Hindi News >>Home >>Odisha Trending

bill payment rules : ଅଗଷ୍ଟ ୧ରୁ HDFC ର ନୂଆ ନିୟମ : ବ୍ୟବହାର କରୁଥିଲେ ଜାଣିରଖନ୍ତୁ

New HDFC Bank credit card rules: ଏଚଡ଼ିଏଫସି ଗ୍ରାହକଙ୍କ ପାଇଁ ବଡ ଖବର । ଆସନ୍ତାକାଲି (ଅଗଷ୍ଟ ୧) ତାରିଖରୁ ମହଙ୍ଗା ହେବ ଏଚଡିଏଫସି କ୍ରେଡିଟ୍ କାର୍ଡ ସେବା।  ତେବେ ଜାଣନ୍ତୁ ସେହି ନୂଆ ନିୟମ ବିଷୟରେ।

Advertisement
hdfc card
Stop
Zee Odisha Desk|Updated: Jul 31, 2024, 04:59 PM IST

HDFC Bank's new credit card rules ,top points here: ଏଚଡ଼ିଏଫସି ଗ୍ରାହକଙ୍କ ପାଇଁ ବଡ ଖବର । ଆସନ୍ତାକାଲି (ଅଗଷ୍ଟ ୧) ତାରିଖରୁ ମହଙ୍ଗା ହେବ ଏଚଡିଏଫସି କ୍ରେଡିଟ୍ କାର୍ଡ ସେବା। 
ଏଚଡିଏଫସି ହେଉଛି ଦେଶର ସର୍ବବୃହତ ପ୍ରାଇଭେଟ ବ୍ୟାଙ୍କ।ଏବେ ନିଜର କ୍ରେଡିଟ କାର୍ଡ ଧାରକଙ୍କ ପାଇଁ ନୂଆ ନିୟମ ଓ ସର୍ତ୍ତ ଆଣିବାକୁ ଯାଉଛି । ଏହି ନିୟମ ଆସନ୍ତାକାଲି(ଗୁରୁବାର)ରୁ ଲାଗୁ ହେବ ।

ତେବେ ଜାଣନ୍ତୁ ସେହି ନୂଆ ନିୟମ ବିଷୟରେ।

୧-ଅନ୍ତର୍ଜାତୀୟ ଟଙ୍କା କାରବାର- ଏଚଡିଏସି କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା ସମସ୍ତ ଅନ୍ତରାଷ୍ଟ୍ରୀୟ ଟ୍ରାଞ୍ଜାକସନ ଅର୍ଥାତ ଫରେନ କରେନ୍ସି ଟ୍ରାଞ୍ଜାକସନ ଉପରେ ୩.୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ 

୨-ଇଏମଆଇ ପାଇଁ ପଡିବ ଚାର୍ଜ- କୌଣସି ଅନଲାଇନ କିମ୍ବା ଅଫଲାଇନ ଷ୍ଟୋରରେ ଯଦି ଏଚଡିଏଫସି କ୍ରେଡିଟ କାର୍ଡରେ ଆପଣ ସହଜ ଇଏମଆଇ ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୨୯୯ ଟଙ୍କାର ପ୍ରୋସେସିଙ୍ଗ ଟ୍ୟାକ୍ସ ଦେବାକୁ ପଡିବ ।

୩-ଶିକ୍ଷା-ଏଚ୍ଚଡିଏଫସି କ୍ରେଡିଟ୍ କାର୍ଡର ବ୍ୟବହାର କରି ଯଦି ଆପଣ ଥାର୍ଡ ପାର୍ଟି ଆପ ମାଧ୍ୟମରେ କୌଣସି ଶିକ୍ଷା ସମ୍ବନ୍ଧୀୟ ଟଙ୍କା ଟ୍ରାଞ୍ଜାକ୍ସନ୍ କରୁଛନ୍ତି, ତେବେ ଆପଣଙ୍କୁ ପୁରା ଟଙ୍କାର ୧ ପ୍ରତିଶତ ଟ୍ୟାକ୍ସ ଭରିବାକୁ ପଡିବ । କିନ୍ତୁ ଅନ୍ତରାଷ୍ଟ୍ରୀୟ ଶିକ୍ଷା କ୍ଷେତ୍ରରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ । 

