Hindi News >>Home >>Odisha Trending

New IT Rules: ସୋସିଆଲ ମିଡିଆରେ ମନଇଚ୍ଛା ଲେଖିବା, କମେଣ୍ଟ ଦେବା ବନ୍ଦ କରନ୍ତୁ! ସରକାର ଆଣୁଛନ୍ତି ନୂଆ ନିୟମ

New IT Rules: ଫେକ୍ ନ୍ୟୁଜକୁ ନେଇ ଜାରି ହୋଇଛି ନୂଆ ଆଇଟି ନିୟମ । ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ଏନେଇ ଆଲର୍ଟ ମଧ୍ୟ ଜାରି ହୋଇଛି । ଅଭିଯୋଗର ୭୨ ଘଣ୍ଟା ମଧ୍ୟରେ ଫ୍ଲାଟଫର୍ମରୁ ଫେକ୍ ନ୍ୟୁଜ୍ ହଟାଇବାକୁ ଆଇଟି ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡିଆ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଜାରି ହୋଇଛି ।

Advertisement
ସୌ: ସୋସିଆଲ ମିଡିଆ
Stop
PRAKASH RANJAN PARIDA|Updated: Oct 29, 2022, 07:10 PM IST

New IT Rules: ଫେକ୍ ନ୍ୟୁଜକୁ ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର । ଫେକ୍ ନ୍ୟୁଜ୍ ଉପରେ ଲଗାମ ଲଗାଇବା ପାଇଁ IT ମନ୍ତ୍ରାଳୟ ନିୟମ ସଂଶୋଧନ କରିଛନ୍ତି । କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସୂଚନା ଅନୁଯାୟୀ ସୋସିଆଲ ମିଡିଆ କମ୍ପାନିଗୁଡିକ ଅଭିଯୋଗକୁ ଠିକ୍ ଭାବରେ ସମାଧାନ କରୁନାହାଁନ୍ତି । ନାଗରିକଙ୍କଠାରୁ ଆସିଥିବା ଲକ୍ଷ ଲକ୍ଷ ବାର୍ତ୍ତା ବିଷୟରେ ସରକାର ବିଚାର କରି ଆଇଟି ନିୟମ ସଂଶୋଧନ କରିଛନ୍ତି ।

ଆଇଟି ନିୟମରେ କରାଯାଇଥିବା ସଂଶୋଧନ ସମ୍ପର୍କରେ ସୂଚନା ଦେଇଛନ୍ତି  କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ନୂତନ ନିୟମ ଅନୁସାରେ ସୋସିଆଲ ମିଡିଆ କମ୍ପାନିଗୁଡିକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ବେଆଇନ ବିଷୟବସ୍ତୁ କିମ୍ବା ଭୁଲ ତଥ୍ୟ ପୋଷ୍ଟ ହେଲେ ଏହାକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ରହିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆସିଥିବା ଅଭିଯୋଗର ସମାଧାନ ପାଇଁ ସରକାର ଆଇଟି ନିୟମ ପରିବର୍ତ୍ତନ କରିବା ସହ ତିନି ମାସ ମଧ୍ୟରେ ଆବେଦନ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଏହି କମିଟିଗୁଡିକ ସୋସିଆଲ ମିଡିଆ କମ୍ପାନି ଯେପରିକି ମେଟା ଏବଂ ଟ୍ୱିଟରରେ ବିଷୟବସ୍ତୁ ନିୟନ୍ତ୍ରଣ ସମ୍ବନ୍ଧରେ ନିଆଯାଇଥିବା ନିଷ୍ପତ୍ତି ସମୀକ୍ଷା କରିବାକୁ ସକ୍ଷମ ହେବେ।

