Hindi News >>Home >>Odisha Trending

MO BUS: ଗଡ଼ିବ ଆଉ ୨୦୦ଟି ‘ମୋ ବସ’, ରାଜଧାନୀରେ ଖୁବଶୀଘ୍ର ଚାଲିପାରେ ଇ-ବସ୍! ଜାଣନ୍ତୁ କେବେ ?

MO BUS: ଦୀର୍ଘ ସମୟ ଧରି ଚାଲିଥିବା ଏହି ଲାଇଭ କାର୍ଯ୍ୟକ୍ରମରେ ପ୍ରାୟ ୮୦୬ ଜଣ ଯୋଡ଼ି ହୋଇଥିଲେ । ଏଥିରେ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେଇଥିଲେ ଅରୁଣ ବୋଥ୍ରା । ତେବେ ବହୁ ଆଲୋଚନା ପରେ ବୋଥ୍ରା ୧୨ଟି ପ୍ରସ୍ତାବ ଗ୍ରହଣ କରିଥିବା ଜଣାପଡ଼ିଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jul 03, 2023, 08:40 AM IST

MO BUS: ରାଜ୍ୟରେ ମୋ ବସକୁ (Mo Bus) ନେଇ ରହିଥିବା ପ୍ରସ୍ତାବ ଉପରେ ରବିବାର ଦିନ ଅନଲାଇନ ମାଧ୍ୟମରେ ଆଲୋଚନା ହୋଇଛି । ପ୍ରଥମ ଥର ଲାଗି କ୍ରୁଟ ଏମଡ଼ି ଅରୁଣ ବୋଥ୍ରା (Arun Bothra) ଟ୍ବିଟରରେ ମୋ ବସ୍ ବ୍ୟବହାରକାରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଦୀର୍ଘ ସମୟ ଧରି ଚାଲିଥିବା ଏହି ଲାଇଭ କାର୍ଯ୍ୟକ୍ରମରେ ପ୍ରାୟ ୮୦୬ ଜଣ ଯୋଡ଼ି ହୋଇଥିଲେ । ଏଥିରେ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେଇଥିଲେ ଅରୁଣ ବୋଥ୍ରା । ତେବେ ବହୁ ଆଲୋଚନା ପରେ ବୋଥ୍ରା ୧୨ଟି ପ୍ରସ୍ତାବ ଗ୍ରହଣ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଏହି ଲାଇଭ କାର୍ଯ୍ୟକ୍ରମରେ ୟୁପିଆଇ ପେମେଣ୍ଟ, ଭିଡ଼ କମାଇବା, ବାହାରି ଛିଡ଼ା କରି ଟିକେଟ୍ କାଟିବା ଓ ଅପହଞ୍ଚ ଅଞ୍ଚଳକୁ ମୋ ବସ ଚଳାଚଳ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ତେବେ ଏହି ସମସ୍ତ ପ୍ରସଙ୍ଗ ଉପରେ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏନେଇ ଅରୁଣ ବୋଥ୍ରା କହିଛନ୍ତି ଯେ, ୨୦୧୮ ମସିହାରେ ପ୍ରଥମେ ମୋ ବସ ସେବା ଆରମ୍ଭ ହୋଇଥିଲା । ସେବେଠାରୁ ଏହାର ଭଡ଼ାକୁ ବଢାଯାଇନାହିଁ । ଆଗରୁ ୨୦୦ଟି ବସ୍ ଚଳାଚଳ କରୁଥିଲା ଏବେ ସଂଖ୍ୟା ବଢି ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୪୦୫ଟି ବସ ଚଳାଚଳ କରୁଛି । ତେବେ ଆଗକୁ ଆଉ ୨୦୦ଟି ଇ-ବସ ଆସୁଛି । ଅର୍ଥାତ୍ ଜୁଲାଇ ମାସ ଶେଷ ସୁଦ୍ଧା ଏହି ଅଞ୍ଚଳରେ ୬୦୫ଟି ମୋ ବସ ହୋଇଯିବ । ଏହାପରେ ରାଜଧାନୀ ଭୁବନେଶ୍ବରରେ ସମସ୍ତ ମୋ ବସକୁ ଇ-ବସ୍ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଯାହା ଫଳରେ ପ୍ରଦୂଷଣକୁ କମ୍ କରାଯାଇପାରିବ । ବର୍ତ୍ତମାନ ଖୋର୍ଦ୍ଧା, ପୁରୀ, କଟକ ଓ ରାଉଲକେଲାକୁ ମୋ ବସ ଚଳାଚଳ କରୁଛି । ତେବେ ଖୁବଶୀଘ୍ର ସମ୍ବଲପୁର ଓ ବ୍ରହ୍ମପୁରକୁ ମୋ ବସ ଚଳାଚଳ ନେଇ ଯୋଜନା କରାଯାଉଛି । ଏବେ ପ୍ରତିଦିନ ପ୍ରାୟ ୨.୧୬ ଲକ୍ଷ ଲୋକେ ମୋ ବସର ବ୍ୟବହାର କରୁଥିବା ବେଳେ ଆଗକୁ ଏହାର ସଂଖ୍ୟା ଆହୁରୀ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଲାଭ ନୁହେଁ ଜନସାଧାରଣଙ୍କୁ ସେବା ଯୋଗାଇବା ଲକ୍ଷ୍ୟରେ ମୋ ବସ୍ ଚାଲଛି । ନିରନ୍ତର ସେବା ଲାଗି କ୍ରୁଟ୍ (CRUT) ୟୁଏମଆଇ ପୁରସ୍କାର ହାତେଇଥିବା ସେ କହିଛନ୍ତି । ପ୍ରକାଶ ଥାଉ କି, ବସରେ ୟୁପିଆଇ ପେମେଣ୍ଟ ନଥିବାରୁ ଲୋକେ ସମସ୍ୟା ଭୋଗୁଥିବା ଦେଖିବାକୁ ମିଳୁଛି ତେଣୁ ଜୁଲାଇ ଶେଷ ସୁଦ୍ଧା ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ସହ ସ୍ବତନ୍ତ୍ର ପ୍ରି -ପେଡ଼ କାର୍ଡ଼ ପ୍ରଚଳନ ନେଇ ଯୋଜନା ରହିଛି । ପୂର୍ବରୁ ଥିବା କାର୍ଡ଼କୁ ଏଥିରେ ମିଶାଇ ଦିଆଯିବ । ଏନେଇ ଯାତ୍ରୀଙ୍କୁ ଖୁବଶୀଘ୍ର ସୂଚନା ଦିଆଯିବ ବୋଲି ବ୍ରୋଥା କହିଛନ୍ତି ।

