Hindi News >>Home >>Odisha Trending

One China Policy: ତାଇୱାନ ସହିତ କୂଟନୈତିକ ସମ୍ପର୍କ ଭାଙ୍ଗିଲା ନାଉରୁ; ଜାଣନ୍ତୁ କାହିଁକି

Nauru Cut Off Diplomatic Relations with Taiwan: ତାଇୱାନ ସହ ରହିଥିବା କୂଟନୈତିକ ସମ୍ପର୍କ ଛିନ୍ନ କରିଛି ନାଉରୁ। ଗୋଟିଏ ଚୀନ ନୀତି କାରଣରୁ ନାଉରୁ ତାଇୱାନ ସହ କୂଟନୈତିକ ସମ୍ପର୍କ ଭାଙ୍ଗିଥିବାର ଚର୍ଚ୍ଚା ହେଉଛି।

Advertisement
One China Policy: ତାଇୱାନ ସହିତ କୂଟନୈତିକ ସମ୍ପର୍କ ଭାଙ୍ଗିଲା ନାଉରୁ; ଜାଣନ୍ତୁ କାହିଁକି
Stop
Zee Odisha Desk|Updated: Jan 15, 2024, 09:10 PM IST

Nauru broke Diplomatic Relations with Taiwan: ତାଇୱାନ ସହ କୂଟନୈତିକ ସମ୍ପର୍କ ଭାଙ୍ଗିଛି ନାଉରୁ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନାଉରୁ ସରକାର କହିଛନ୍ତି ଯେ ବର୍ତ୍ତମାନ ତାଇୱାନକୁ ପୃଥକ ଦେଶ ନୁହେଁ ବରଂ ଚୀନ୍‌ର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ସ୍ୱୀକୃତି ଦେବ। ଆପଣଙ୍କୁ କହିରଖୁଛୁ ଯେ ଚୀନ୍ ବିଗତ କିଛି ବର୍ଷ ଧରି ତାଇୱାନକୁ ଏହାର କୂଟନୈତିକ ସହଯୋଗୀଙ୍କ ଠାରୁ ଦୂରେଇ ରଖିବାରେ ଲାଗିଛି। ତାଇୱାନ, ନାଉରୁ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଦେଶର ଗଣତାନ୍ତ୍ରିକ ନିର୍ବାଚନ ବିରୋଧରେ ଚୀନ୍‌ ପ୍ରତିଶୋଧ ବୋଲି ବର୍ଣ୍ଣନା କରିଛି। 

ବିବିସି ରିପୋର୍ଟ ଅନୁଯାୟୀ ତାଇୱାନ ସହ କୂଟନୈତିକ ସମ୍ପର୍କ ରଖିବାକୁ ନେଇ ନାଉରୁ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ପରେ ବିଶ୍ୱରେ କେବଳ ଏପରି ଅଳ୍ପ କିଛି ଦେଶ ବାକି ରହିଛନ୍ତି। ଯିଏ ତାଇୱାନ ସହ କୂଟନୈତିକ ସମ୍ପର୍କ ବଜାୟ ରଖିଛନ୍ତି। ସେହି ଦେଶ ହେଉଛନ୍ତି ଗ୍ୱାଟେମାଲା, ପାରାଗୁଏ ଏବଂ ମାର୍ଶଲ ଦ୍ୱୀପପୁଞ୍ଜ।

ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ତାଇୱାନ ନିର୍ବାଚନରେ ​​ଭୋଟର ଦେଶର ସାର୍ବଭୌମତ୍ୱକୁ ସମର୍ଥନ କରୁଥିବା ପ୍ରାର୍ଥୀ ୱିଲିୟମ୍ ଲାଇଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି। ତାଇୱାନ ନିର୍ବାଚନ ଫଳାଫଳ ଆସିବା ପରେ ଏହାକୁ ନେଇ ତାତି ଉଠିଛି ଚୀନ୍। ଅତୀତରେ ତାଇୱାନ ସ୍ୱାଧିନତାକୁ ସମର୍ଥନ କରି ଦେଇଥିବା ମନ୍ତବ୍ୟ ପାଇଁ ଚୀନ୍ ନବ ନିର୍ବାଚିତ ରାଷ୍ଟ୍ରପତି ୱିଲିୟମ୍ ଲାଇଙ୍କୁ ଉପଦ୍ରବୀ ବୋଲି କହିଥିଲା। 

