Hindi News >>Home >>Odisha Trending

Anubhav Mohanty: ଅସହାୟ ନା ରାଗ ତମତମ ଅନୁଭବ ମହାନ୍ତି, ଗୋଟିକ ପରେ ଗୋଟିଏ ପୋଷ୍ଟ କରି ବର୍ଷାଙ୍କୁ କହୁଛନ୍ତି ‘ଦୋମୁହାଁ’

Anubhav Varsha Dispute: ଏଯାଏ ଆଇନଗତ ଭାବେ ପତ୍ନୀ ହୋଇ ରହିଥିବା ବର୍ଷା ପ୍ରିୟଦର୍ଶିନୀଙ୍କ (Varsha Priyadarshini) ଉପରେ ସୋସିଆଲ ମିଡିଆରେ ନିଜର ରାଗ ଝଡ଼ାଇ ଚାଲିଛନ୍ତି ଅଭିନତାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତି (Anubhav Mohanty)। ନିଜର ଟ୍ୱିଟର ହ୍ୟାଣ୍ଡଲରେ ସେ ପରିବାର ଅଦାଲତର ବିଚାରକୁ ଗୋଟିଏ ପରେ ଗୋଟିଏ କରି ସମାଲୋଚନା କରିଛନ୍ତି (Anubhav Varsha Dispute)। କୋର୍ଟରେ ବର୍ଷା ଦେଇଥିବା ଜବାବକୁ ସେୟର କରି ନିଜର ଅସହାୟତାକୁ ଜାହିର କରିବାକୁ ଚେଷ୍ଟା କରିଛନ୍ତି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Oct 01, 2023, 10:55 AM IST

Anubhav Varsha Dispute: ଭୁବନେଶ୍ୱର: ଏଯାଏ ଆଇନଗତ ଭାବେ ପତ୍ନୀ ହୋଇ ରହିଥିବା ବର୍ଷା ପ୍ରିୟଦର୍ଶିନୀଙ୍କ (Varsha Priyadarshini) ଉପରେ ସୋସିଆଲ ମିଡିଆରେ ନିଜର ରାଗ ଝଡ଼ାଇ ଚାଲିଛନ୍ତି ଅଭିନତାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତି (Anubhav Mohanty)। ନିଜର ଟ୍ୱିଟର ହ୍ୟାଣ୍ଡଲରେ ସେ ପରିବାର ଅଦାଲତର ବିଚାରକୁ ଗୋଟିଏ ପରେ ଗୋଟିଏ କରି ସମାଲୋଚନା କରିଛନ୍ତି (Anubhav Varsha Dispute)। କୋର୍ଟରେ ବର୍ଷା ଦେଇଥିବା ଜବାବକୁ ସେୟର କରି ନିଜର ଅସହାୟତାକୁ ଜାହିର କରିବାକୁ ଚେଷ୍ଟା କରିଛନ୍ତି। ହେଲେ ସବୁଥିରେ ସେ ଗୋଟିଏ ହ୍ୟାଶ୍‍ଟ୍ୟାଗ୍‍ ବ୍ୟବହାର କରୁଛନ୍ତି, ତାହା ହେଲା ଗନ୍ଧିଆ ରାଜନୀତି ବନାମ ନ୍ୟାୟ ବା #dirtypoliticsVsJustice, ପ୍ରଶ୍ନ ଉଠୁଛି ଜଣେ ନିର୍ବାଚିତ ସାଂସଦଙ୍କ ସହ କିଏ ଖେଳୁଛି ଗନ୍ଧିଆ ରାଜନୀତି। ‘ବର୍ଷା’ଙ୍କ ବୟାନକୁ ଆୟୁଧ କରି ସେ ପରିବାର ଅଦାଲତ ମାଧ୍ୟମରେ ଆଉ କାହାକୁ ଇଙ୍ଗିତ କରିବାକୁ ଚାହୁଁଛନ୍ତି କି?

