Hindi News >>Home >>Odisha Trending

Air India Flightରେ ମୋବାଇଲ୍ ଫୋନ୍ ବିସ୍ଫୋରଣ

Air India Flight: ଉଦୟପୁରରୁ ଦିଲ୍ଲୀ ଯାଉଥିବା ବିମାନରେ ମୋବାଇଲ ଫୋନ ବିସ୍ଫୋରଣ ପରେ ସଙ୍ଗେ ସଙ୍ଗେ ବିମାନ ଭିତରେ ଥିବା ସଦସ୍ୟମାନେ ସକ୍ରିୟ ହୋଇଯାଇଥିଲେ ଏବଂ ପରେ ବିମାନର ଜରୁରୀ ଅବତରଣ କରାଯାଇଥିଲା ।

Advertisement
Air India Flightରେ ମୋବାଇଲ୍ ଫୋନ୍ ବିସ୍ଫୋରଣ
Stop
Soubhagya Ranjan Mishra|Updated: Jul 17, 2023, 11:25 PM IST

Air India Flight: ଅନେକ ସମୟରେ ମୋବାଇଲ୍ ଫୋନ ବିସ୍ପୋରଣ (Mobile phone blast) ଘଟଣା ସାମ୍ନାକୁ ଆସିଥାଏ । କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ । କାରଣ ଏୟାର ଇଣ୍ଡିଆ ବିମାନରେ ମୋବାଇଲ୍ ଫୋନ୍ ବ୍ୟାଟେରୀ ଫାଟିବା ପରି ଏକ ମାମଲା ସାମ୍ନାକୁ ଆସିଛି। ତେବେ ସୂଚନା ମୁତାବକ ଏହି ବିମାନଟି ଉଦୟପୁରରୁ ଦିଲ୍ଲୀ (Udaypur to delhi) ଅଭିମୁଖେ ଯାଉଥିଲା। ବିମାନଟି ଉଦୟପୁରରୁ ଉଡ଼ାଣ ଭରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଘଟିବା ମାତ୍ରକେ ଯାତ୍ରୀମାନେ ଭୟଭିତ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ବିମାନର କ୍ରୁ ସଦସ୍ୟମାନେ ଘଟଣା ବିଷୟରେ ଅବଗତ ହେବାପରେ ନିଜର ଦାୟୀତ୍ୱ ଗ୍ରହଣ କରିଥିଲେ । ବିମାନକୁ ଜରୁରୀକାଳୀନ ଅବତରଣ (Emergency landing) କରାଯାଇଥିଲା । ତେବେ ଏହି ଘଟଣାର ଅନୁସନ୍ଧାନ ପରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ (Air India Flight) ନମ୍ବର ୦୭୦ରେ ଏପରି ଘଟଣା ସାମ୍ନାକୁ ଆସିଛି । ସୋମବାର ଏହି ବିମାନଟି ଉଦୟପୁରରୁ ଦିଲ୍ଲୀକୁ ଅପରାହ୍ନ ୩ ଟାରେ ଉଡାଣ ଭରି ଯାତ୍ରା ଆରମ୍ଭ କରିଥିଲା । ଫ୍ଲାଇଟର ଡୋର ବନ୍ଦ ହେବାର କିଛି ସମୟ ପରେ ମୋବାଇଲ୍ ଫୋନର ବ୍ୟାଟେରୀ ବିସ୍ଫୋରଣ ହେବା ଜଣା ପଡିଥିଲା । ସୂଚନା ଅନୁଯାୟୀ, ବିସ୍ଫୋରଣ ହୋଇଥିବା ମୋବାଇଲଟି ବିମାନର ଜଣେ ଯାତ୍ରୀ (Flight Passenger)ଙ୍କର ଥିଲା । ମୋବାଇଲର ବ୍ୟାଟେରୀ କୌଣସି କାରଣରୁ ଫାଟିଥିଲା ।ତା’ପରେ ତୁରନ୍ତ ବୈଷୟିକ ଅନୁସନ୍ଧାନ (Scientific research) କାର୍ଯ୍ୟ ଆରମ୍ଭ ହୋଇଥିଲା।