ନାଉରୁ କୂଟନୈତିକ ସମ୍ପର୍କ ଭାଙ୍ଗିବାକୁ ନେଇ କ'ଣ କହିଲା ତାଇୱାନ?
ତାଇୱାନ ଉପ ବୈଦେଶିକ ମନ୍ତ୍ରୀ ଟିଏନ୍ ଚୁଙ୍ଗ-କ୍ୱାଙ୍ଗ ନିଶ୍ଚିତ କରିଛନ୍ତି ଯେ ନାଉରୁ ସହ ଦେଶର କୂଟନୈତିକ ସମ୍ପର୍କ ବିଚ୍ଛିନ୍ନ କରାଯାଇଛି। ତାଇୱାନ ସାର୍ବଭୌମତ୍ୱ ତଥା ସମ୍ମାନ ରକ୍ଷା କରିବାକୁ ଯାଇ ଏପରି ପଦକ୍ଷେପ ନିଆଯାଇଛି। ତାଇୱାନ ବିଦେଶ ମନ୍ତ୍ରଣାଳୟ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ କହିଛି ଯେ ବର୍ତ୍ତମାନର ସମୟ କେବଳ ଆମର ଗଣତାନ୍ତ୍ରିକ ନିର୍ବାଚନ ବିରୋଧରେ  ଚୀନ୍‌ର ପ୍ରତିଶୋଧ ନୁହେଁ ବରଂ ଆନ୍ତର୍ଜାତୀୟ ଆଦେଶକୁ ମଧ୍ୟ ସିଧାସଳଖ ଆହ୍ୱାନ ଦିଆଯାଇଛି। ସୋମବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ତାଇୱାନ ଉପ ବୈଦେଶିକ ଅଭିଯୋଗ କରିଛନ୍ତି ନାଉରୁ ଠାରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାର ଫାଇଦା ଉଠାଇ ଆର୍ଥିକ ସହାୟତା ଦେଇ ଏହି ଦେଶକୁ କିଣିବାକୁ ପ୍ରୟାସ ହୋଇଛି। ଯଦି ତାଇୱାନ ମନ୍ତ୍ରୀଙ୍କ ଅଭିଯୋଗକୁ ଦେଖାଯାଏ ତାହେଲେ ଏହା ଚୀନ ଲାଗି ଉଦ୍ଦିଷ୍ଟ। କାରଣ ଚୀନ ନିଜର ଋଣ ଜାଲରେ ବିଶ୍ୱର ଅନେକ ଦେଶକୁ ଫସାଇ ରଖିଛି।   

ନାଉରୁ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଲା ବେଜିଂ
ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚୀନ୍‌ ସହ କୂଟନୈତିକ ସମ୍ପର୍କକୁ ପୁନର୍ବାର ଆରମ୍ଭ କରିବା ପାଇଁ ନାଉରୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହା ପୁଣି ଥରେ ଦର୍ଶାଉଛି ଯେ ଚୀନ୍‌ର ନୀତି ହେଉଛି ଲୋକଙ୍କ ଇଚ୍ଛା ଏବଂ ସମୟର ଇଚ୍ଛା। ଏହା ପ୍ରଥମ ଘଟଣା ନୁହେଁ ଯେ ଯେତେବେଳେ ନାଉରୁ ତାଇୱାନ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିଛି। ଗତ ୨୦୦୨ ବର୍ଷରେ ନାଉରୁ ଚୀନ୍ ସହ କୂଟନୈତିକ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ ଆରମ୍ଭ କରିଥିଲା। ହେଲେ ଗତ ୨୦୦୫ ବର୍ଷରେ ତାଇୱାନ କୂଟନୈତିକ ସମ୍ପ ପୁନର୍ବାର ଆରମ୍ଭ କରିଥିଲା ନାଉରୁ।

କେବଳ ଗୋଟିଏ ଚୀନ ନୀତି କ'ଣ?
ଗୋଟିଏ ଚୀନ ନୀତିର (One China Policy) କେବଳ ଏକ ସ୍ପଷ୍ଟ ଅର୍ଥ ରହିଛି। ତାହା ହେଉଛି ବିଶ୍ୱରେ କେବଳ ଗୋଟିଏ ଚୀନ୍ ଅବସ୍ଥିତ ରହିଛି। ତାଇୱାନ ହେଉଛି ଚୀନ୍‌ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଲୋକତାନ୍ତ୍ରିକ ଚୀନୀ ଗଣରାଜ୍ୟ ହେଉଛି ଏକମାତ୍ର ଚୀନ୍ ପ୍ରତିନିଧିତ୍ୱ କରୁଥିବା ଆଇନ ସରକାର। ଯାହାକୁ ଆନ୍ତର୍ଜାତିକ ସୀକୃତି ମିଳିଛି। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପର ଠାରୁ ବିଶ୍ୱ ମାନଚିତ୍ରରେ ତାଇୱାନ-ଚୀନ (China-Taiwan) ନାମରେ ୨ ନୂଆ ଦେଶ ଦେଖିବାକୁ ମିଳିଥିଲା। ଔପଚାରିକ ଭାବେ ଚୀନ (China) ବିଶ୍ୱରେ ଲୋକତାନ୍ତ୍ରିକ ଚୀନୀ ଗଣରାଜ୍ୟ (Peoples Republic of China) ନାମରେ ଜଣାଶୁଣା। ସେହିପରି ତାଇୱାନ (Taiwan) ଚୀନୀ ଗଣରାଜ୍ୟ (Republic of China) ଭାବେ ପରିଚୟ ହାସଲ କରିଛି।   

Read More
{}{}