ବର୍ଷା- ଅନୁଭବ ବିବାଦ ଆରମ୍ଭ ହେବା ପରେ ବିଜେଡି (bjd)ରାଜନୀତିରେ ଅନୁଭବଙ୍କ ପ୍ରଭାବ କ୍ଷୀଣ ହେବାକୁ ଲାଗିଛି। ଆଜି ଯଦିଓ ସେ ସାଂସଦ ଓ ବିଜୁ ଜନତାଦଳର ସଦସ୍ୟ କିନ୍ତୁ ତାଙ୍କର ସମସ୍ତ ତେଜ ଏବେ ନିଷ୍ପ୍ରଭ। ଜନସାଧାରଣଙ୍କ ଭିତରେ ଏହା ବି ଚର୍ଚ୍ଚା ଯେ, ଆରଥରକୁ ସେ ଆଉ ସଂସଦ ମୁହାଁ ହେବେ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ବିଜେଡି ତାଙ୍କୁ କୋଣଠେସା କରିଦେଇଛି।  ଏକଥାକୁ ‘ବାଳୁଙ୍ଗା ଟୋକା’ ଅନୁଭବ ଭଲ ଭାବେ ଜାଣିଛନ୍ତି। ସେଥିଲାଗି ବୋଧ ହୁଏ ସେ, ବର୍ଷା-ଅନୁଭବ ଛାଡ଼ପତ୍ର ମାମଲାରେ ଅହେତୁକ ବିଳମ୍ବ ହେଉଥିବା କହିଛନ୍ତି। ଏଥିରେ ଗନ୍ଧିଆ ରାଜନୀତି ଚାଲିଥିବା ଅଭିଯୋଗ କରିଛନ୍ତି। ପରିବାର କୋର୍ଟରେ ବର୍ଷା ମିଛ କଥା କହିଥିବା ସୋସିଆଲ ମିଡିଆରେ ଉଲ୍ଲଖ କରିଛନ୍ତି। ଏଥିରେ ବର୍ଷାଙ୍କ ଦୋମୁହାଁ ଚିତ୍ରକୁ ସାମ୍ନାକୁ ଆଣିବାକୁ ଚାହିଁଛନ୍ତି ଅନୁଭବ। ଶନିବାର ରାତିର ପୋଷ୍ଟ ହେଉ ବି ବିଗତ କିଛିଦିନର ପୋଷ୍ଟିରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ଶନିବାର ରାତିରେ ସେ କହିଛନ୍ତି, ଜଣେ ମିଛୁଆ ସବୁବେଳେ ମିଛ ହିଁ କହିଥାଏ’। ଏହି ପ୍ରସଙ୍ଗରେ ସେ କୋର୍ଟରେ ବର୍ଷାଙ୍କ କିଛି ବୟାନକୁ ସର୍ବସମ୍ମୁଖକୁ ଆଣିଛନ୍ତି। ଆଧାର, ପ୍ୟାନ୍‍ ରେ ଭୁଲ୍‍ ତଥ୍ୟ ଦେବା ସହ ଯଦି ଅନୁଭବଙ୍କ ଘରେ ରହୁଛନ୍ତି ତେବେ ବର୍ଷା ଏତଲା ଦାୟର କରିବା ସମୟରେ ନିଜ ବାପା ଘରର ଠିକଣା କାହିଁକି ଦେଇଥିଲେ? ଏପରିକି ଏ-ସମ୍ବନ୍ଧରେ ସେ ଯେଉଁ ଉତ୍ତର ରଖିଛନ୍ତି ତାହା ବି ମିଛ ବୋଲି କହିବାକୁ ଚେଷ୍ଟା କରିଛନ୍ତି ଅନୁଭବ।

 ବର୍ଷା ତାଙ୍କ ସରକାରୀ ଡକ୍ୟୁମେଣ୍ଟରେ ନିଜ ନାଁ ବା ବାପାଙ୍କ ନାଁ ଭୁଲ୍‍ ଲେଖାହୋଇଥିବା ନେଇ ଅନୁଭବ ଯେଉଁ ଅଭିଯୋଗ କରିଥିଲେ ତାହା ମିଛ ବୋଲି କହିଥିବା ଅନୁଭବ ଉଲ୍ଳେଖ କରିଛନ୍ତି।  ଅପରପକ୍ଷେ ବର୍ଷା ଏହି ମାମଲାରେ  ଏକ ପୋଷ୍ଟରେ କହିଛନ୍ତି ‘ନ୍ୟାୟ’ର ଜୟ ହୋଇଛି। ତିନି ବର୍ଷର ଲଢ଼େଇ ପରେ ତାଙ୍କୁ ନ୍ୟାୟ ମିଳିଛି। ହୀନ ଉଦ୍ଦେଶ୍ୟ ନେଇ ଆବେଦନ କରାଯାଇଥିବା ଛାଡ଼ପତ୍ର ମାମଲା ଧରା ପଡ଼ିଛି। ତାହା ନ୍ୟାୟପାଳିକା ଦ୍ୱାରା ଖାରଜ ହୋଇ ସତ୍ୟର ଜୟ ହୋଇଥିବା କହିଛନ୍ତି ବର୍ଷା। 
ତେବେ ବର୍ଷାଙ୍କ ଏହି ବୟାନ ଅନୁଭବଙ୍କ ରାଗକୁ ଆହୁରି ବଢ଼ାଇଛି। ରାଗତମତମ ହୋଇ ଏଥିରେ ରାଜନୈତିକ ଗନ୍ଧ ନେଇ ସାଂସଦ ନ୍ୟାୟ ତାଙ୍କୁ ମିଳି ନାହିଁ ଓ ନିଶ୍ଚିତଭାବେ ମିଳିବ ବୋଲି ଆଶା କରିଛନ୍ତି।  ସେ ସୋସିଆଲ୍‍ ମିଡିଆରେ ପୁଣିଥରେ ଏହି ମାମଲା ଦାୟର ପଛର ଆଧାରକୁ ମଧ୍ୟ ଉଲ୍ଲଖ କରିବାକୁ ଭୁଲି ନାହାନ୍ତି। କୋର୍ଟଙ୍କ ପାଖରେ ଦାଖଲ କରିଥିବା ଏକ ନଥିର ନକଲକୁ ପୋଷ୍ଟ କରି କହିଛନ୍ତି, ବର୍ଷା ତାଙ୍କ ସହ ସହବାସ କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏ ବିଷୟରେ ସେ ବର୍ଷାଙ୍କ ଭଉଣୀଙ୍କୁ ପୂର୍ବରୁ ଜଣାଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି।

