Hindi News >>Home >>Odisha Trending

Anubhav Mohanty: ଅନୁଭବ ମହାନ୍ତିଙ୍କ ନାଁରେ NBW, ଗିରଫ ହୋଇପାରନ୍ତି ଅଭିନେତା

Anubhav Mohanty: ଏହାସହ ଅଶାଳୀନ ମନ୍ତବ୍ୟ ଦେଇ ଗାଳିଗୁଲଜ କଥା ବି ଉଲ୍ଲେଖ କରାଯାଇଥିଲା ଆଉ ସେତେବେଳେ ପୁରୀ ଘାଟ ଥାନାରେ ଏହି ଅଭିଯୋଗକୁ ଆଧାର କରି ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନାଁ ରେ IPC ଧାରା ୪୯୮ ଏ, ୩୫୪, ୫୦୯,୧୦୯ ଏବଂ ୩୪ ସହ ଏକାଧିକ ଧାରାରେ ମାମଲା ରୁଜୁ କରାଯାଇଥିଲା।   

Advertisement
Anubhav Mohanty: ଅନୁଭବ ମହାନ୍ତିଙ୍କ ନାଁରେ NBW, ଗିରଫ ହୋଇପାରନ୍ତି ଅଭିନେତା
Stop
Rasmita Sahoo|Updated: May 13, 2024, 01:37 PM IST

Big Breaking: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ NBW ଜାରି । ଏହି ଏନବିଡବ୍ଲୁ ଜାରି କରିଛନ୍ତି କଟକ ଜେଏମଏଫସି  ଏମପି ଏମଏଲଏ କୋର୍ଟ । ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏନବିଡବ୍ଲୁ ଜାରି କରାଯାଇଛି। ପୁରୀ ଘାଟ ଥାନାରେ ମାମଲା ରୁଜୁ ହୋଇଛି। ଚାର୍ଜ ଫ୍ରେମ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ଧିରେ ଧିରେ ଅନୁଭବ ମହାନ୍ତି  ଅଡୁଆରେ ଫସିଛନ୍ତି ଅନୁଭବ ହେଲେ ଏହି ଗିରଫ ବିହୀନ ପରୱାନାକୁ ସିଧାସଳଖ ଚ୍ୟାଲେଞ୍ଜ କରିପାରିବେ ଅନୁଭବ । ନଚେତ୍ ଆବଶ୍ୟକ ପଡ଼ିଲେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିପାରେ। 

ସୂଚନାଯୋଗ୍ୟ, ୨୦୨୦ ମସିହା ଡିସେମ୍ବର ୧୯ ତାରିଖରେ ପତ୍ନୀ ବର୍ଷାଙ୍କ(Varsha Priyadarshini) ପକ୍ଷରୁ ପୁରୀ ଘାଟ ଥାନା ରେ ଏକ ଏତଲା ଦିଆଯାଇଥିଲା। ଏତଲାରେ ସେ ସିଧାସଳଖ ସାଂସଦ ଅନୁଭବ ମହାନ୍ତି (MP Anubhav Mohanty) ଓ ତାଙ୍କ ୨ ସହଯୋଗୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳେଇ ବର୍ଷାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଏହାସହ ଏତଲାରେ ଏହା ବି ଉଲ୍ଲେଖ ହୋଇଥିଲା ଯେ, ବର୍ଷାଙ୍କ ବିନା ଅନୁମତିରେ ତାଙ୍କ ବାସଭବନକୁ ପଶି ବେଡରୁମରେ ଭିଡିଓ କରୁଥିବା କଥା ବି ଦର୍ଶାଇଥିଲେ। ଏହାସହ ଅଶାଳୀନ ମନ୍ତବ୍ୟ ଦେଇ ଗାଳିଗୁଲଜ କଥା ବି ଉଲ୍ଲେଖ କରାଯାଇଥିଲା ଆଉ ସେତେବେଳେ ପୁରୀ ଘାଟ ଥାନାରେ ଏହି ଅଭିଯୋଗକୁ ଆଧାର କରି ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନାଁ ରେ IPC ଧାରା ୪୯୮ ଏ, ୩୫୪, ୫୦୯,୧୦୯ ଏବଂ ୩୪ ସହ ଏକାଧିକ ଧାରାରେ ମାମଲା ରୁଜୁ କରାଯାଇଥିଲା। 

ଗତ ୮ ତାରିଖରେ ଅନୁଭବ ନିଜେ ଏହାକୁ ନେଇ ଡିସଚାର୍ଜ କେସ ଫାଇଲ କରିଥିଲେ। ହେଲେ ଗତ ୧୦ ତାରିଖରେ କୋର୍ଟ ତାଙ୍କୁ ଡାକି ଚାର୍ଜଫ୍ରେମ କରିବାକୁ ଚାହିଁଥିଲେ। ହେଲେ ଅନୁଭବ ମହାନ୍ତି ଜାତୀୟ ଦଳର ଷ୍ଟାର କ୍ୟାମ୍ପେନର ଭାବେ ଚୟନ ହୋଇଛନ୍ତି । ନିର୍ବାଚନ ପାଇଁ ବ୍ୟସ୍ତ ଥିବା ଦର୍ଶାଇ ସମୟ ମାଗିଥିଲେ। ପରେ ଆଜି ମଧ୍ୟ ତାଙ୍କୁ ଚାର୍ଜଫ୍ରେମ ପାଇଁ ଡକାଯାଇଥିଲା । ତେବେ ଆଜିବି ସମାନ ଢଙ୍ଗର ନିର୍ବାଚନ କଥା କହି ଏଡାଇଥିଲେ ଅନୁଭବ। ତେଣୁ କୋର୍ଟର ସମୟ ନଷ୍ଟ ଓ ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ ଆଜି କଟକ ଜେଏମଏଫସି ଏମପି ଏମଏଲଏ କୋର୍ଟ ବା ୟୁଟି ପକ୍ଷରୁ ଏହି NBW(Non Bailable Warrant)ଜାରି କରାଯାଇଛି। 

ଗିରଫଦାରୀରୁ କେମିତି ବଞ୍ଚିବେ ଅନୁଭବ-:
ଏନବିଡବ୍ଲୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ତେବେ ଏହି ଗିରଫଦାରୀରୁ ବଞ୍ଚିବା ପାଇଁ ଅଭିନେତାଙ୍କ ପାଖରେ ଦୁଇଟି ବିକଳ୍ପ ଅଛି।

1-ଏହି NBW ଆଧାରରେ ଅନୁଭବ ଉପରକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ। ଉପରକୋର୍ଟ ଯଦି ଏକଥାରେ ସହମତ ହୋଇ ଅନୁଭବଙ୍କୁ ସମୟ ଦିଆଯାଉ ବୋଲି ନିର୍ଦ୍ଦେଶ ଦିଅନ୍ତି ତେବେ ଅନୁଭବ ମୁକ୍ତି ପାଇପାରିବେ। 

2- ଅଭିନେତା ସମ୍ପୂର୍ଣ୍ଣ ଭାବେ NBW କୁ ଗ୍ରହଣ କରି  ୨୩ ତାରିଖ ସୁଦ୍ଧା ହାଜର ହେବାକୁ ଯେଉଁ ନୋଟିସ ଜାରି କରାଯାଇଛି  ସେହି ଆଧାରରେ ହାଜର ହେଲେ ଗିରଫଦାରୀରୁ ବର୍ତ୍ତିପାରିବେ। 

Also Read: CBSE 12th Result 2024: ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ, ପାସ୍ ହାର ୮୭.୯୮ ପ୍ରତିଶତ

Read More
{}{}