ଏହା ବି ପଢନ୍ତୁ-Guru Purnima 2023: କ୍ୟାରିୟରରେ ସଫଳତା ପାଇଁ ଗୁରୁପୂର୍ଣ୍ଣିମା ଦିନ କରନ୍ତୁ ଏହି ୫ଟି ଉପାୟ

ଏହା ବି ପଢନ୍ତୁ-Dhenkanal News: ପ୍ରେମିକ ସହ ଫେରାର୍ ହେଲା ଗର୍ଭବତୀ ସ୍ତ୍ରୀ , ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

ତେବେ ବାହାରେ ଛିଡ଼ା କରି ଟିକେଟ୍ କରାଯାଉଥିବା ଅଭିଯୋଗ ଉପରେ ସେ କହିଛନ୍ତି , ଅନେକ ଲୋକେ ଟିକେଟ୍ ନକରି ଯାତ୍ରା କରୁଥିବାରୁ ଏଭଳି କରାଯାଇଛି । ଏହା କରିବା ଦ୍ବାରା ଶତ ପ୍ରତିଶତ ଟିକେଟ୍ ନିଶ୍ଚିତ କରାଯାଇଛି । କିନ୍ତୁ ଏନେଇ ଅନେକ ସମୟରେ ଯାତ୍ରୀ ଅସୁବିଧାରେ ପଡୁଥିବାରୁ ଏନେଇ ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ-Horoscope Today 03 July 2023: ଏହି ୨ ରାଶିଙ୍କ ବିଗିଡ଼ିପାରେ କାମ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ

 

Read More
{}{}