Hindi News >>Home >>Odisha Trending

Mumbai Airport: ୬ ଘଣ୍ଟା ମୁମ୍ବାଇ ବିମାନ ବନ୍ଦରରେ ବନ୍ଦ ରହିଲା ବିମାନ ଉଡ଼ାଣ, ଜାଣନ୍ତୁ କାରଣ

Mumbai Airport Runway Annual Maintenance Work: ମଙ୍ଗଳବାର ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ୬ ଘଣ୍ଟା ପାଇଁ ବନ୍ଦ ରହିଛି ବିମାନ ଉଡ଼ାଣ। 

Advertisement
Mumbai Airport: ୬ ଘଣ୍ଟା ମୁମ୍ବାଇ ବିମାନ ବନ୍ଦରରେ ବନ୍ଦ ରହିଲା ବିମାନ ଉଡ଼ାଣ, ଜାଣନ୍ତୁ କାରଣ
Stop
Updated: Oct 17, 2023, 05:11 PM IST

Chhatrapati Shivaji Maharaj International Airport: ଅକ୍ଟୋବର ୧୭ ତାରିଖ ମଙ୍ଗଳବାର ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ୬ ଘଣ୍ଟା ପାଇଁ ବନ୍ଦ ରହିଛି ବିମାନ ଉଡ଼ାଣ। ମୌସୁମୀ ଋତୁ ପରେ ବିମାନ ବନ୍ଦରର ଦୁଇଟି ରନ୍ ୱେ ର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରହିଥିଲା। ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ ମଙ୍ଗଳବାର ୬ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ ରହିବ। ରକ୍ଷଣାବେକ୍ଷଣ କାର୍ଯ୍ୟ ଦିନ ୧୧ ଘଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଚାଲିଥିଲା। 

ମୁମ୍ବାଇ ଏୟାରପୋର୍ଟ ମୁଖପାତ୍ର (Mumbai Airport Spokesperson) ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ମଙ୍ଗଳବାର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ (Chhatrapati Shivaji Maharaj International Airport Mumbai) ମୌସୁମୀ ପରବର୍ତ୍ତୀ ରନୱେ ରକ୍ଷଣାବେକ୍ଷଣ (Mumbai Airport Runway Maintenance Work 2023) ଯୋଜନାର ଏକ ଅଂଶ ଭାବରେ ଉଭୟ ରନୱେ RWY 09/27 ଏବଂ RWY 14/32 ଅସ୍ଥାୟୀ ଭାବରେ କାର୍ଯ୍ୟକ୍ଷମ ହେବ ନାହିଁ। ଏହି ନିର୍ଧାରିତ ଅସ୍ଥାୟୀ ବନ୍ଦ ହେଉଛି ବିମାନ ବନ୍ଦରର ବାର୍ଷିକ ମୌସୁମୀ ପରବର୍ତ୍ତୀ ରକ୍ଷଣାବେକ୍ଷଣ ଯୋଜନାର ଏକ ଅଂଶ। ଏହି ପରିପ୍ରେକ୍ଷୀରେ ୬ ମାସ ପୂର୍ବରୁ ବିମାନ କର୍ମଚାରୀଙ୍କୁ ମଧ୍ୟ ଏକ ନୋଟିସ ଜାରି କରାଯାଇଛି।

କାହିଁକି ବନ୍ଦ ରହିଲା ବିମାନ ଚଳାଚଳ?
ମୁମ୍ବାଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ (Mumbai Airport Authority) କହିବା ଅନୁସାରେ ରନୱେ ମରାମତି ଏବଂ ପରିଚାଳନା କରିବା ପାଇଁ ବିମାନ ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। କେବଳ ଏହା ମାଧ୍ୟମରେ ବିମାନ ବନ୍ଦରର ଭିତ୍ତିଭୂମି ସର୍ବୋଚ୍ଚ ମାନର ରକ୍ଷଣାବେକ୍ଷଣ (Chhatrapati Shivaji Maharaj International Airport) କରାଯାଇ ପାରିବ। ପ୍ରତିବର୍ଷ ମୌସୁମୀ ଋତୁ ପରେ ରନୱେ ରକ୍ଷଣାବେକ୍ଷଣ କରିବା ପାଇଁ ବିମାନ ବନ୍ଦରରେ ବିମାନ ଉଡ଼ାଣ କାର୍ଯ୍ୟ ସାମୟିକ ଭାବେ ବନ୍ଦ ହୋଇଥାଏ। ଏହା ମରାମତି କାର୍ଯ୍ୟର ଏକ ଅଂଶ ବିଶେଷ। ଯାହା ମାଧ୍ୟମରେ କେବଳ ବିମାନ ଚଳାଚଳ ନୁହେଁ ଯାତ୍ରୀଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଯାଏ।

