Hindi News >>Home >>Odisha Trending

PM Kisanର ଟଙ୍କା ମିଳିବା ପରେ କୃଷି ମନ୍ତ୍ରୀ ଦେଲେ ଆଉ ଏକ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଆପଣ

PM Kisan: କେନ୍ଦ୍ର ସରକାରଙ୍କ ମହତ୍ତ୍ୱକାଂକ୍ଷୀ ଯୋଜନାର ୧୩ ତମ କିସ୍ତି ଥିଲା । ଏହି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଆସିବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏକ ବଡ଼ ବୟାନ ଦେଇଛନ୍ତି । କୃଷି ମନ୍ତ୍ରୀ କହିଛନ୍ତି ଯେ, କୃଷକମାନେ ସେମାନଙ୍କର କୃଷିଜାତ ଦ୍ରବ୍ୟ ସହିତ ଖାଦ୍ୟ ନିରାପତ୍ତାରେ ଆଦର୍ଶ ଯୋଗଦାନ ଦେଉଛନ୍ତି । 

Advertisement
PM Kisanର ଟଙ୍କା ମିଳିବା ପରେ କୃଷି ମନ୍ତ୍ରୀ ଦେଲେ ଆଉ ଏକ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଆପଣ
Stop
Zee Odisha Desk|Updated: Mar 04, 2023, 09:48 PM IST

Narendra Singh Tomar On Farmers Growth: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ପିଏମ କିସାନ ଯୋଜନା (PM Kisan Scheme) ଅନ୍ତର୍ଗତ ୧୬,୪୦୦ କୋଟି ଟଙ୍କା ୮ କୋଟିରୁ ଅଧିକ ଚାଷୀ (Farmers) ଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି । ଏହା କେନ୍ଦ୍ର ସରକାର (Central Govt) ଙ୍କ ମହତ୍ତ୍ୱକାଂକ୍ଷୀ ଯୋଜନାର ୧୩ ତମ କିସ୍ତି (PM Kisan 13th Installment) ଥିଲା । ଏହି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଆସିବା ପରେ କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) ଏକ ବଡ଼ ବୟାନ ଦେଇଛନ୍ତି । କୃଷି ମନ୍ତ୍ରୀ (Agriculture Minister) କହିଛନ୍ତି ଯେ, କୃଷକମାନେ ସେମାନଙ୍କର କୃଷିଜାତ ଦ୍ରବ୍ୟ ସହିତ ଖାଦ୍ୟ ନିରାପତ୍ତାରେ ଆଦର୍ଶ ଯୋଗଦାନ ଦେଉଛନ୍ତି । ବିହାରର ସମସ୍ତିପୁରରେ ଆୟୋଜିତ ସମାରୋହରେ ସେ କହିଛନ୍ତି ଯେ ଯଦି କୃଷକମାନେ (Farmers) କ୍ଷେତରେ କାମ ନକରନ୍ତି, ତା’ହେଲେ ଟଙ୍କା ଥାଇ ମଧ୍ୟ ଆମ ପେଟ ଭରିବା ପାଇଁ ଖାଦ୍ୟ ଶସ୍ୟ ରହିବ ନାହିଁ ।

କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ, ୧୪୦ କୋଟି ଭାରତୀୟଙ୍କ ପାଇଁ ଆମର କୃଷି କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ କୃଷକମାନଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଉଚିତ୍ । ତୋମର କହିଛନ୍ତି ଯେ, ଦେଶରେ କୃଷିର ଗୁରୁତ୍ୱକୁ ବିଚାର କରି ପିଏମ ମୋଦିଙ୍କ ନେତୃତ୍ୱରେ ସରକାର ଏହି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇଛନ୍ତି । ୨୦୧୪ ବର୍ଷ ପୂର୍ବରୁ  କୃଷି କ୍ଷେତ୍ରର ବଜେଟ୍ ପ୍ରାୟ ୨୫,୦୦୦ କୋଟି ଟଙ୍କା ଥିଲା । ଆଜି ଏହା ୧.୨୫ ଲକ୍ଷ କୋଟିକୁ ବୃଦ୍ଧି ପାଇଛି ।

କୃଷି କ୍ଷେତ୍ରର ଅଗ୍ରଗତି ପାଇଁ ନୂତନ କୌଶଳ ସହିତ କାର୍ଯ୍ୟ କରାଯାଉଛି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) । ଦେଶର ୮୬ ପ୍ରତିଶତ କ୍ଷୁଦ୍ର ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାର ଠୋସ୍ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ୧୦,୦୦୦ ନୂତନ FPO ଗଠନ କରୁଛନ୍ତି, ଯେଉଁଥିରେ ୬,୮୬୫ କୋଟି ଟଙ୍କା ଖର୍ଚ୍ଚ ହେଉଛି । ସେ କହିଛନ୍ତି ଯେ, ଯାହା ଅନୁଯାୟୀ ଟେକ୍ନୋଲୋଜି ଅଗ୍ରଗତି କରିବ, ଶିକ୍ଷିତ ଯୁବକମାନେ ଗ୍ରାମରେ ରୋଜଗାରର ସୁଯୋଗ ପାଇବେ ।

ଅଧିକ ପଢ଼ନ୍ତୁ:-ଏଠାରେ ବିବାହିତ ଦମ୍ପତି ପ୍ରତ୍ୟେକ ରାତିରେ ବଦଳାନ୍ତି ନିଜ ପାର୍ଟନର, ସେୟାର କଲେ ପରସ୍ପରର ପତ୍ନୀଙ୍କ ସହ ଶୋଇବାର ଭିଡିଓ

ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ହେଲାଣି, କିନ୍ତୁ ଆସିନି PF ଟଙ୍କା! କେବେ ମିଳିବ ସୁଧ? EPFO ଦେଲା ଜବାବ

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମୋଦି ସରକାର ଲାଗୁ କଲେ ପୁରୁଣା ପେନସନ ଯୋଜନା!

କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) ଏହା ମଧ୍ୟ କହିଛନ୍ତି ଯେ, କୃଷି କ୍ଷେତ୍ର ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ, ଯାହାକୁ ନେଇ ସରକାର ସକରାତ୍ମକତା ସହ ଆଗକୁ ବଢୁଛନ୍ତି । ଚାଷୀଙ୍କ କ୍ଷତି ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏଥିରେ ଚାଷୀଙ୍କ ଦାବି ପାଇଁ ଦେୟ ହିସାବରେ ୧.୩୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ କୃଷକଙ୍କ ଆର୍ଥିକ ସହାୟତା ପାଇଁ ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିରେ ପୂର୍ଣ୍ଣ ସ୍ୱଚ୍ଛତା ସହିତ ଯୋଗ୍ୟ କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ । ଏହି ରାଶି ୨-୨ ହଜାର ତିନି କିସ୍ତିରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ କୋଟି କୋଟି ଚାଷୀଙ୍କୁ ୨.୪୦ ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇଛି ।

Read More
{}{}