Hindi News >>Home >>Odisha Trending

Navjot Kaur Sidhu: ନବଜୋତ ସିଂହ ସିଦ୍ଧୁଙ୍କ ଚିଠି ଲେଖିଲେ କର୍କଟ ପୀଡ଼ିତ ପତ୍ନୀ ନବଜୋତ କୌର ସିଦ୍ଧୁ, କହିଲେ...

Navjot Kaur News: 

Advertisement
Navjot Kaur Sidhu: ନବଜୋତ ସିଂହ ସିଦ୍ଧୁଙ୍କ ଚିଠି ଲେଖିଲେ କର୍କଟ ପୀଡ଼ିତ ପତ୍ନୀ ନବଜୋତ କୌର ସିଦ୍ଧୁ, କହିଲେ...
Stop
Zee Odisha Desk|Updated: Mar 23, 2023, 08:46 PM IST

Navjot Singh Sidhu Wife: ପଞ୍ଜାବ କଂଗ୍ରେସ କମିଟିର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ନବଜୋତ କୌର କହିଛନ୍ତି ତାଙ୍କୁ କର୍କଟ ହୋଇଛି। ଯାହା ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ନିଜର ଟ୍ୱିଟ ଜରିଆରେ ନବଜୋତ କୌର ଆହୁରି ଲେଖିଛନ୍ତି ଯେ, ନବଜୋତ ସିଂହ ସିଦ୍ଧୁଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବ ନାହିଁ। ଏକ ମାମଲାରେ ନବଜୋତ ସିଂହ ସିଦ୍ଧୁ ଏକ ବର୍ଷ କାରାଦଣ୍ଡ ଭୋଗୁଛନ୍ତି। କଂଗ୍ରେସ ନେତା ଜଣଙ୍କ ଏବେ ପଟିଆଲାସ୍ଥିତ ସେଣ୍ଟ୍ରାଲ ଜେଲ ଠାରେ ବନ୍ଦ ଅଛନ୍ତି।

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର (Punjab Pradesh Congress Committee) ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ (Navjot Singh Sidhu) ପତ୍ନୀ ନବଜୋତ କୌର (Navjot Kaur Sidhu) ଦ୍ୱିତୀୟ ପର୍ଯ୍ୟାୟ କର୍କଟ ରୋଗରେ (Stage 2 Invasive Cancer) ଆକ୍ରାନ୍ତ ହୋଇଛନ୍ତି। ନବଜୋତ କୌର ଟ୍ୱିଟ କରି ଏହି ଖବର ସେୟାର କରିଛନ୍ତି। ଯେଉଁଥିରେ ନବଜୋତ କୌର କହିଛନ୍ତି, ନବଜୋତ ସିଂହ ସିଦ୍ଧୁ ଏକ ଅପରାଧିକ କାରଦାଣ୍ଡ ଭୋଗୁଛନ୍ତି। ହେଲେ ସେ ଏହି ମାମଲାରେ ଜଡ଼ିତ ନାହାଁନ୍ତି। ଏହି ଘଟଣାରେ ଜଡ଼ିତ ସମସ୍ତ ଲୋକଙ୍କୁ କ୍ଷମା କରାଯାଉ। ପ୍ରତିଦିନ ବାହାରେ ଆପଣଙ୍କୁ ଅପେକ୍ଷା କରିବା ବୋଧହୁଏ ଆପଣଙ୍କ ଅପେକ୍ଷା ଅଧିକ ଯନ୍ତ୍ରଣା ଦାୟକ। ସବୁ ଥର ଭଳି ଆପଣଙ୍କ ଯନ୍ତ୍ରଣା ଦୂର କରିବାକୁ ଚେଷ୍ଟା କରଗଲା। ଏହାକୁ ବାଣ୍ଟିବାକୁ କୁହାଗଲା।  ଏକ ଛୋଟ ଅଭିବୃଦ୍ଧି ଦେଖି ଖୁସି ଲାଗିଲା, ହେଲେ ଏହା ଖରାପ ବୋଲି ଜାଣିଥିଲି। 

"ଆପଣଙ୍କୁ ଅପେକ୍ଷା କରିଛି, ବାରମ୍ବାର ଆପଣଙ୍କ ନ୍ୟାୟ ପ୍ରତ୍ୟାଖ୍ୟାନ କରାଯାଇଛି। ସତ୍ୟ ଏତେ ଶକ୍ତିଶାଳୀ ଯେ ଯିଏ ଆମର ପରୀକ୍ଷା ବାରମ୍ବାର ନେଇଥାଏ। ଆପଣଙ୍କ ପାଇଁ ଅପେକ୍ଷା କରିପାରିବ ନାହିଁ। କାରଣ ଏହା ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣକାରୀ କର୍କଟ। କାହାକୁ ଦାୟୀ କରାଯିବ ନାହିଁ କାରଣ ଏହା ଭଗବାନଙ୍କ ଯୋଜନା", ବୋଲି କହିଛନ୍ତି ନବଜୋତ କୌର ସିଦ୍ଧୁ।

ଏକ ୩୪ ବର୍ଷର ପୁରୁଣା ମାମଲାରେ (1988 Road Rage Death Case) ସୁପ୍ରିମକୋର୍ଟ (Suprecourt) ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହି ଘଟଣା ୧୯୮୮ ମସିହାରେ ଘଟିଥିଲା। ପଞ୍ଜାବର କୋଣସି ଏକ ସ୍ଥାନରେ ସିଦ୍ଧୁଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ଝଗଡ଼ା ହୋଇଥିଲା। ଏହି ଘଟଣାରେ ସିନ୍ଧୁ ସେହି ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ସିନ୍ଧୁଙ୍କ ମାଡ ମାରିବା କାରଣରୁ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ହତ୍ୟାକାଣ୍ଡର ଦୋଷୀ ସାବ୍ୟସ୍ତ କରି ୧୦୦୦ ଟଙ୍କାର ଜୋରିମାନା ଆଦାୟ କରିଥିଲେ। ହେଲେ ଯେତେବେଳେ ଏହି ମାମଲାରେ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିଲା, ସେତେବେଳେ ସୁପ୍ରିମକୋର୍ଟ ଏହି ମାମଲାର ପୁନର୍ବାର ଶୁଣାଣି କରି  ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହା ପରେ ସିଦ୍ଧୁ ମେ ୨୦ ତାରିଖରେ ଆତ୍ମସମର୍ପଣ କରି ଦେଇଥିଲେ।

 

 

Read More
{}{}