Hindi News >>Home >>Odisha Trending

Mohan Charan Majhi: ଶିଶୁ ମନ୍ଦିର ଗୁରୁଜୀରୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଏମିତି ଥିଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଜୀବନଯାତ୍ରା

Mohan Charan Majhi: ଏହାପରେ ସେ ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଧାୟକ ଭାବେ କେନ୍ଦୁଝରରୁ ନିର୍ବାଚିତ ହେଇଥିଲେ ।  ୨୦୦୦, ୨୦୦୯, ୨୦୧୯ ଏବଂ ୨୦୨୪ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହେଇଛନ୍ତି । ତେବେ ଏହାପୂର୍ବରୁ ସେ ବିଧାନସଭାରେ ବିଜେପିର ମୁଖ୍ୟ ସଚେତକ ଥିଲେ, ଆଉ ଏବେ ବିଜେପି ସତ୍ତାକୁ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଆଯାଇଛି ।  

Advertisement
Mohan Charan Majhi: ଶିଶୁ ମନ୍ଦିର ଗୁରୁଜୀରୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଏମିତି ଥିଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଜୀବନଯାତ୍ରା
Stop
Rasmita Sahoo|Updated: Jun 11, 2024, 07:15 PM IST

Mohan Charan Majhi: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ପୂରା ରାଜ୍ୟବାସୀଙ୍କୁ ସରପ୍ରାଇଜ୍ ଦେଇଛି ବିଜେପି। ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ। ଏହାସହ ଦୁଇ ଉପମୁଖ୍ୟମନ୍ତ୍ରୀ ବି ପାଇଲା ଓଡ଼ିଶା । ଦୀର୍ଘ ୨୪ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିଛି। ମୋହନ ମାଝୀ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିସହ ପାଟଣାଗଡ ବିଧାୟକ କେଭି ସିଂହ ଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ ଚୟନ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ରେସରେ ଅନେକ ନେତା ଥିଲେ ବି, ସମସ୍ତଙ୍କୁ ପଛରେ ପକାଇ ମୋହନ ମାଝୀ ବାଜି ମାରିଛନ୍ତି । ତେବେ କିଏ ଏହି ମୋହନ ମାଝୀ ଆସନ୍ତୁ ଜାଣିବା...

ସୂଚନାଯୋଗ୍ୟ ଯେ, ଓଡିଶା ରାଜନୀତିରେ ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ମୋହନ ମାଝୀ (Mohan Charan Majhi)। ହେଲେ ରାଜନୀତିକୁ ଆସିବା ପୂର୍ବରୁ ସେ ଏକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଜୀ ଭାବେ କାମ କରୁଥିଲେ। ପରେ ୧୯୯୭-୨୦୦୦ ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଧାୟକ ଭାବେ କେନ୍ଦୁଝରରୁ ନିର୍ବାଚିତ ହେଇଥିଲେ ।  ୨୦୦୦, ୨୦୦୯, ୨୦୧୯ ଏବଂ ୨୦୨୪ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହେଇଛନ୍ତି । ତେବେ ଏହାପୂର୍ବରୁ ସେ ବିଧାନସଭାରେ ବିଜେପିର ମୁଖ୍ୟ ସଚେତକ ଥିଲେ, ଆଉ ଏବେ ବିଜେପି ସତ୍ତାକୁ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଆଯାଇଛି ।

ଯଦି ରାଜନୈତିକ କ୍ୟାରିୟର ଉପରେ ନଜର ପକାଇବା ତେବେ ୨୦୦୦ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର(Bharatiya Janata Party) ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୧,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ  ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳ ଭାଙ୍ଗିବା ଯାଏଁ କାର୍ଯ୍ୟ କରିଥିଲେ । ୨୦୦୯,୨୦୧୪ ନିର୍ବାଚନରେ ପରାଜୟର ଦ୍ୱାର ଦେଖିଥିଲେ ମୋହନ ଚରଣ ମାଝୀ।

୨୦୦୯ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ (Odisha Assembly Election) ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ପରାଜିତ ହେଇଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୯,୨୦୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ସେହିପରି  ୨୦୧୪ ମସିହାର ଓଡ଼ିଶା ବିଧାନସଭା ଆସନ ନିର୍ବାଚନରେ ମଧ୍ୟ ମୋହନ ମାଝୀ ପରାଜିତ ହେଇଥିଲେ ।  ଏହି ନିର୍ବାଚନରେ ସେ ସମୁଦାୟ ୪୭,୨୮୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ହେଲେ ବାରମ୍ବାର ପରାଜୟ ଦେଖିଲେ ବି ସେ ଜୁନୁନ୍ ତାଙ୍କ ଠାରେ କମିନଥିଲା। ପୁଣି ଥରେ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । 

Also Read: Budh Gochar 2024: ୧୪ ଜୁନରୁ ଏହିସବୁ ରାଶିଙ୍କ ପାଇଁ ଖରାପ ସମୟ ଆରମ୍ଭ! ରୁହନ୍ତୁ ସତର୍କ

{}{}