Hindi News >>Home >>Odisha Trending

Nehru Memorial Museum: ନେହେରୁ ମେମୋରିଆଲ୍ ମ୍ୟୁଜିୟମ ନାମ ବଦଳାଇଲେ ମୋଦି ସରକାର; ଜାଣନ୍ତୁ କ'ଣ ରହିଲା ନୂଆ ନାମ

Name Changed under Modi Govt: ନେହେରୁ ମେମୋରିଆଲ୍ ମ୍ୟୁଜିୟମ ପୂର୍ବରୁ ଅନେକ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି ମୋଦି ସରକାର। ଯାହା ମଧ୍ୟରେ ରହିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଅବସ୍ଥିତ ମୋଗଲ ଗାର୍ଡେନ୍ ଏବଂ ରାଜପଥ। 

Advertisement
 Nehru Memorial Museum: ନେହେରୁ ମେମୋରିଆଲ୍ ମ୍ୟୁଜିୟମ ନାମ ବଦଳାଇଲେ ମୋଦି ସରକାର; ଜାଣନ୍ତୁ କ'ଣ ରହିଲା ନୂଆ ନାମ
Stop
Zee Odisha Desk|Updated: Jun 16, 2023, 05:25 PM IST

PM Museum And Society: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ନେହେରୁ ମେମୋରିଆଲ୍ ମ୍ୟୁଜିୟମ ନାମ ବଦଳାଇ ଦେଇଛନ୍ତି ମୋଦି ସରକାର। ବର୍ତ୍ତମାନ ଏହାକୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ସମାଜ ନାମରେ ନାମିତ କରାଯାଇଛି। ମୋଦି ସରକାର ନେହେରୁ ମେମୋରିଆଲ ସଂଗ୍ରହାଳୟ ନାମ ପରିବର୍ତ୍ତନ କରିବାକୁ ନେଇ ତାତି ଉଠିଛି ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ। ଏନେଇ ଦଳର ରାଜ୍ୟସଭା ସାଂସଦ ଜୟରାମ ନରେଶ କେନ୍ଦ୍ର ସରାକାରଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା ଜୟରାମ ନରେଶ ଏହାକୁ ପ୍ରତିଶୋଧ ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ ଜୟରାମ ରମେଶ ଏକ ଟ୍ୱିଟ କରିଛନ୍ତି। ଯାହାକୁ କଂଗ୍ରେସ ଦ୍ୱାରା ରିଟ୍ୱିଟ କରାଯାଇଛି। ନେହେରୁ ମେମୋରିଆଲ ସଂଗ୍ରହାଳୟ ନାମ ପରିବର୍ତ୍ତନ କରିବା ବିଷୟରେ ଜୟରାମ ରମେଶ କ’ଣ କହିଛନ୍ତି ଜାଣନ୍ତୁ। 

ମୋଦି ସରକାରଙ୍କ ବିରୋଧରେ ବର୍ଷିଲେ କଂଗ୍ରେସ ଜୟରାମ ରମେଶ  
ନେହେରୁ ମେମୋରିଆଲ୍ ମ୍ୟୁଜିୟମ (Nehru Memorial Museum) ନାମ ବଦଳାଇ ପ୍ରସଙ୍ଗରେ ମୋଦି ସରକାରଙ୍କ (Modi Govt) ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ (Congress Leader Jairam Ramesh)। ଏନେଇ ଦଳର ଦଳର ରାଜ୍ୟସଭା ସାଂସଦ ଟ୍ୱିଟ୍ କରି କହିଛନ୍ତି ଯେ କ୍ଷୁଦ୍ରତା ଏବଂ ପ୍ରତିଶୋଧର ନାମ ହେଉଛି ମୋଦି। ପ୍ରାୟ ୫୯ ବର୍ଷରୁ ଅଧିକ ସମୟ ଧରି ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (Nehru Memorial Museum and Library) ଏକ ବିଶ୍ୱସ୍ତରୀୟ ବୌଦ୍ଧିକ ପ୍ରତୀକ ଏବଂ ପୁସ୍ତକ ସହିତ ଅଭିଲେଖାଗାର ଭଣ୍ଡାର ଗୃହ ହୋଇ ରହିଆସିଛି। ବର୍ତ୍ତମାନ ଠାରୁ ଏହାକୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ସମାଜ (Pradhanmantri Museum And Library) କୁହାଯିବ। ଭାରତୀୟ ରାଷ୍ଟ୍ର- ରାଜ୍ୟ ସ୍ଥପତିଙ୍କ ନାମ ଏବଂ ଉତ୍ତରାଧିକାରୀଙ୍କୁ ବଦନାମ କରିବା ଏବଂ ବିକୃତ କରିବା ସହ ନଷ୍ଟ କରିବା ପାଇଁ ମୋଦି ସରକାର ଆଉ କ'ଣ କରିବେ? ନିଜର ଅସୁରକ୍ଷା ବୋଝରେ ଦବି ରହିଥିବା ଜଣେ ଛୋଟ ବ୍ୟକ୍ତି ନିଜ ନିଜକୁ ଜଣେ ଆତ୍ମ-ଘୋଷିତ ବିଶ୍ୱ ଗୁରୁ ଭାବରେ ଦର୍ଶାଉଛନ୍ତି।

