Hindi News >>Home >>Odisha Trending

Monkeys: ଏହି ଗାଁରେ ୩୨ ଏକର ଜମିର ମାଲିକ ଅଟନ୍ତି ମାଙ୍କଡ, ଲୋକମାନେ ମଧ୍ୟ ଦିଅନ୍ତି ବିଶେଷ ସମ୍ମାନ

Monkeys own 32 acres of land: ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାର ଏକ ଗାଁରେ ୩୨ ଏକର ଜମି ମାଙ୍କଡଙ୍କ ନାମରେ ନାମିତ ହୋଇଛି । ଏହି ଗାଁରେ ମାଙ୍କଡମାନଙ୍କ ପ୍ରତି ଏତେ ସମ୍ମାନ ରହିଛି ଯେ ବେଳେବେଳେ ବିବାହ ଉତ୍ସବରେ ପ୍ରଥମେ ଖାଦ୍ୟ ମାଙ୍କଡମାନଙ୍କୁ ପରସା ଯାଇଥାଏ ।

Advertisement
ସୌଜନ୍ୟ -ସୋସିଆଲ ମିଡିଆ
Stop
Jagdish Barik|Updated: Oct 16, 2022, 01:46 PM IST

Monkeys own 32 acres of land: ଦେଶର ଜନସଂଖ୍ୟାର ଦ୍ରୁତ ବୃଦ୍ଧି ସହିତ ଜମିବାଡିକୁ ନେଇ ବିବାଦ ଅତି ସାଧାରଣ ହୋଇଗଲାଣି । ଏଭଳି ସ୍ଥିତିରେ ମହାରାଷ୍ଟ୍ରର (Maharashtra) ଓସମାନାବାଦ ଜିଲ୍ଲାର (Osmanabad district) ଏକ ଗାଁରୁ ଆସିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଯାଉଛି । ଏଠାରେ ୩୨ ଏକର ଜମି ମାଙ୍କଡଙ୍କ (Monkeys) ନାମରେ ନାମିତ ହୋଇଛି । ଏହି ଗାଁରେ ମାଙ୍କଡମାନଙ୍କ ପ୍ରତି ଏତେ ସମ୍ମାନ ଅଛି ଯେ, ବେଳେବେଳେ ବିବାହ ସମୟରେ ଲୋକଙ୍କ ପୂର୍ବରୁ ମାଙ୍କଡମାନଙ୍କୁ ଖାଦ୍ୟ ପରସା ଯାଇଥାଏ ।

ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାର ଉପଲା ଗ୍ରାମ ମାଙ୍କଡଙ୍କ ସମ୍ମାନକୁ ନେଇ ଅନେକ ଚର୍ଚ୍ଚାରେ ରହିଛି । ଏଠାକାର ଲୋକମାନେ ମାଙ୍କଡମାନଙ୍କୁ ବିଶେଷ ସମ୍ମାନ ଦିଅନ୍ତି । ଯେତେବେଳେ ମାଙ୍କଡ଼ ମାନେ କାହା ଘର ଆଗକୁ ଆସନ୍ତି ସେମାନଙ୍କୁ ଗାଁ ଲୋକ ଖାଇବାକୁ ଦିଅନ୍ତି ଓ ବେଳେବେଳେ ବିବାହ ସମାରୋହ ଆରମ୍ଭ କରିବା ପୂର୍ବରୁ ମଧ୍ୟ ମାଙ୍କଡ଼ମାନଙ୍କୁ ସମ୍ମାନିତ କରାଯାଇଥାଏ ।

