Hindi News >>Home >>Odisha Trending

Nabarangpur News: ଆଉ ନାହାଁନ୍ତି ସୂର୍ଯ୍ୟମଣି, ପେନସନ୍ ପାଇଁ ଚୌକି ଧରି ରାଜରାସ୍ତାରେ ଚାଲି ଚର୍ଚ୍ଚାକୁ ଆସିଥିଲେ ବୃଦ୍ଧା

Nabarangpur News In Odia: ବୟସର ଅରରାହ୍ନରେ ଥିବା ସୂର୍ଯ୍ୟମଣି ହରିଜନ ଆଖିବୁଜିଛନ୍ତି (Suryamani harijan) । ବାର୍ଦ୍ଧକ୍ୟ ଜନିତ ସମସ୍ୟାରୁ ସପ୍ତାହେ ହେବ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏପରିକି ସେ ଖାଇବା ପିଇବା ମଧ୍ୟ ଛାଡିଦେଇଥିଲେ। ପେନସନ ଟଙ୍କା ପାଇବା ପାଇଁ ବାଧ୍ୟ ହୋଇ ପ୍ଲାଷ୍ଟିକ ଚେୟାର ସାହାଯ୍ୟରେ ପାଖାପାଖି ୨ କିଲୋମିଟର ଚାଲିଥିଲେ ଏହି ବୃଦ୍ଧା । ଯେଉଁଥି ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ। ପଢନ୍ତୁ ପୁରା ରିପୋର୍ଟ ।...

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 12, 2023, 10:13 AM IST

Nabarangpur News In Odia:  ଆଉ ନାହାଁନ୍ତି ବୃଦ୍ଧା ସୂର୍ଯ୍ୟମଣି ହରିଜନ (Old Woman Suryamani harijan) । ଯାହାଙ୍କୁ ନେଇ ଗତକିଛି ଦିନ ତଳେ ଚର୍ଚ୍ଚା ଜୋର ଧରି ଧରିଥିଲା । ଅଣ୍ଚାରେ ବଳ ନଥିବାରୁ ପେନସନ ପାଇଁ ଚୌକି ସାହାର୍ଯ୍ୟରେ ରାଜରାସ୍ତାରେ ଚାଲିଥିଲେ। ବୃଦ୍ଧାଙ୍କ ଏହି ସଂଘର୍ସର କାହାଣୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ (Finance Minister Nirmala Sitharaman) ପାଖରେ ପହଞ୍ଚିଥିଲା। ଯେଉଁଥିପାଇଁ ବୃଦ୍ଧା ଜଣକ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ଦଇବର ବରାଦ କିଛି ଅଲଗା ଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟାରୁ ସପ୍ତାହେ ହେବ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏପରିକି ସେ ଖାଇବା ପିଇବା ମଧ୍ୟ ଛାଡିଦେଇଥିଲେ। କିନ୍ତୁ ଗୁରୁାବାର ବିଳମ୍ବିତ ରାତିରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିବା ଜଣାପଡିଛି । 

ସୂଚନା ଅନୁସାରେ, ନବରଙ୍ଗପୁର ଝରିଗାଁ ବ୍ଲକ ବଣୁଆଗୁଡ଼ାର ବାସିନ୍ଦା ସୂର୍ଯ୍ୟ ହରିଜନ (Suryamani harijan)  । ବୟସରେ ଅପରାହ୍ନରେ ସେ ।  ଗତମାସରେ ,ପେନସନ ଗଣ୍ତାକ ପାଇଁ ଅଣ୍ଟାରେ ବଳ ନଥିବାରୁ ପାଖାପାଖି ୨ କିମି ବାଟ ଚାଲିଥିଲେ ବୃଦ୍ଧା । ବ୍ୟାଙ୍କକୁ ଯାଇଥିଲେ ମଧ୍ୟ ତାଙ୍କ ଟିପ ଚିହ୍ନ ନ ମିଶିବାରୁ ତାଙ୍କୁ ଫେରାଇ ଦେଇଥିଲେ। କିନ୍ତୁ ବୃଦ୍ଧଙ୍କ ସଂଘର୍ସର ଏହି ଦୃଶ୍ୟକୁ ଜଣେ ବ୍ୟକ୍ତି ନିଜ ମୋବାଇଲରେ କଏଦ କରିଥିଲେ। ପରେ ଏହାକୁ ଭାଇରାଲ କରିଥିଲେ। ପରେ ଭାଇରାଲ ଭିଡିଓକୁ ଦେଖି ଉଦବେଗ ପ୍ରକାଶ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ (Finance Minister Nirmala Sitharaman) ।

 

ଏହାବି ପଢନ୍ତୁ : Maha Dhan Rajyog 2023: ଆଜିଠାରୁ ଏହି ତିନି ରାଶିରେ ଲାଗିଲା ଲଟେରୀ, ଧନ ଢାଳିବେ ମାଆ ଲକ୍ଷ୍ମୀ! 

ଏହାବି ପଢନ୍ତୁ :  Sambalpur News: ୪୮ ଘଣ୍ଟା ପରେ ମିଳିଲା ବୁର୍ଲା ସାଇଫୋନରୁ ଯୁବତୀ ନିଖୋଜ ପତ୍ତା, ପୁରୁଷ ବନ୍ଧୁ ଅଟକ

ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି? ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ? ଟ୍ୱିଟରରେ ଏଭଳି ପ୍ରଶ୍ନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ (Finance Minister Nirmala Sitharaman)। ତେବେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଟ୍ୱିଟର ଜବାବ ରଖିଥିଲେ ଏସବିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ। ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା ଯେ, ତୁରନ୍ତ ସମ୍ପୃକ୍ତ ବୃଦ୍ଧାଙ୍କ ପେନସନ ଟଙ୍କା (pension) ପଇଠ କରାଯାଇଛି। ଆସନ୍ତା ମାସରୁ ତାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି।  ବୃଦ୍ଧାଙ୍କ ଟିପ ଚିହ୍ନ ନ ମିଶିବାରୁ ଏ-ହି ସମସ୍ୟା ଉପୁଜିଥିଲା। ଆମେ ତାଙ୍କ କଷ୍ଟ ବୁଝିପାରି ତୁରନ୍ତ ତାଙ୍କ ସମସ୍ୟାର ସମାଧାନ କରିଛୁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ(Nabarangpur Sbi Authority)।  ନିକଟରେ ପେନସନ ଆଣିବା ପାଇଁ ପ୍ଲାଷ୍ଟିକ୍ ଚୌକିକୁ ଆଶା ବାଡ଼ି ପରି ସାହାରା କରି କୋଷେ ବାଟ ପାଦରେ ଚାଲି ଚାଲି ଝରିଗାଁ ଷ୍ଟେଟ ବ୍ୟାଙ୍କ କିଓସ୍କ ବ୍ୟାଙ୍କକୁ ଯାଇଥିଲେ ସୂର୍ଯ୍ୟା ହରିଜନ। ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ବୃଦ୍ଧାଙ୍କ ଅବସ୍ଥା ଦେଖି ତୁରନ୍ତ ୬ ମାସର ୩ ହଜାର ଟଙ୍କା ପ୍ରଦାନ କରିଥିଲେ।

 

Read More
{}{}