ମୋଦି ସରକାରଙ୍କୁ କଟାକ୍ଷ କଲେ କଂଗ୍ରେସ ନେତା ଉଦିତ ରାଜ
ନେହେରୁ ମେମୋରିଆଲ୍ ମ୍ୟୁଜିୟମ ନାମ ବଦଳାଇବା ପ୍ରସଙ୍ଗରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ଉଦିତ ରାଜ (Congress Leader Udit Raj)। ଏନେଇ ଟ୍ୱିଟ୍ କରି କଂଗ୍ରେସ ନେତା ଜଣଙ୍କ କହିଛନ୍ତି ଯେ ନେହେରୁ ସ୍ମାରକ ସଂଗ୍ରହାଳୟ ଏବଂ ପୁସ୍ତକାଳୟ ନାମକୁ ହଟାଇ ଦିଆଯାଇଛି। ଯାହା କ୍ଷୁଦ୍ର ମାନସିକତାର ପରିଚୟ। ଏହା ଦ୍ୱାରା ଚିତ୍ର ଅଧିକ ସ୍ପଷ୍ଟ ହୋଇଯାଇଛି ଯେ ସ୍ୱାଧୀନତା ଆନ୍ଦୋଳନ ସମୟରେ ସଂଘୀ ବ୍ରିଟିଶ ସରକାରଙ୍କ ସହିତ କାହିଁକି ରହିଥିଲେ? ପଣ୍ଡିତ ଜବାହାରଲାଲ ନେହେରୁ (Pandit Jawaharlal Nehru) ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ପରି ନୁହଁନ୍ତି। ଭାରତ ବର୍ଷକୁ ସ୍ୱାଧୀନ କରିବା ପାଇଁ ବର୍ଷ ବର୍ଷ ଧରି କାରାଗାରରେ ରହିଥିଲେ। ଯିଏ ଇଂରେଜ ସରକାରଙ୍କ ବିରୋଧରେ ହୋଇଥିବା ସ୍ୱାଧିନତା ଆନ୍ଦୋଳନର ନେତୃତ୍ୱ ଦେଇଥିଲେ।

ପୂର୍ବରୁ ଅନେକ ନାମ ପରିବର୍ତ୍ତନ କରିଛନ୍ତି ମୋଦି ସରକାର
ଗତ ୨୦୧୪ ବର୍ଷରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପର ଠାରୁ ଅନେକ ସ୍ଥାନର ନାମ ପରିବର୍ତ୍ତନ କରାଯାଇଛି। ଏହାପୂର୍ବରୁ ରାଷ୍ଟ୍ରପତି ଭବନ (Rashtrapati Bhavan) ପରିସରରେ ଅବସ୍ଥିତ ମୋଗଲ ଗାର୍ଡେନ (Mughal Garden) ନାମ ପରିବର୍ତ୍ତନ କରି ଏହାକୁ ଅମୃତ ଉଦ୍ୟାନ (Amrit Udyan) ନାମରେ ନାମିତ କରାଯାଇଥିଲା। ରାଷ୍ଟ୍ରପତି ଭବନ ପରିସରରେ ଅବସ୍ଥିତ ମୋଗଲ ଗାର୍ଡେନ୍ ନାମ ପରିବର୍ତ୍ତନ କରିବାକୁ ନେଇ ମୋଦି ସରକାରଙ୍କ ବିରୋଧରେ ବର୍ଷିଥିଲେ ବହୁ ରାଜନୈତିକ ଦଳ। ଇତିହାସ ଲିଭାଇବା ଦିଗରେ ନାମ ପରିବର୍ତ୍ତନ ଏକ ପଦକ୍ଷେପ ବୋଲି କଂଗ୍ରେସ କହିଛି।

ପୂର୍ବରୁ ଗତ ୨୦୧୯ ବର୍ଷରେ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟି ର ପୁନର୍ଗଠନ କରିଥିଲେ  ମୋଦି ସରକାର। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ମୃତିରେ ତିଆରି ହୋଇଥିବା ଏହି ମେମୋରିଆଲ। ଯେଉଁଥିରେ ସଦସ୍ୟ ଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କରଣ ସିଂହ ଏବଂ ଜୟରାମ ରମେଶଙ୍କୁ ବାଦ ଦିଆଯାଇଥିଲ। ଅନ୍ୟପଟେ ବିଜେପି ନେତା ଅନିର୍ବାଣ ଗାଙ୍ଗୁଲି, ଗୀତିକାର ପ୍ରସୂନ ଯୋଶୀ ଏବଂ ସାମ୍ବାଦିକ ରଜତ ଶର୍ମାଙ୍କୁ ସ୍ଥାନ ମିଳିଥିଲା। 

ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟି ଅଧ୍ୟକ୍ଷ ଦାୟିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିଲ। ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଉପାଧ୍ୟକ୍ଷ ହୋଇଥିଲେ। ସେହିପରି ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତତ୍କାଳୀନ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହା ସମିତିର ସଦସ୍ୟ ରହିଥିଲେ। ସେତେବେଳେ ପ୍ରଥମ ଥର ପାଇଁ କଂଗ୍ରେସ ମୁକ୍ତ ହୋଇଛି ନେହେରୁ ମେମୋରିଆଲ। ହେଲେ ମୋଦି ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା କଂଗ୍ରେସ। 

 

Read More
{}{}