ବର୍ଷା ତାଙ୍କ ଶ୍ୱଶୁର-ଶାଶୁ ଅର୍ଥାତ୍‍ ଅନୁଭବଙ୍କ ପିତା-ମାତାଙ୍କ ସେବା କରିବାକୁ ଗ୍ରହଣ କରି କୋର୍ଟରେ ଯେଉଁ ବୟାନ ରଖିଛନ୍ତି ତାହାକୁ ବି ଟ୍ୱିଟରରେ ପ୍ରଦାନ କରିଛନ୍ତି। ବର୍ଷା ଜଣେ ଅଭିନେତ୍ରୀ ହାଇଥିବାରୁ ତାଙ୍କ ବ୍ୟହାରକୁ ହିଂସା ନୁହେଁ ବରଂ ‘ଅଜାଣତ’ ଭାବେ ବିବେଚନା କରାଯାଇପାରେ ବୋଲି ତାଙ୍କ ଓକିଲ ଦର୍ଶାଇଛନ୍ତି।  ଏହାକୁ ଉଲ୍ଳଖ କରି ଅନୁଭବ, ବର୍ଷାଙ୍କ ‘ଖାଣ୍ଟି ଓଡ଼ିଆଣୀ’ ଚରିତ୍ର ଉପରେ ଆଞ୍ଚ ଆଣିବାକୁ ଚେଷ୍ଟା କରିଛନ୍ତି। ଟ୍ୱିଟରରେ କହିଛନ୍ତି ‘ ମୁଁ ଏକ ହିନ୍ଦୁ ଯୌଥ ପରିବାରରୁ ଆସିଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି। ଆମେ ମହିଳାଙ୍କୁ ପୁରୁଷଙ୍କ ଅପେକ୍ଷା ଅଧିକ ସମ୍ମାନ ଦେଇଥାଉ। କିନ୍ତୁ ବିପକ୍ଷ ଏବଂ କୋର୍ଟ ଉଦ୍ଦଶ୍ୟ ପ୍ରଣୋଦିତ ଭାବେ ମୋତେ ଏକକ ପରିବାରରୁ ଆସିଥିବା ଉଲ୍ଲେଖ କରିଛନ୍ତି। ଯେଉଁ ପ୍ରକାରେ ନିଜକୁ ଜଣେ ଖାଣ୍ଟି ଓଡ଼ିଆଣୀ ଭାବେ ସେ ଉପସ୍ଥାପନ କରୁଛନ୍ତି ତାହା ନକଲି ବୋଲି ଅଭିଯୋଗ କରିଛନ୍ତି ଅନୁଭବ। 

ସେପ୍ଟମ୍ବର ୨୨ ପରେ ଅନୁଭବ ଗୋଟିଏ ପରେ ଗୋଟିଏ ବୟାନକୁ ସୋସିଆଲ୍‍ ମିଡିଆରେ ଆଣି ରାଜନୀତି ଗନ୍ଧ ଥିବା କହୁଛନ୍ତି। ପ୍ରଶ୍ନ ଉଠୁଛି ଜଣେ ରାଜନେତା ପତ୍ନୀଙ୍କୁ ତାଙ୍କ ବିରୁଦ୍ଧରେ ହୀନ ରାଜନୀତିକ ଆଚରଣର ଅଭିଯୋଗ କରିବା ପଛରେ କୌଣସି ରାଜନୀତିକ ହାତ ନାହିଁ ତ? ଅନୁଭବଙ୍କୁ ସଙ୍କୁଚିତ କରି ରାଜନୈତିକ ଫାଇଦା ଲାଗି କେହି ବର୍ଷାଙ୍କୁ ବ୍ୟବହାର କରୁନାହିଁ ତ?

Read More
{}{}