Hindi News >>Home >>Odisha Trending

Onion Price: ଶସ୍ତାରେ ପିଆଜ ବିକିବ NCCF, ଜାଣନ୍ତୁ କେତେ ଦାମରେ ମିଳିବ

Onion Price: ସମବାୟ ସଂସ୍ଥା ଏନସିସିଏଫ ଶୁକ୍ରବାର ଦିନ କହିଛି ଯେ, ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ବ୍ୟତୀତ ଅନ୍ୟ ରାଜ୍ୟରେ ପିଆଜ କେଜି ୨୫ ଟଙ୍କା ରିହାତିରେ ବିକ୍ରି କରାଯିବ।

Advertisement
Onion Price: ଶସ୍ତାରେ ପିଆଜ ବିକିବ NCCF, ଜାଣନ୍ତୁ କେତେ ଦାମରେ ମିଳିବ
Stop
Soubhagya Ranjan Mishra|Updated: Nov 04, 2023, 05:13 PM IST

Onion Price: ପିଆଜର ଦର ବୃଦ୍ଧି ପାଇଁ ଆପଣ ମଧ୍ୟ ଚିନ୍ତିତ କି? ବର୍ତ୍ତମାନ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ସମବାୟ ସଂସ୍ଥା ନ୍ୟାସନାଲ କଞ୍ଜ୍ୟୁମର କୋଅପରେଟିଭ ଫେଡେରେଶନ (nccf) ଶୁକ୍ରବାର ଦିନ ସୂଚନା ଦେଇ କହିଛି ଯେ, ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ଛାଡିଦେଲେ ଅନ୍ୟ ରାଜ୍ୟରେ ପିଆଜ କିଲୋଗ୍ରାମ ପିଛା ୨୫ ଟଙ୍କା ରିହାତିରେ ବିକ୍ରି କରାଯିବ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଆଜକୁ କମ ଦାମରେ ଗ୍ରାହକଙ୍କୁ ଦେବା ସହିତ ଉପକୃତ କରିବା ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ, ଜାତୀୟ ଉପଭୋକ୍ତା ସମବାୟ ଫେଡେରେସନ୍ କେନ୍ଦ୍ର ସରକାରଙ୍କ ତରଫରୁ ସେପ୍ଟେମ୍ବର ୯ ତାରିଖରୁ ଦିଲ୍ଲୀର ଏବଂ ଏହାର ଆଖପାଖରେ ୧୦୦ ଟି ବିଭିନ୍ନ ସ୍ଥାନରେ ସବସିଡିଯୁକ୍ତ ମୂଲ୍ୟରେ ପିଆଜ ଖୁଚୁରା ବିକ୍ରି ଆରମ୍ଭ କରିଥିଲା। ଏନସିସିଏଫ ଏକ ବିବୃତ୍ତିରେ ଏହା କହିଛି ଯେ, ଦିଲ୍ଲୀ-ଏନସିଆର ବ୍ୟତୀତ ଜାମ୍ମୁ କାଶ୍ମୀରରୁ କେରଳ ପର୍ଯ୍ୟନ୍ତ ସମସ୍ତ ରାଜ୍ୟକୁ ଆମେ ପିଆଜ ବିକ୍ରୟ ପଠାଇବୁ ।

ସମବାୟ ସଂସ୍ଥା ଗତ ଦୁଇ ସପ୍ତାହ ଧରି ଶ୍ରୀନଗର, ଜୟପୁର, ବାରାଣାସୀ ଏବଂ ଦିଲ୍ଲୀ-ଏନସିଆରରେ ପେଟିଏମ୍, ମ୍ୟାଜିକ୍ ପିନ୍ ଏବଂ ମାଇଷ୍ଟୋର ମାଧ୍ୟମରେ ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ ବାଣିଜ୍ୟ (ONDC) ପ୍ଲାଟଫର୍ମ ମାଧ୍ୟମରେ ଅନଲାଇନ ମାଧ୍ୟମରେ ପିଆଜ ବିକ୍ରି କରିଆସୁଛି। ଏହି ବିବୃତ୍ତିରେ କୁହାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୪୧୬ଟି ଭ୍ୟାନ ଚାଲୁଛି ଏବଂ ଖୁଚୁରା ବଜାରରେ ୨,୨୧୯.୬୧ ଟନ୍ ପିଆଜ ବିକ୍ରି କରାଯାଇଛି । ବିଗତ ଦୁଇ ସପ୍ତାହ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପିଆଜର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା  ୭୦ରୁ ୮୦ ଚଙ୍କାରେ ପହଞ୍ଚିଛି। ଚଳିତ ବର୍ଷ ସରକାରଙ୍କ ବଫର ଷ୍ଟକରୁ ଏନସିସିଏଫ ୫ ଲକ୍ଷ ଟନ୍ ପିଆଜ ବିକ୍ରି କରୁଛି।

ପିଆଜର ମୂଲ୍ୟ ନିୟନ୍ତ୍ରଣ ପାଇଁ ପଦକ୍ଷେପ
ଶୁକ୍ରବାର ଦିନ ପିଆଜର ସମସ୍ତ ଭାରତର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୫୯ଟଙ୍କା ପାଖାପାଖି ଥିଲା। ଏଥିରେ ସର୍ବାଧିକ ହାର କିଲୋଗ୍ରାମ ୮୮ ଟଙ୍କା ଏବଂ ସର୍ବନିମ୍ନ ହାର କିଲୋଗ୍ରାମ ୧୮ ଟଙ୍କା ଥିଲା। ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ପିଆଜର ଖୁଚୁରା ମୂଲ୍ୟ କିଲୋଗ୍ରାମ ୭୫ ଟଙ୍କା ଥିଲା। ଘରୋଇ ଉପଲବ୍ଧତା ତଥା ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ସରକାର ଡିସେମ୍ବର ଶେଷ ପର୍ଯ୍ୟନ୍ତ ସର୍ବନିମ୍ନ ରପ୍ତାନି ମୂଲ୍ୟ (MEP) କୁ ପିଆଜ ଉପରେ ସ୍ଥିର କରିଛନ୍ତି। ଅନ୍ୟପଟେ ପିଆଜ ଶସ୍ତାରେ ମିଳିବା ଖବର ଖାଉଟିକୁ ଆସ୍ୱସ୍ତି ପ୍ରଦାନ କରିଛି ।

Also Read- Ollywood News: ସାମ୍ୱାଦିକାଙ୍କୁ ମାଡ ମାରିବା ଘଟଣାରେ ଗିରଫ ହେଲେ ଟୁଟୁ ନାୟକ

Also Read- ୭୧ ଲକ୍ଷ ଭାରତୀୟ ଆକାଉଣ୍ଟକୁ ନିଷିଦ୍ଧ କରିଛି WhatsApp, ଆପଣ କରୁନାହାଁନ୍ତି ତ ଏହି ଭୁଲ୍ ?

Read More
{}{}