ଖୁସିର କଥା ହେଉଛି ବିମାନର ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି । ବିମାନରେ ବିମାନ କର୍ମଚାରୀଙ୍କୁ ମିଶାଇ ସମୁଦାୟ ପ୍ରାୟ ୧୪୦ ଜଣ ଯାତ୍ରୀ ଥିଲେ। ବିମାନବନ୍ଦର କର୍ମଚାରୀମାନେ ବିମାନ ଯାଞ୍ଚ କରିଥିଲେ, ତାପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ନିଆଯାଇଥିଲା । କିଛି ଯାତ୍ରୀ ବିମାନରୁ ଓହ୍ଲାଇବାରୁ ମନା କରୁଥିଲେ ମଧ୍ୟ ସେମାନଙ୍କୁ ଅନୁରୋଧ କରାଯାଇ ବିମାନରୁ ଓହ୍ଲାଇବାକୁ କୁହାଯାଇଥିଲା । ବିମାନ ବନ୍ଦରରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା ଏବଂ ଏୟାର ଇଣ୍ଡିଆ ଇଞ୍ଜିନିୟରମାନଙ୍କର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ବୈଷୟିକ ପରୀକ୍ଷା ନିରୀକ୍ଷା ପରେ ବିମାନକୁ ଦିଲ୍ଲୀ ପଠାଯାଇଛି ବୋଲି କୁହାଯାଇଥିଲା । ଅନୁସନ୍ଧାନରେ ମୋବାଇଲ୍ ବିସ୍ଫୋରଣର କାରଣ ସ୍ୱାଭାବିକ ବୋଲି କୁହାଯାଇଛି। କିନ୍ତୁ ଏହା ପ୍ରଥମ ଥର ପାଇଁ କୌଣସି ବିମାନ ଭିତରେ ଜଣେ ଯାତ୍ରୀଙ୍କ ମୋବାଇଲ୍ ଫୋନର ବ୍ୟାଟେରୀ ବିସ୍ଫୋରଣ ହେତୁ ଜରୁରୀକାଳୀନ ଅବତରଣ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ବ୍ୟାଟେରୀ ବିସ୍ଫୋରଣ ହେତୁ ବିମାନ ଭିତରେ ନିଆଁ ମଧ୍ୟ ଲାଗିପାରେ। ଏହା ଏକ ଭଲ କଥା ଯେ, କାହାର କୌଣସି କ୍ଷତି ହୋଇନାହିଁ ।

ସୂଚନାଯୋଗ୍ୟ, ବିମାନରେ ଯାତ୍ରା କରିବା ସମୟରେ ବିମାନଯାତ୍ରୀଙ୍କୁ ମୋବାଇଲ୍ ଫ୍ଲାଇଟ୍ ମୋଡ୍ କିମ୍ୱା ସୁଇଚ୍ ଅଫ୍ କରିବାକୁ କୁହାଯାଇଥାଏ । କିନ୍ତୁ ଅନେକ ଯାତ୍ରୀ ଏହାକୁ ସଠିକ ଭାବରେ ପାଳନ ନକରୁଥିବା ଦେଖିବାକୁ ମିଳେ । ଏପରି ନକରିବାକୁ ବାରମ୍ୱାର ବିମାନ କର୍ମଚାରୀଙ୍କ ପକ୍ଷରୁ ନିବେଦନ ମଧ୍ୟ କରାଯାଇଛି । ଏହି ନିୟମ ସଠିକ ଭାବରେ ପାଳନ କରିବା ଉଚିତ ବୋଲି ଅନେକ ଯାତ୍ରୀ ମତ ଦିଅନ୍ତି । ଏଥିସହ ବିମାନରେ ଯିବା ପାଇଁ ଆହୁରୀ ଅନେକ ନିୟମ ରହିଛି । ଯାତ୍ରା ସମୟରେ ସମସ୍ତ ନିୟମ ସଠିକ ରୂପରେ ପାଳନ କରିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । କାରଣ ଯାତ୍ରୀମାନଙ୍କ କର୍ତ୍ତବ୍ୟ ହେଉଛି ସମସ୍ତ ନିୟମକୁ ମାନିବା । ଯଦି ନିୟମ ଭଙ୍ଗ ହୁଏ ତେବେ ଅନେକ ବ୍ୟକ୍ତି ଅସୁବିଧାରେ ପଡିପାରନ୍ତି ।

Also read- 'ମୋତେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ହସ ପସନ୍ଦ' କହିଲେ ପ୍ରେମିକ ପାଇଁ ପାକିସ୍ତାନରୁ ଆସିଥିବା ସୀମା ହାଇଦର

Read More
{}{}