ଉପଲା ଗ୍ରାମ ପଞ୍ଚାୟତର ଜମି ରେକର୍ଡ ଅନୁଯାୟୀ, ୩୨ ଏକର ଜମି ଗାଁରେ ରହୁଥିବା ସମସ୍ତ ମାଙ୍କଡଙ୍କ ନାମରେ ଅଛି । ଗ୍ରାମ ସରପଞ୍ଚ ବାପ୍ପା ପଡ଼ୱାଲ ପିଟିଆଇକୁ କହିଛନ୍ତି, "ଏହି ଦଲିଲରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଜମି ମାଙ୍କଡଙ୍କର ଅଟେ, ଯଦିଓ ପଶୁମାନଙ୍କ ପାଇଁ କିଏ ଏହି ବ୍ୟବସ୍ଥା କରିଛି ଓ କେବେ ଏହା କରିଛି, ତାହା ଜଣା ପଡିନାହିଁ ।"

ସେ କହିଥିଲେ ଯେ ପୂର୍ବରୁ ମାଙ୍କଡମାନେ ଗାଁରେ କରାଯାଇଥିବା ସମସ୍ତ ରୀତିନୀତିର ଏକ ଅଂଶ ଥିଲେ । ପଡ଼ୱାଲ କହିଛନ୍ତି ଯେ ବର୍ତ୍ତମାନ ଗାଁରେ ପ୍ରାୟ ୧୦୦ ଟି ମାଙ୍କଡ଼ ଅଛନ୍ତି ଓ ଗତ କିଛି ବର୍ଷ ମଧ୍ୟରେ ପଶୁମାନେ ଗୋଟିଏ ସ୍ଥାନରେ ରହୁ ନ ଥିବାରୁ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି । ସେ କହିଛନ୍ତି ଯେ ଜଙ୍ଗଲ ବିଭାଗ ଜମିରେ ବୃକ୍ଷରୋପଣ କରିଛି ଓ ଏହି ପ୍ଲଟରେ ଏକ ଘର ଅଛି, ଯାହା ବର୍ତ୍ତମାନ ଭୁଶୁଡି ପଡିଛି ।

ଗାଁର ସରପଞ୍ଚ କହିଛନ୍ତି, “ପୂର୍ବରୁ ଯେତେବେଳେ ବି ଗ୍ରାମରେ କୌଣସି ବିବାହ ଅନୁଷ୍ଠିତ ହୁଏ, ସେତେବେଳେ ମାଙ୍କଡମାନଙ୍କୁ ପ୍ରଥମେ ଉପହାର ଦିଆଯାଉଥିଲା ଓ ଏହାପରେ ହିଁ ସମାରୋହ ଆରମ୍ଭ ହେଉଥିଲା । ତେବେ ବର୍ତ୍ତମାନ ସମସ୍ତେ ଏହି ପ୍ରଥାକୁ ଅନୁସରଣ କରୁନାହାଁନ୍ତି ।” ସେ କହିଛନ୍ତି, "ଯେତେବେଳେ ବି ମାଙ୍କଡମାନେ ଲୋକଙ୍କ ଘର ଦ୍ୱାର ନିକଟକୁ ଆସନ୍ତି, ଗ୍ରାମବାସୀ ସେମାନଙ୍କୁ ଖାଇବାକୁ ଦିଅନ୍ତି । ସେମାନଙ୍କୁ ଖାଇବାକୁ କେହି ବାରଣ କରନ୍ତି ନାହିଁ ।"

ଏହା ବି ପଢ଼ନ୍ତୁ: Twitter Man: ସୋସିଆଲ ମିଡିଆରେ ସମାଧାନ, ସରକାରଙ୍କ ନିଦ ହଜାଇଛନ୍ତି ଅଶୋକ

ଏହା ବି ପଢ଼ନ୍ତୁ: Contractual System Abolished: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ବାଦ୍ ପଡ଼ିଲେ ୧୩ ହଜାର କର୍ମଚାରୀ

ଏହା ବି ପଢ଼ନ୍ତୁ: Jitendra Shastri : ଦୁନିଆକୁ ଆଲବିଦା କହିଲେ ମିର୍ଜାପୁରର ଉସମାନ୍

 

Read More
{}{}