୪-ଇନ୍ଧନ-ଅନେକ ଲୋକ ଏଚଡିଏଫସି କ୍ରେଡିଟ୍ କାର୍ଡ ବ୍ୟବହାର କରି ଗ୍ୟାସ, ପେଟ୍ରୋଲ, ଡିଜେଲ ଭରିଥାନ୍ତି । ଯଦି ଆପଣ ଏଚଡ଼ିଏଫସି କ୍ରେଡିଟ୍ କାର୍ଡରେ ୧୫ହଜାର ଟଙ୍କାରୁ ଅଧିକ ଟଙ୍କାର ଗାଡିରେ ଇନ୍ଧନ ଭରିବେ ତେବେ ଏଥିପାଇଁ ଆପଣଙ୍କୁ ଫି ଦେବାକୁ ପଡିବ । କିନ୍ତୁ ଏହି ଟଙ୍କାରୁ କମ ପକାଇଲେ ଆପଣଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ । ୧୫ହଜାର ଟଙ୍କାରୁ ଅଧିକ ଟଙ୍କା ପାଇଁ ସମ୍ପୂର୍ଣ୍ଣ ଟଙ୍କାର ୧ ପ୍ରତିଶତ ଫି ଦେବାକୁ ପଡିବ । ତେବେ ଏହାମଧ୍ୟ ୩ ହଜାର ଟଙ୍କା ପର୍ଯ୍ୟନ୍ତ ସୀମିତ ଅଟେ ।

୫-ୟୁଟିଲିଟି -ଏଚଡିଏଫସି କ୍ରେଡିଟ୍ କାର୍ଡରେ ଆପଣ ଯଦି ୫୦ ହଜାର ତଳକୁ କୌଣସି ଟଙ୍କା ନେଣଦେଣ କରୁଛନ୍ତି ତେବେ ସେଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ହେଲେ ୫୦ହଜାର ଟଙ୍କା ଉପରେ ଆପଣ ଯଦି ଟଙ୍କା ଟ୍ରାଞ୍ଜାକସନ କରୁଛନ୍ତି ତେବେ ଆପଣଙ୍କୁ ଏହାର ଏକ ପ୍ରତିଶତ ଫି ଦେବାକୁ ପଡିବ । ଏହି ଟଙ୍କା ୩୦୦୦ ମଧ୍ୟରେ ସୀମିତ ରହିବ । କିନ୍ତୁ ଆପଣ ଯଦି ବୀମା ଟଙ୍କା ପ୍ରଦାନ କରୁଛନ୍ତି ତେବେ କୌଣସି ଫି ଦେବାକୁ ପଡିବ ନାହିଁ ।

୬-ଥାର୍ଡପାର୍ଟି ପେମେଣ୍ଟ :ଅଗଷ୍ଟ ୧ ତାରିଖରୁ ଏଚଡିଏଫସି ନୂଆ ନିୟମ ଆଣିବାକୁ ଯାଉଛି । ପେଟିଏମ,କ୍ରେଡ ମୋବିକ୍ୱିକ୍ ଭଳି ଥାର୍ଡ ପାର୍ଟି ପେମେଣ୍ଟ ଆପ ମାଧ୍ୟମରେ ପେମେଣ୍ଟ ଉପରେ ଏହାର ରେଣ୍ଟାଲ ଟ୍ୟାକ୍ସ ବୃଦ୍ଧି କରାଯାଇଛି । ଟ୍ରାଞ୍ଜାକ୍ସନ ଟଙ୍କାରେ ୧ ପ୍ରତିଶତ ଟ୍ୟାକ୍ସ ବୃଦ୍ଧି କରାଯାଇଛି । ଏହି ପେମେଣ୍ଟ ୩ ହଜାର ଟଙ୍କାକୁ ସୀମିତ କରାଯାଇଛି ।

Read More
{}{}