Hindi News >>Home >>Odisha Trending

ସାଙ୍ଘାତିକ ଅଭିଯୋଗ ଆଣିଲେ ମୁଖତାରଙ୍କ ପୁଅ- ବାପାଙ୍କୁ ଦିଆଯାଇଛି ସ୍ଲୋ ପଏଜନ

Mukhtar Ansari Case: ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଓମାର ଅନସାରୀ ଏହା ଏକ ବଡ଼ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ମୁଁ ମଧ୍ୟ ମୋ ବାପାଙ୍କ ଅନୁପସ୍ଥିତିର ଦୁଃଖ ଅନୁଭବ କରୁଛି। ଅନ୍ୟମାନଙ୍କ ପରି ମୁଁ ମଧ୍ୟ ମଣିଷ । ଓମାର କହିଛନ୍ତି ଯେ, ତାଙ୍କ ପିତା ତାଙ୍କୁ କହିଥିଲେ ତାଙ୍କୁ ସ୍ଲୋ ପଏଜନ ଦିଆଯାଉଛି।

Advertisement
ସାଙ୍ଘାତିକ ଅଭିଯୋଗ ଆଣିଲେ ମୁଖତାରଙ୍କ ପୁଅ- ବାପାଙ୍କୁ ଦିଆଯାଇଛି ସ୍ଲୋ ପଏଜନ
Stop
Soubhagya Ranjan Mishra|Updated: Mar 29, 2024, 02:02 PM IST

Mukhtar Ansari Case: ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଓମାର ବୟାନ ଦେଇ କହିଛନ୍ତି ଯେ, ଆମେ ମଧ୍ୟ ମଣିଷ । ବାପାଙ୍କ ଅନୁପସ୍ଥିତିରେ ଗୋଟିଏ ପୁଅର ଅବସ୍ଥା ଯାହା ହୋଇଥାଏ ବର୍ତ୍ତମାନ ମୋ ଅବସ୍ଥା ମଧ୍ୟ ସମାନ । ବାପାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ ବୋଲି ଓମାର କହିଛନ୍ତି । ବାପାଙ୍କୁ ୩ ଦିନ ଆଇସିୟୁରେ ରଖାଯାଇଥିଲା ପରେ ୱାର୍ଡରେ ଭର୍ତ୍ତୀ କରାନଯାଇ ସିଧାସଳଖ ଜେଲ୍ କୁ ପଠାଯାଇଥିଲା । ବାପା ମୋତେ କହିଥିଲେ ଯେ ତାଙ୍କୁ ସ୍ଲୋ ପଏଜନ (SLOW POISON) ଦିଆଯାଉଛି ।

ଏହା ଏକ ଷଡଯନ୍ତ୍ର ବୋଲି ମୁଖତାର ଅନସାରୀଙ୍କ ଭାଇ ସିବଗୁତୁଲ୍ଲା ଅନସାରୀ ଅଭିଯୋଗ କରିଛନ୍ତି । ପରଦା ପଛରେ ଏକ ଜଘନ୍ୟ ଘଟଣା ଘଟିଛି । ଇଶ୍ୱରଙ୍କ ଉପରେ ଆମର ବିଶ୍ୱାସ ଅଛି ଯେ, ସତ୍ୟ ନିଶ୍ଚିତ ସାମ୍ନାକୁ ଆସିବ । ରିପୋର୍ଟରେ କିଛି ବି ଆସିପାରେ କିନ୍ତୁ ବାପାଙ୍କ ଶରୀରକୁ ଦେଖିଲେ ସେ ଅସୁସ୍ଥ ବୋଲି କୁହାଯାଇପାରିବ ନାହିଁ, ସେ ଶୋଇ ରହିଥିବା ପରି ଦେଖାଯାଉଛନ୍ତି । ଜେଲରେ ବି କୌଣସି ବ୍ୟକ୍ତି ସୁରକ୍ଷିତ ନୁହଁନ୍ତି ବୋଲି ଅଭିଯୋଗ କରିବା ସହ ଏହାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ୟୁପିର ବୃନ୍ଦା ଜେଲରେ ରହୁଥିବା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ ଜେଲରେ ମୁଖତାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ମୁଖତାରଙ୍କ ପ୍ରବଳ ବାନ୍ତି ହୋଇଥିବା କୁହାଯାଉଛି । ଏ ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଦୁର୍ଗା ଶକ୍ତି ନାଗପାଲ, ଏସପି ଅଙ୍କୁର ଅଗ୍ରୱାଲଙ୍କ ସମେତ ବିଭିନ୍ନ ପୋଲିସ ଷ୍ଟେସନରୁ ଫୋର୍ସ ଜେଲ ନିକଟରେ ପହଞ୍ଚିଥିଲେ। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ରହିଥିଲେ।

ପ୍ରଥମେ ମୁଖତାରଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ରାନୀ ଦୁର୍ଗାବତୀ ମେଡିକାଲ କଲେଜର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତୀ କରାଯାଇଥିଲା । ମେଡିକାଲ କଲେଜରେ ୯ ଜଣ ଡାକ୍ତରୀ ଟିମ୍ ତୁରନ୍ତ ମୁଖତାରଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଚିକିତ୍ସାଧିନ ସମୟରେ ହୃଦଘାତ କାରଣରୁ ମୁଖତାରଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା । ରାତି ପ୍ରାୟ ୧୦.୩୦ ସମୟରେ ପ୍ରଶାସନ ପକ୍ଷରୁ ମୁଖତାରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଥିଲେ ।

ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ସମଗ୍ର ରାଜ୍ୟରେ ବର୍ତ୍ତମାନ ସତର୍କ ସୂଚନା ଜାରି କରାଯାଇଛି। ମାଉ ଏବଂ ଗାଜିପୁରରେ ପୋଲିସ ଛାଉଁଣି ଦେଖିବାକୁ ମିଳିଛି । ଗାଜିପୁର ସମେତ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ମେଡିକାଲ କଲେଜ ଏବଂ ଜେଲ ବାହାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୩ଜଣିଆ ଡାକ୍ତରୀ ଟିମ୍ ମୁଖତାର ଅନସାରୀଙ୍କ ଶରୀରର ପୋଷ୍ଟମର୍ଟମ ପରିଚାଳନା ଦାୟିତ୍ୱରେ ରହିଛି । ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Also Read- Puri News: ପୁରୀରେ ଭକ୍ତଙ୍କ ଗହଳୀ, ଭାଇରାଲ ହେଲା ଭିଡ଼ିଓ

Also Read- Road Accident News: ରାସ୍ତା ତଳକୁ ଟ୍ୟାକ୍ସି ଓଲଟି ୧୦ଜଣଙ୍କ ମୃତ୍ୟୁ

Read More
{}{}