Hindi News >>Home >>Odisha Trending

Weird News: ବିଶ୍ୱର ସବୁଠୁ ମହଙ୍ଗା ଗୋପାଳୁଣି, ବିକିନି ପିନ୍ଧି କରନ୍ତି କାମ ଲୋକ ଦେଖିବାକୁ ହୁଅନ୍ତି ପାଗଳ

Weird News In Odia : ଯେ କୌଣସି କାମ(work) ଛୋଟ କି ବଡ଼ ନୁହେଁ । ଆପଣ ନିଶ୍ଚିତ ଭାବରେ ଏ-କଥା ଶୁଣିଥିବେ । ଆଜିର ସମୟରେ ଯଦି ଆପଣଙ୍କର ପାଖରେ ପ୍ରତିଭା ଅଛି,ତେବେ ଆପଣ ଯେ କୌଣସି କାମକୁ ଆପଣ ସଠିକ୍ ଭାବେ କରିପାରିବେ। ପୂର୍ବ କାଳରେ , ଯେଉଁମାନେ କମ୍ ପାଠ ପଢିଥିଲେ ସେମାନେ ଚାଷ କିମ୍ବା ପଶୁ ପାଳନ ଭଳି କାର୍ଯ୍ୟ କରୁଥିଲେ । କିନ୍ତୁ ଆଜି ଶିକ୍ଷିତ ଲୋକେ ବି ଏକା ର୍ଯ୍ୟକୁ ଖୁବ୍ ଉତ୍ସାହର ସହ ଆରମ୍ଭ କରୁଛନ୍ତି । 

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Mar 31, 2023, 03:32 PM IST

Weird News In Odia : ଯେ କୌଣସି କାମ(work) ଛୋଟ କି ବଡ଼ ନୁହେଁ । ଆପଣ ନିଶ୍ଚିତ ଭାବରେ ଏ-କଥା ଶୁଣିଥିବେ ।  ଆଜିର ସମୟରେ ଯଦି ଆପଣଙ୍କର ପାଖରେ ପ୍ରତିଭା ଅଛି,ତେବେ ଆପଣ ଯେ କୌଣସି କାମକୁ ଆପଣ ସଠିକ୍ ଭାବେ କରିପାରିବେ। ପୂର୍ବ କାଳରେ , ଯେଉଁମାନେ କମ୍ ପାଠ ପଢିଥିଲେ ସେମାନେ ଚାଷ କିମ୍ବା ପଶୁ ପାଳନ ଭଳି କାର୍ଯ୍ୟ କରୁଥିଲେ । କିନ୍ତୁ ଆଜି ଶିକ୍ଷିତ ଲୋକେ ବି ଏକା ର୍ଯ୍ୟକୁ ଖୁବ୍ ଉତ୍ସାହର ସହ ଆରମ୍ଭ କରୁଛନ୍ତି । ଏବଂ ଏଥିରୁ କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ଏ-ଭିଳି କିଛି ଭିଡିଓ ଗୋପାଳୁଣୀଙ୍କର (Modern cowgirl) ଭାଇରାଲ ହେଉଛି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । 

କେବଳ ସେତିକି ନୁହେଁ, କ୍ଷୀର ଦୁଇଁବା ପାଇଁ ଗୋପାଳୁଣି ଏଠି ଭିନ୍ନ ଧରଣର ପୋଷାକ ମଧ୍ୟ ପରିଧାନ କରନ୍ତି । ସାଧାରଣତଃ ଗୋପାଳୁଣି, ଏଠାରେ ଗାଈଙ୍କ ଠାରୁ କ୍ଷୀର ଦୁଇଁବା ପାଇଁ ବିକିନି ପିନ୍ଧିଥାନ୍ତି ।  ସୋସିଆଲ ମିଡିଆରେ (@itsthatkiwigirll) ନାମକ ଏକ ଗୋପାଳୁଣି ବିଷୟରେ କହୁଛୁ । ଯି-ଏ ବିକିନି(bikini) ପିନ୍ଧି ଗାଈର ସମସ୍ତ କାମ କରିଥାନ୍ତି । ଏହି କାମକୁ ମଧ୍ୟ ସେ ବହୁତ ମଜାର ସହ କରିଥାନ୍ତି। ସୋସିଆଲ ମିଡିଆରେ ଏହି ଝିଅର ଅନେକ ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

Also Read : Puri News: ଜଗା ଶରଣରେ ଜୟପ୍ରଦା ,କହିଲେ କାଳିଆର ଡୋରୀ ଲାଗିଛି ବୋଲି...