ତିନି ସଦସ୍ୟ ବିଶିଷ୍ଟ ଅଭିଯୋଗ ଆବେଦନ କମିଟି (GAC) ଗଠନ ବର୍ତ୍ତମାନ ସମୟ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ସୋସିଆଲ ମିଡିଆ କମ୍ପାନିଗୁଡିକ ଅଭିଯୋଗର ଠିକ୍ ସମାଧାନ କରୁନଥିବା ନେଇ ନାଗରିକଙ୍କଠାରୁ ଲକ୍ଷ ଲକ୍ଷ ବାର୍ତ୍ତା ମିଳିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହା ଗ୍ରହଣୀୟ ନୁହେଁ ବୋଲି କହିବା ସହ ସୋସିଆଲ ମିଡିଆ କମ୍ପାନି ଗୁଡ଼ିକୁ ସତର୍କ କରାଇ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୋସିଆଲ ମିଡିଆ କମ୍ପନି ଗୁଡ଼ିକ ନାଗରିକଙ୍କର ସ୍ୱାର୍ଥ ସୁରକ୍ଷିତ ଅଛି କି ନାହିଁ ଏହା ନିଶ୍ଚିତ ଭାବେ ସମୀକ୍ଷା କରିବାର ଆବଶ୍ୟକତା ରହିଛି । ସରକାର ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ଅଂଶୀଦାର ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ପୂର୍ବରୁ ମଧ୍ୟସ୍ଥିମାନଙ୍କର ନିୟମ ବିଷୟରେ ଉପଭୋକ୍ତାମାନଙ୍କୁ ଜଣାଇବା ବାଧ୍ୟତାମୂଳକ ଥିଲା । କିନ୍ତୁ ବର୍ତ୍ତମାନ ଏହି ଫୋରମ୍ଗୁଡ଼ିକୁ କିଛି ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଛି । କମ୍ପାନି ଗୁଡ଼ିକ ପ୍ଲାଟଫର୍ମରେ ଯେପରି କୌଣସି ବେଆଇନ ବିଷୟବସ୍ତୁ ପୋଷ୍ଟ କରାଯାଇ ପାରିବ ନାହିଁ ସେଥିପ୍ରତି ଉଦ୍ୟମ କରିବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

'୭୨ ଘଣ୍ଟା ମଧ୍ୟରେ ଭୁଲ ତଥ୍ୟ ହଟାଯିବ'
ବଡ଼ ଟେକ୍ନୋଲୋଜି କମ୍ପାନିଗୁଡ଼ିକୁ କେନ୍ଦ୍ର ସରକାର କଠୋର ବାର୍ତ୍ତା ଶୁଣାଇଛନ୍ତି । ଫୋରମ୍ ଗୁଡିକ ଆମେରିକା କିମ୍ବା ୟୁରୋପର ହୋଇଥିଲେବି ସେମାନେ ଭାରତରେ ସକ୍ରିୟ ଅଛନ୍ତି । ତେଣୁ ଭାରତୀୟ ସମ୍ପ୍ରଦାୟ ଓ ସାମ୍ବିଧାନିକ ଅଧିକାରକୁ ନେଇ କୌଣସି ବିବାଦପୂର୍ଣ୍ଣ ପୋଷ୍ଟକୁ ସହ୍ୟ କରାଯାଇ ପାରିବ ନାହିଁ । ଏପରି ପୋଷ୍ଟ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଉଥିବାରୁ ବେଆଇନ ବିଷୟବସ୍ତୁକୁ ପ୍ଲାଟଫର୍ମରୁ ହଟାଇବାକୁ ଫୋରମ ପାଇଁ ବାଧ୍ୟତାମୂଳକ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ଫେକ ନ୍ୟୁଜରୁ ପ୍ଲାଟଫର୍ମରୁ ହଟାଇବା ପାଇଁ ୭୨ ଘଣ୍ଟାର ସମୟ ସୀମାକୁ ଅତ୍ୟଧିକ ବୋଲି ବିବେଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ବେଆଇନ ବିଷୟବସ୍ତୁ ହଟାଇବା ପାଇଁ ତ୍ୱରିତ ପଦକ୍ଷେପ ନେବା ଜରୁରୀ । କିନ୍ତୁ ସୋସିଆଲ ମିଡିଆ କମ୍ପାନି ଓ କେନ୍ଦ୍ର ସରକାରଙ୍କ ସମୀକ୍ଷା କମିଟି ଏପରି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଅନିଚ୍ଛା ସତ୍ତ୍ୱେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ।

ଏହା ବି ପଢ଼ନ୍ତୁ: Currency: ଦେଶରେ କେବେ ଆସିଥିଲା ଦଶ ହଜାର ଟଙ୍କିଆ ନୋଟ୍? ସମାନ ସିରିୟଲ ନମ୍ବରର ରହିଥାଏ କି ନୋଟ୍, ଏଠାରେ ଜାଣନ୍ତୁ

Read More
{}{}