Hindi News >>Home >>Odisha Trending

ମୁମ୍ୱାଇ ପୋଲିସକୁ ଆସିଲା ଧମକପୂର୍ଣ୍ଣ କଲ୍, ତାଜ ହୋଟେଲ ଏବଂ ବିମାନବନ୍ଦରରେ....

ବିମାନବନ୍ଦର ଏବଂ ତାଜ ହୋଟେଲ ଭିତରେ ମୁମ୍ବାଇ ପୋଲିସ ଛାନଭିନ୍ ଜାରି ରଖିଛି । ତେବେ ସନ୍ଦେହଜନକ କଲ୍ କେଉଁଠୁ ଆସିଛି ତାହା ମଧ୍ୟ ସେମାନେ ଜାଣିବାକୁ ପ୍ରୟାସ କରୁଛନ୍ତି ।

Advertisement
ମୁମ୍ୱାଇ ପୋଲିସକୁ ଆସିଲା ଧମକପୂର୍ଣ୍ଣ କଲ୍, ତାଜ ହୋଟେଲ ଏବଂ ବିମାନବନ୍ଦରରେ....
Stop
Soubhagya Ranjan Mishra|Updated: May 27, 2024, 08:59 PM IST

Crime News: ସୋମବାର ଅପରାହ୍ନ ସମୟରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ କେହି ଦୁର୍ବୁତ୍ତ ଅଜଣା ନମ୍ୱରରୁ ଧମକପୂର୍ଣ୍ଣ କଲ୍ କରିଥିଲା । ଫୋନ୍ ରିସିଭ୍ କରିବା ପରେ ଶୁଣିବାକୁ ମିଳିଥିଲା ଯେ, ତାଜ ହୋଟେଲ ଏବଂ ମୁମ୍ବାଇ ବିମାନବନ୍ଦରରେ ବୋମା ଲଗାଯାଇଛି । ଏହି ଘଟଣାକୁ ଗୁରୁତର ସହ ନେଇ ପୋଲିସ ଟିମ୍ ତୁରନ୍ତ ତାଜ ହୋଟେଲ ଏବଂ ବିମାନବନ୍ଦରର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସକୁ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ । ବିମାନବନ୍ଦର ଏବଂ ତାଜ ହୋଟେଲ ଭିତରେ ମୁମ୍ବାଇ ପୋଲିସ ଛାନଭିନ୍ ଜାରି ରଖିଛି । ତେବେ ସନ୍ଦେହଜନକ କଲ୍ କେଉଁଠୁ ଆସିଛି ତାହା ମଧ୍ୟ ସେମାନେ ଜାଣିବାକୁ ପ୍ରୟାସ କରୁଛନ୍ତି ।

ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ କଲ କରିଥିବା ବ୍ୟକ୍ତି କହିଥିଲେ ଯେ, ମୁମ୍ବାଇର ତାଜ ହୋଟେଲ ଏବଂ ମୁମ୍ବାଇ ବିମାନବନ୍ଦରରେ ବୋମା ରଖାଯାଇଛି। ଏତିକି କହିବା ପରେ ଫୋନ ରିସିଭ୍ କରିଥିବା ପୋଲିସ ଅଧିକାରୀ କିଛି ପ୍ରଶ୍ନ ଆରମ୍ଭ କରୁଥିଲେ କିନ୍ତୁ କଲ୍ କରିଥିବା ବ୍ୟକ୍ତି ତୁରନ୍ତ ଫୋନଟିକୁ କାଟିଦେଇଥିଲେ । ପୋଲିସର ସୂଚନାନୁସାରେ, ଏହି କଲଟି ଉତ୍ତରପ୍ରଦେଶରୁ ଆସିଛି । କଣ୍ଟ୍ରୋଲ ରୁମକୁ ଏପରି ଧମକ ଦେଇଥିବା ବ୍ୟକ୍ତିଜଣକ ନିକଟରେ ପହଞ୍ଚିବାକୁ ପୋଲିସ ଚେଷ୍ଟା ଚଳାଇଛି ।

ଆଗରୁ ଅନେକଥର କଲ୍ ଆସିଛି 
ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ କଲ ଆସିବା ଘଟଣା ଏହା ପ୍ରଥମଥର ନୁହେଁ । ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନକୁ ଉଡାଇ ଦେବା ପାଇଁ ଧମକ ମିଳିଥିଲା । ଅନେକ ସମୟରେ ନେତାଙ୍କୁ ହତ୍ୟା କରିବାର ଧମକ ମଧ୍ୟ ମୁମ୍ବାଇ ପୋଲିସକୁ ଆସିଥାଏ । ୨୦୨୩ ଡିସେମ୍ବର ୩୧ ତାରିଖରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା । ମୁମ୍ବାଇର ଅନେକ ସ୍ଥାନରେ ବିସ୍ଫୋରଣ ହେବ ବୋଲି କଲର୍ ଜଣକ ଧମକ ଦେଇଥିଲେ । ଏହା ପରେ ଆଲର୍ଟ ମୋଡରେ ଆସି ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ।

ଗତ କିଛି ବର୍ଷ ହେବ ଏପରି ଘଟଣା ରିପିଟ୍ ହେବାରେ ଲାଗିଛି । ଅନେକ ଧମକପୂର୍ଣ୍ଣ କଲ ଏବଂ ଇମେଲ ମିଳୁଛି । ନିକଟରେ ଦିଲ୍ଲୀ-ଏନସିଆରରେ ସ୍କୁଲ ଉପରେ ବୋମା ବିସ୍ଫୋରଣ ଧମକ ଉପରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଲକ୍ଷ୍ନୌ ଏବଂ କାନପୁର ସ୍କୁଲ ଗୁଡିକୁ ମଧ୍ୟ ବୋମା ଧମକ ଦିଆଯାଇଛି। ଦେଶର ଅନେକ ବଡ ବିମାନବନ୍ଦରକୁ ଉଡାଇ ଦେବାକୁ ମଧ୍ୟ ପୂର୍ବରୁ ଧମକ ମିଳିଛି ।

ଗତ ବର୍ଷ ନଭେମ୍ବର ମାସରେ ମୁମ୍ବାଇ ପୋଲିସକୁ ଏକ ଇମେଲ ଆସିଥିଲା । ଉକ୍ତ ଇମେଲରେ ମୁମ୍ୱାଇ ବିମାନବନ୍ଦର ଟର୍ମିନାଲ ୨କୁ ବୋମା ମାଡ କରାଯିବା ନେଇ ଧମକ ମିଳିଥିଲା । ବିମାନବନ୍ଦରକୁ ବିସ୍ଫୋରଣରୁ ରୋକିବା ପାଇଁ ବିଟକଏନ୍ ରେ ଏକ ମିଲିୟନ୍ ଆମେରିକୀୟ ଡଲାର୍ 48 ଘଣ୍ଟା ମଧ୍ୟରେ ଦେବାକୁ ଦାବି କରାଯାଇଥିଲା ।

Also Read- Jalore News: ଅସହ୍ୟ ତାତିରେ ସାଧୁଙ୍କ ଅଗ୍ନି ତପସ୍ୟା, ୪୧ ଦିନ ଚାଲିବ ସାଧନା

Also Read- Lakshmi Narayan yog 2024: ମେ ଶେଷରେ ବିରଳ ରାଜଯୋଗ, ୩ ରାଶି ଭାଗ୍ୟରେ ଧନ ବର୍ଷା

{}{}