ମୁମ୍ବାଇ ବିମାନ ବନ୍ଦର (Mumbai Airport) ପକ୍ଷରୁ କୁହାଯାଇଛି ଯେ ଯାତ୍ରୀଙ୍କ ସୁରକ୍ଷାକୁ କିପରି ପ୍ରାଥମିକତା ଦିଆଯାଉଛି ତାହା ଏହି ଅସ୍ଥାୟୀ ବନ୍ଦ ଦର୍ଶାଉଛି। ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ବିମାନବନ୍ଦର ସମସ୍ତ ପ୍ରମୁଖ ହିତାଧିକାରୀଙ୍କ ସହ କଥା ହୋଇଛି ଏବଂ ସେମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ଯାହାଦ୍ୱାରା ରକ୍ଷଣାବେକ୍ଷଣର ସଠିକ୍ ସମାପ୍ତି ପାଇଁ ବିମାନ ଉଡ଼ାଣ ସ୍ଥିର ହୋଇପାରିବ। ରନ୍ ୱେ ମରମାତି କାର୍ଯ୍ୟରେ ବିମାନ ଯାତ୍ରୀଙ୍କ ସହଯୋଗ କାମନା କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ପ୍ରତିଦିନ ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୯୦୦ ବିମାନ ଉଡ଼ାଣ ଭରିଥାଏ। 

ବିମାନ ବନ୍ଦରରେ ଯାତ୍ରୀଙ୍କ ସଂଖ୍ୟାରେ ୩୩% ବୃଦ୍ଧି
ଅକ୍ଟୋବର ୧୬ ତାରିଖ ସୋମବାର ମୁମ୍ବାଇ ବିମାନବନ୍ଦର ପକ୍ଷରୁ କୁହାଯାଇଥିଲା ସେପ୍ଟେମ୍ବର ତ୍ରୈମାସିକରେ ଏହାର ଯାତ୍ରୀ ପରିବହନ କ୍ଷମତା ୩୩% ବୃଦ୍ଧି ପାଇଛି। ଯାହା ବର୍ତ୍ତମାନ ୧.୨୭ କୋଟିରେ ପହଞ୍ଚିଛି। ଯଦି କୋଭିଡ ମହାମାରୀ ପୂର୍ବରୁ 2019 ସେପ୍ଟେମ୍ବର ତ୍ରୈମାସ ସହିତ ତୁଳନା କରାଯାଏ, ତାହେଲେ ଯାତ୍ରୀଙ୍କ ସଂଖ୍ୟା ୧୦୯ ପ୍ରତିଶତ ବୃଦ୍ଧି ପାଇଛି। ଗତ ତ୍ରୈମାସିକରେ ବିମାନ ବନ୍ଦରରେ ୬୦,୮୬୧ ଘରୋଇ ବିମାନ ଚଳାଚଳ ଚାଲିଥିବା ବେଳେ ଆନ୍ତର୍ଜାତୀୟ ବିମାନ ଚଳାଚଳ ସଂଖ୍ୟା ୨୦୪୮୩ ରହିଥିଲା। ଅଧିକାରୀଙ୍କ କହିବା ଅନୁଯାୟୀ, ସେମାନେ ପୂର୍ବ ବର୍ଷ ମଧ୍ୟରେ ମୋଟ ୯୬ ଲକ୍ଷ ଯାତ୍ରୀଙ୍କୁ ରେକର୍ଡ କରିଥିଲେ।

 

{}{}