେ ଯେ, ମଣିନ୍ଦର ସିଂ ପାଣ୍ଡେର୍ ପିଲାମାନଙ୍କୁ ଶିକାର କରୁଥିଲେ। ଶିକାର କରିବା ପରେ ସୁରେନ୍ଦ୍ର କୋଲି ପିଲାମାନଙ୍କୁ ହତ୍ୟା କରି ରାନ୍ଧୁଥିଲେ । ଏହା ମଧ୍ୟ କୁହାଯାଇଛି ଯେ, ଅପହରଣ କରାଯାଉଥିବା ଝିଅମାନଙ୍କୁ ଏଠାରେ ଦୁଷ୍କର୍ମ ମଧ୍ୟ କରାଯାଇଥିଲା। ଦୁଷ୍କର୍ମ ପରେ ସେମାନଙ୍କୁ ହତ୍ୟା କରାଯାଉଥିଲା । ହତ୍ୟା କରିବା ପରେ ଶରୀରର ଅଙ୍ଗ ଗୁଡ଼ିକ ପ୍ୟାକେଟରେ ଭର୍ତ୍ତି କରାଯାଇ ଡ୍ରେନରେ ଫିଙ୍ଗି ଦିଆଯାଇଥିଲା। ଏହା ପରେ ଆଉ ଏକ କଥା ଉଠିଥିଲା ତାହା ହେଉଛି ପାଣ୍ଡେରଙ୍କ ଘରୁ ମାନବ ଅଙ୍ଗ ଚୋରା ଚାଲାଣ କରାଯାଇଥିଲା। ଏହି ସବୁ ମାମଲାର ଶୁଣାଣି ଗାଜିଆବାଦର ସିବିଆଇ କୋର୍ଟରେ ହେଉଥିଲା । ସିବିଆଇ ଦ୍ୱାରା ପଞ୍ଜୀକୃତ ୧୬ ଟି ମାମଲାରେ କୋର୍ଟରେ ଶୁଣାଣି ହୋଇଥିଲା। ୧୪ ଟି ମାମଲାରେ ସୁରେନ୍ଦ୍ର କୋଲିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବାବେଳେ ପାଣ୍ଡେରଙ୍କ ବିରୋଧରେ ୬ ଟି ମାମଲା ରୁଜୁ ହୋଇଥିଲା । ସେମଧ୍ୟରୁ ୩ ଟି ମାମଲାରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ତେବେ ପରେ ସେ ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ନିଠାରୀ ଘଟଣାର ସତ୍ୟତା 
ବର୍ତ୍ତମାନ ହାଇକୋର୍ଟ ଉଭୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପଛରେ ଅନେକ ପ୍ରଶ୍ନ ଉଠୁଥିବା ଶୁଣିବାକୁ ମିଳୁଛି । ତେବେ ନିଟାରୀ ଘଟଣାର ସତ୍ୟତା କଣ? ନିଖୋଜ ପିଲାଙ୍କ ସମ୍ପର୍କରେ କିଛି ଜଣାପଡିଲା କି ନାହିଁ? ସେ ସମ୍ପର୍କିତ ପ୍ରଶ୍ନ ବର୍ତ୍ତମାନ ସାଧାରଣରେ ଉଙ୍କି ମାରୁଛି ।

Also Read- ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୨କୋଟି, ଶାଶୁଘରେ ପହଞ୍ଚିବା ପରେ ପୁଣି ଦାବି କଲେ ଟଙ୍କା, ଆଉ ତାପରେ

Also Read- ମହିଳାଙ୍କୁ ଦେଖିଲେ ମନରେ ଛନକା ! ୫୫ ବର୍ଷ ହେବ ନାରୀଙ୍କ ଛାଇ ପଡିବାକୁ ଦେଇନାହାନ୍ତି ଏହି ବ୍ୟକ୍ତି

Read More
{}{}