Hindi News >>Home >>Odisha Trending

Mother Dairy: ୬୫୦ କୋଟି ନିବେଶ କରିବ ମଦର ଡାଏରୀ, ଜାଣନ୍ତୁ କେଉଁଠି ହେବ ନୂଆ କାରଖାନା

Mother Dairy: ମଦର ଡାଏରୀ ପ୍ରାୟ ୫୨୫ କୋଟି ଟଙ୍କା ବିନିଯୋଗ କରି ମହାରାଷ୍ଟ୍ରର ନାଗପୁରରେ ଏକ ନୂଆ ଦୁଗ୍ଧ କାରଖାନା ସ୍ଥାପନ କରିବାକୁ ଯାଉଛି। ପ୍ରତିଦିନ ଛଅ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରିବା ଏହି ନୂଆ ପ୍ଲାଣ୍ଟର କ୍ଷମତା ହେବ ବୋଲି ସୂଚନା ମିଳିଛି । ପରେ ଦିନକୁ ୧୦ ଲକ୍ଷ ଲିଟର କ୍ଷୀର ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।

Advertisement
Mother Dairy: ୬୫୦ କୋଟି ନିବେଶ କରିବ ମଦର ଡାଏରୀ, ଜାଣନ୍ତୁ କେଉଁଠି ହେବ ନୂଆ କାରଖାନା
Stop
Soubhagya Ranjan Mishra|Updated: Mar 17, 2024, 08:27 PM IST

Mother Dairy: ରାଜଧାନୀ ଦିଲ୍ଲୀ ସମେତ ନୋଏଡାର ପ୍ରମୁଖ ଦୁଗ୍ଧ ଯୋଗାଣକାରୀ କମ୍ପାନୀ ମଦର ଡାଏରୀ ଏକ ନୂଆ ପଦକ୍ଷପ ନେବାକୁ ଯାଉଛି । ଗ୍ରାହକଙ୍କ ଚାହିଦା ବଢିବା ସହିତ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ଦୁଇଟି ନୂତନ କାରଖାନା ତଥା ଫଳ ଏବଂ ପନିପରିବା ପାଇଁ ୬୫୦ କୋଟି ଟଙ୍କା ବିନିଯୋଗ କରିବ। ଏହା ବ୍ୟତୀତ କମ୍ପାନୀ ଏହାର ବର୍ତ୍ତମାନ ଥିବା କାରଖାନାର କ୍ଷମତା ବୃଦ୍ଧି ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରିବ। 

କମ୍ପାନୀର ଏମଡି ମନୀଷଙ୍କ କହିବାନୁଯାୟୀ, 'ଆମର ବିତରଣ ନେଟୱାର୍କକୁ ବିସ୍ତାର କରିବା ଏବଂ ଗ୍ରାହକଙ୍କ ନିକଟରେ ସେବା ପହଞ୍ଚାଇବା ପାଇଁ ସର୍ବଦା ଚେଷ୍ଟାରତ, ଦେଶର ପ୍ରମୁଖ ସ୍ଥାନ ଗୁଡିକରେ ଆମେ ନେଟୱାର୍କ ବଢାଇବା ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛୁ' । ସେ ସୂଚନା ଦେଇଛନ୍ତି ଯେ, ମହାରାଷ୍ଟ୍ରର ନାଗପୁରରେ ପ୍ରାୟ ୫୨୫ କୋଟି ଟଙ୍କା ବିନିଯୋଗରେ ଏକ ବଡ ଦୁଗ୍ଧ କାରଖାନା ସ୍ଥାପନ କରାଯିବ । ଏହି ନୂତନ ପ୍ଲାଣ୍ଟର କ୍ଷମତା ଅନୁଯାୟୀ ପ୍ରତିଦିନ ପ୍ରାୟ ଛଅ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ ହେବ । ପରେ ଦିନକୁ ୧୦ ଲକ୍ଷ ଲିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏହି ନୂତନ କାରଖାନା କେନ୍ଦ୍ରୀୟ ଏବଂ ଦକ୍ଷିଣ ଅଞ୍ଚଳର ବଜାରକୁ ସେବା ପହଞ୍ଚାଇବ । ଆମର ସଫଳ ବ୍ରାଣ୍ଡ ଅଧୀନରେ ୧୨୫ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସହିତ କର୍ଣ୍ଣାଟକରେ ଏକ ନୂଆ ଫଳ ପ୍ରକ୍ରିୟାକରଣ କାରଖାନା ଆରମ୍ଭ କରିବାକୁ ମଧ୍ୟ ଯୋଜନା କରୁଛୁ ବୋଲି କମ୍ପାନୀ ଏମଡି କହିଛନ୍ତି।

ଏହି କାରଖାନାର କାର୍ଯ୍ୟ ପ୍ରାୟ ଦୁଇ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି । ଏମଡିଙ୍କ କହିବାନୁଯାୟୀ, ଏହି ଦୁଇଟି ନୂତନ ପ୍ଲାଣ୍ଟ ବ୍ୟତୀତ ଆମେ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ଆମର ବର୍ତ୍ତମାନ ଉପଲବ୍ଧ ଥିବା ସୁବିଧା ଗୁଡ଼ିକ ବିସ୍ତାର କରୁଛୁ। ମଦର ଡାଏରୀରେ ବର୍ତ୍ତମାନ ନଅଟି କମ୍ପାନୀ ମାଲିକାନା ପ୍ରକ୍ରିୟାକରଣ କାରଖାନା ଅଛି । ସମସ୍ତ କାରଖାନର ମୋଟ କ୍ଷୀର ପ୍ରକ୍ରିୟାକରଣ କ୍ଷମତା ଦୈନିକ ୫୦ ଲକ୍ଷ ଲିଟରରୁ ଅଧିକ । ଉଦ୍ୟାନ କୃଷି (ଫଳ ଏବଂ ପନିପରିବା) ବିଭାଗ ପାଇଁ କମ୍ପାନୀର ନିଜସ୍ୱ ଚାରୋଟି ପ୍ରକଳ୍ପ ରହିଛି । ଏଥିସହ ଖାଇବା ତେଲ ପାଇଁ ଏହା ୧୫ ଟି ସହାୟକ କାରଖାନା ମାଧ୍ୟମରେ ଉତ୍ପାଦନ କରୁଛି । ୨୦୨୨-୨୩ ଆର୍ଥିକ ବର୍ଷରେ ମଦର  ଡାଏରୀ କମ୍ପାନୀର ସମୁଦାୟ କାରବାର ପ୍ରାୟ  ୧୪,୫୦୦ କୋଟି ଟଙ୍କା ଥିଲା ବୋଲି ସୂଚନା ରହିଛି ।

Also Read- ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାମାୟଣ ଧାରାବାହିକର ସୀତା

Also Read- Surya Gochar 2024: ଆଜି ରାତିରୁ ବଦଳିଯିବ ଭାଗ୍ୟ, ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଧନ ଓ ସମ୍ମାନ

Read More
{}{}