Hindi News >>Home >>Odisha Trending

Monsoon Update 2023: କେରଳ ଛୁଇଁଲା ମୌସୁମୀ, କ'ଣ ରହିଛି ସଦ୍ୟତମ ସ୍ଥିତି? ଜାଣନ୍ତୁ

IMD Prediction for Monsoon 2023: ଆଇଏମଡି ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଠାରେ ସକ୍ରିୟ ହୋଇଯିବ ମୌସୁମୀ। କେରଳ ପରେ ତାମିଲନାଡୁ, କର୍ଣ୍ଣାଟକ, ଉତ୍ତର-ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ଭାରତରେ ଏହାର ପ୍ରଭାବ ଅନୁଭୂତ ହେବ। 

Advertisement
Monsoon Update 2023: କେରଳ ଛୁଇଁଲା ମୌସୁମୀ, କ'ଣ ରହିଛି ସଦ୍ୟତମ ସ୍ଥିତି? ଜାଣନ୍ତୁ
Stop
Zee Odisha Desk|Updated: Jun 08, 2023, 05:45 PM IST

Monsoon Reached Kerala 2023: କେରଳ ଛୁଇଁଲା ମୌସୁମୀ। ଏବେ ମୌସୁମୀ ପାଇଁ ଅପେକ୍ଷା ବର୍ତ୍ତମାନ ଶେଷ ହୋଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ମୌସୁମୀ ପ୍ରଭାବ ଅନୁଭୂତ ହେବ। ଆପଣଙ୍କୁ କହି ରଖୁଛୁ ଯେ ଚଳିତ ବର୍ଷ ମୌସୁମୀ ପ୍ରାୟ ଏକ ସପ୍ତାହ ବିଳମ୍ବରେ ଆସିଛି। ପ୍ରତିବର୍ଷ ଜୁନ୍ ପହିଲା ପର୍ଯ୍ୟନ୍ତ କେରଳରେ ପହଞ୍ଚିଥାଏ ମୌସୁମୀ। ହେଲେ ଏଥର ୭ ଦିନ ବିଳମ୍ବରେ ଆସିଛି ମୌସୁମୀ।  ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଜୁନ୍ ୪ ତାରିଖ ସୁଦ୍ଧା ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଥିଲା। ହେଲେ ଏଥର ମୌସୁମୀର ଆଗମନ ପ୍ରାୟ ଏକ ସପ୍ତାହ ବିଳମ୍ବ ହୋଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ବାତ୍ୟା "ବିପର୍ଯ୍ୟୟ" କାରଣରୁ ମୌସୁମୀ ଆସିବାରେ ବିଳମ୍ବ ହୋଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଦକ୍ଷିଣ ଭାରତରେ ମୌସୁମୀ ବର୍ଷା ଦେଖାଯିବ। ଏବେ ଜାଣିବା ଯେ କେରଳ ଛୁଇଁବା ପରେ ମୌସୁମୀ ଦେଶର ଅନ୍ୟାନ୍ୟ ଭାଗରେ କେବେ ପହଞ୍ଚିବ?

କେବେ ଉତ୍ତର ଭାରତରେ ପହଞ୍ଚିବ ମୌସୁମୀ?
ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳରେ ମୌସୁମୀ ସକ୍ରିୟ ହୋଇଯିବ। କେରଳ ପରେ ତାମିଲନାଡୁ, କର୍ଣ୍ଣାଟକ, ଉତ୍ତର-ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ଭାରତରେ ମୌସୁମୀ ପ୍ରଭାବ ଅନୁଭୂତ ହେବ। ଏହା ପରେ ମୌସୁମୀ ଧୀରେ ଧୀରେ ଉତ୍ତର ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ, ରାଜସ୍ଥାନ, ଝାଡଖଣ୍ଡ, ପଞ୍ଜାବ ଏବଂ ହରିୟାଣାରେ ପହଞ୍ଚିବ। କେନ୍ଦ୍ରୀୟ ଭାରତର କୃଷକ ଯେଉଁମାନେ ବର୍ଷା ଋତୁରେ ଫସଲ ବୁଣିବାକୁ ଅପେକ୍ଷା କରିଛନ୍ତି ସେମାନଙ୍କୁ ଆହୁରି ପ୍ରାୟ ୧୦ ଦିନ ଅପେକ୍ଷା କରିବାକୁ ପଡିବ। ହେଲେ ତଥାପି ମୌସୁମୀର ବିଳମ୍ବ ଆଗମନ କାରଣରୁ ବର୍ଷା ଉପରେ ଏହାର କୌଣସି ବିପରୀତ ପ୍ରଭାବ ପଡ଼ିବ ନାହିଁ।

Also Read: Monsoon 2023 Update: ଶେଷ ହେଲା ମୌସୁମୀ ପାଇଁ ଅପେକ୍ଷା, ଆସନ୍ତା ୪୮ ଘଣ୍ଟାରେ ପହଞ୍ଚିବ କେରଳ!

କାହିଁକି କେରଳରେ ବିଳମ୍ବରେ ପହଞ୍ଚିଲା ମୌସୁମୀ?
ଆପଣଙ୍କୁ କହିରଖୁଛୁ ଯେ  ବାତ୍ୟା "ବିପର୍ଯ୍ୟୟ" ଧିରେ ଧିରେ ପୂର୍ବ ମଧ୍ୟଭାଗ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ସହିତ ଉତ୍ତର ଦିଗକୁ ଗତି କରୁଛି। ଏହା ବର୍ତ୍ତମାନ ଏକ ଘୂର୍ଣ୍ଣି ଝଡ଼ରେ ପରିଣତ ହୋଇଛି। ଏହି ଝଡ଼଼ ଉତ୍ତର ଦିଗକୁ ଗତି କରିବା ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି। ଏହା ପରେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ। ମୌସୁମୀ ବିଳମ୍ବ ହେବାର ଏହା ହେଉଛି ଅନ୍ୟ ଏକ କାରଣ।

Also Read: Monsoon 2023 Date: ଶୀଘ୍ର ନାଁ ବିଳମ୍ବ କେବେ ପହଞ୍ଚିବ ମୌସୁମୀ? ଜାଣନ୍ତୁ କ'ଣ କହୁଛି ପାଣିପାଗ ବିଭାଗ?

କେଉଁଠାରେ ହେବ ବର୍ଷା?
ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଲକ୍ଷାଦ୍ୱୀପ, ମଣିପୁର, ନାଗାଲାଣ୍ଡ ଏବଂ କେରଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହା ସହିତ ତାମିଲନାଡୁ, ରାୟଲସୀମା, କର୍ଣ୍ଣାଟକ ଏବଂ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହା ବ୍ୟତୀତ ରାଜସ୍ଥାନରେ ଧୂଳି ଝଡ଼ ହୋଇପାର।

 

Read More
{}{}