Hindi News >>Home >>Odisha Trending

Shoking News: ମିଳିଲାନି ଆମ୍ବୁଲାନ୍ସ.... ଗାଡ଼ି ଡିକିରେ ନବଜାତକକୁ ଆଣିଲା ବାପା

ସ୍ୱାସ୍ଥ୍ୟସେବା ପାଇଁ ତମାମ ଦେଶରେ ଅନେକ ଯୋଜନା ସହିତ ସୁବିଧାମାନ ଯୋଗାଇ ଦେଉଛନ୍ତି ସରକାର। ତଥାପି କିଛି ଲାଞ୍ଚୁଆ ଅଧିକାରୀଙ୍କ ପାଇଁ ଅନେକ ସମୟରେ ସାଧାରଣ ଲୋକ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। 

Advertisement
Shoking News: ମିଳିଲାନି ଆମ୍ବୁଲାନ୍ସ.... ଗାଡ଼ି ଡିକିରେ ନବଜାତକକୁ ଆଣିଲା ବାପା
Stop
Prabhudatta Moharana|Updated: Oct 19, 2022, 07:19 PM IST

ଭୋପାଳ: ମଧ୍ୟପ୍ରଦେଶରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ପୁଣି ଥରେ ମାନବିକତା ପ୍ରତି ପ୍ରଶ୍ନ ଉଠାଇଛି। ମଧ୍ୟପ୍ରଦେଶର ସିଙ୍ଗ୍ରୌଲି ଜିଲ୍ଲାରୁ ଏହି ଚିତ୍ର ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓରେ ଜଣେ ବ୍ୟକ୍ତି ତାଙ୍କର ନବଜାତକର ମୃତଦେହକୁ ନିଜ ବାଇକ ଡିକିରେ ଆଣୁଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ନବଜାତକଙ୍କ ପ୍ରାଣହାନୀ ଘଟିଥିବା ଉକ୍ତ ବ୍ୟକ୍ତି ଜଣକ କହୁଥିବା ଶୁଣିବାକୁ ମିଳିଛି। ସେପଟେ ଆମ୍ବୁଲାନ୍ସ ମିଳିନଥିବାରୁ ଏଭଳି ପଦକ୍ଷେପ ନେଇଥିବା ନେଇ ଉକ୍ତ ବ୍ୟକ୍ତି ଜଣକ କହିଥିଲେ। ସୂଚନାଯୋଗ୍ୟ ବ୍ୟକ୍ତି ଜଣକଙ୍କ ନାଁ ଦିନେଶ ଭାରତୀ ଓ ସେ ସିଙ୍ଗ୍ରୌଲି ଜିଲ୍ଲାର ବାସିନ୍ଦା ହୋଇଥିବା ଜଣାପଡ଼ିଛି। ସେ ନିଜର ସ୍ତ୍ରୀ ମିନାଙ୍କର ଡେଲିଭରି ପାଇଁ ସିଙ୍ଗ୍ରୌଲି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। 

ସ୍ୱାସ୍ଥ୍ୟସେବା ପାଇଁ ତମାମ ଦେଶରେ ଅନେକ ଯୋଜନା ସହିତ ସୁବିଧାମାନ ଯୋଗାଇ ଦେଉଛନ୍ତି ସରକାର। ତଥାପି କିଛି ଲାଞ୍ଚୁଆ ଅଧିକାରୀଙ୍କ ପାଇଁ ଅନେକ ସମୟରେ ସାଧାରଣ ଲୋକ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ଏହାର ଏକ ସଦ୍ୟ ଉଦାହରଣ ହେଉଛି ସିଙ୍ଗ୍ରୌଲିରୁ ଆସିଥିବା ଏହି ହୃଦୟବିଦାରକ ଘଟଣା। ସିଙ୍ଗ୍ରୌଲି ଜିଲ୍ଲାର ହାସପାତାଳରେ ଆମ୍ବୁଲାନ୍ସ ନ ମିଳିବାରୁ ଉକ୍ତ ବ୍ୟକ୍ତି ଜଣକ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ଅନୁଯାୟୀ ଦିନେଶ ତାଙ୍କ ସ୍ତ୍ରୀଙ୍କ ଗର୍ଭ ଯନ୍ତ୍ରଣା ପରେ ସେ ସ୍ଥାନୀୟ ସିଙ୍ଗ୍ରୌଲି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସରିତା ଶାହ ପ୍ରଥମେ ତାଙ୍କର ଚିକିତ୍ସା କରିଥିଲେ। ତେବେ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଏକ ବେସରକାରୀ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ଦିନେଶ ତାଙ୍କ ସ୍ତ୍ରୀଙ୍କୁ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଉକ୍ତ କ୍ଲିନିକରେ ଭର୍ତ୍ତି କରିଥିଲେ। ସେଠାରେ କ୍ଲିନିକ କର୍ତ୍ତୃପକ୍ଷ ଦିନେଶଙ୍କ ଠାରୁ ୫ ହଜାର ଟଙ୍କା ନେଇଥିଲେ। ପରେ ପରୀକ୍ଷାନିରୀକ୍ଷା ପରେ ଗର୍ଭାବସ୍ଥାରେ ପିଲାଟିର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏହି ସୂଚନା ପାଇବା ପରେ କ୍ଲିନିକ କର୍ତ୍ତୃପକ୍ଷ ଦିନେଶଙ୍କୁ ପୁନର୍ବାର ଜିଲ୍ଲା ହସ୍ପିଟାଲକୁ ଯିବାକୁ କହିଥିଲେ। ଦିନେଶ ଏହି ନିର୍ଦ୍ଦେଶ ପାଇବା ପରେ ସରକାରୀ ହସପିଟାଲକୁ ଯାଇଥିଲେ ଦିନେଶ। ସେଠାରେ ତାଙ୍କର ଏକ ମୃତ ପିଲା ଜନ୍ମ ହୋଇଥିଲା। ନବଜାତକକୁ ଗାଡ଼ି ଡିକିରେ ଆଣିବା ପରେ ସେ ସିଧାସଳଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। 

ତେବେ ନିଜ ନବଜାତକକୁ ଆଣିବା ପରେ ଉକ୍ତ ଡାକ୍ତରଖାନା ବିରୋଧରେ ମାମଲା ରୁଜୁ କରିଛନ୍ତି ବ୍ୟକ୍ତି ଜଣକ। ନିଜ ମାମଲା ପତ୍ରରେ ଡାକ୍ତରଖାନା କର୍ତ୍ତୃପକ୍ଷକୁ ଘଟଣା ପାଇଁ ଦାୟୀ କରିଛନ୍ତି। ଏହା ସହିତ ଡାକ୍ତରଖାନାର ଡାକ୍ତରଙ୍କ ନାଁରେ ଲାଞ୍ଚ ମାଗୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ନିଜ ସ୍ତ୍ରୀର ଡେଲିଭରି ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗୁଥିବା ନେଇ ବ୍ୟକ୍ତି ଜଣକ କହିଛନ୍ତି। ଏନେଇ ସେ ଉକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ସିଙ୍ଗ୍ରୌଲି ଜିଲ୍ଲାର ଜିଲ୍ଲାପାଳ ରାଜୀବ ରଞ୍ଜନ ମିନା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

Read More
{}{}