Also Read : Balasore News: ମେଡିକାଲ କଲେଜ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ, ଶେଷ ମେସେଜରେ ବାପାଙ୍କୁ ଲେଖିଥିଲେ...

ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରେ :

ଏହି ଯୁବତୀ ଜଣକ ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ନିଜର ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ, ସକାଳ ଆରମ୍ଭ ହେବା ଠାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ସେ ଗୁହାଳରେ ରହି ଗାଈ ମାନଙ୍କ କାମରେ ନିଜକୁ ହଜେଇ ଦିଅନ୍ତି । ଗାଈମାନଙ୍କୁ ଖାଇବାକୁ ଦେବା ଠାରୁ ଆରମ୍ଭ କରି ଗାଇମାନଙ୍କ ଯତ୍ନ ନେବା ଯେପରରିକି ଗୋବର ସଫା କରିବା ଓ କ୍ଷୀର ଦୁଇଁବା ଭଳି କାର୍ଯ୍ୟରେ ନିଜକୁ ହଜେଇ ଦିଅନ୍ତି । 

ଗାଈକାମ ପାଇଁ ନିଆରା ଗେଡଅଫ୍: ଦିନସାରା ଗୋବରରେ କାମ କରିବା ହେତୁ ତାଙ୍କ ପାଦ ମଧ୍ୟ ଫୁଲିଯାଏ । ଏହି କାରଣରୁ ତାଙ୍କୁ ଦିନସାରା ରବର ବୁଟ ପିନ୍ଧିବାକୁ ପଡିଥାଏ । କେବଳ ସେତିକି ନୁହେଁ, କାମକୁ ସହଜ କରିବା ପାଇଁ ସେ ବିକିନି ପିନ୍ଧି ଥାନ୍ତି।  ତାଙ୍କ କହିବାନୁସାରେ, ବେଳେବେଳେ ଲମ୍ବା ପୋଷାକ କାଦୁଅରେ ମଇଳା ହୋଇଯାଏ ଏବଂ ବେଳେବେଳେ ଅନ୍ୟ କିଛି ସମସ୍ୟା ମଧ୍ୟ ଆସିଥାଏ । ଏହି କାରଣରୁ ସେ ବିକିନିରେ (bikini) ବହୁତ ଆରାମ ଅନୁଭବ କରନ୍ତି। ଏ-ଥିସହ,ସେ କହିଥିଲେ ଯେ, ଯେତେବେଳେ ଲୋକମାନେ ଜାଣିଲେ ଯେ ସେ ଜଣେ ଗୋପାଳୁଣି, ସେତେବେଳେ ଲୋକମାନେ ତାଙ୍କ ମଜାକ୍ ଉଡାଇବା ଆରମ୍ଭ କଲେ । 

Also Read : Rath Yatra 2023: ରଥଯାତ୍ରା ନିମନ୍ତେ ବସିଲା ପ୍ରସ୍ତୁତି ବୈଠକ, ବିଭାଗୀୟ ଅଧିକାରୀଙ୍କୁ ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ ନେଇ ନିର୍ଦ୍ଦେଶ

Also Read :  Exercise & Health: ସପ୍ତାହକୁ କେତେ ଦିନ ବ୍ୟାୟାମ କରିବା ଉଚିତ୍ ? ଜାଣନ୍ତୁ କ'ଣ କହୁଛନ୍ତି ହେଲଥ୍ ଏକ୍ସପର୍ଟ

Also Read :  Crime News: ଚାରି ଛୁଆଙ୍କୁ ଧରି କୂଅକୁ ଡେଇଁ ପଡ଼ିଲେ ମାଆ, କାରଣ କରିଦେବ ଆଶ୍ଚର୍ଯ୍ୟ

{}{}