Hindi News >>Home >>Odisha Trending

Shocking News: ରକ୍ତ ବିକିବାକୁ ହସ୍ପିଟାଲ ପହଞ୍ଚିଲେ ନାବାଳିକା, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

Shocking News: ଆଜିକାଲିର ଯୁବପିଢି ମୋବାଇଲ ପାଇଁ ଏତେ ପାଗଳ ହୋଇଗଲେଣି ଯେ, ସେମାନେ ଏହାକୁ ପାଇବା ପାଇଁ ଯେକୌଣସି ସୀମା ପର୍ଯ୍ୟନ୍ତ ଯାଇପାରିବେ। ସ୍ମାର୍ଟଫୋନ ପାଇଁ ରକ୍ତ ବିକିବା ମାମଲା ପଶ୍ଚିମବଙ୍ଗର ବାଲୁରଗଡ ଜିଲ୍ଲାରୁ ଆସିଛି। ନାବାଳିକା କହିଥିଲେ ଯେ, ତାଙ୍କ ନାମ ରୀତା, ସେ ତପନ ଅଞ୍ଚଳରେ ରୁହନ୍ତି ଓ ସେ ସ୍ମାର୍ଟଫୋନ କିଣିବା ପାଇଁ ରକ୍ତ ବିକିବା ପାଇଁ ହସ୍ପିଟାଲକୁ ଆସିଥିଲେ। 

Advertisement
Shocking News: ରକ୍ତ ବିକିବାକୁ ହସ୍ପିଟାଲ ପହଞ୍ଚିଲେ ନାବାଳିକା, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
Stop
Zee Odisha Desk|Updated: Oct 19, 2022, 09:03 AM IST

Shocking News, କୋଲକାତା: ଆଜିକାଲିର ନବଜାତକଙ୍କ ଠାରୁ ପ୍ରାପ୍ତ ବୟସ୍କ, ସମସ୍ତେ ସ୍ମାର୍ଟଫୋନରେ ପାଗଳ! ସମସ୍ତେ ଚାହାନ୍ତି ନିଜ ହାତରେ ଗୋଟେ ସ୍ମାର୍ଟ ଫୋନ ଥାଉ। କିଛି ବର୍ଷ ପୂର୍ବେ ଆଇଫୋନ୍ ପାଇଁ କିଡନୀ ବିକ୍ରି ଘଟଣା ଚର୍ଚ୍ଚାରେ ଥିଲା। ପଶ୍ଚିମବଙ୍ଗଙ୍କୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି। ଏଠାରେ ଜଣେ ୧୬ ବର୍ଷର ନାବାଳିକା ରକ୍ତ ବିକ୍ରି କରିବାପାଇଁ ଜିଲ୍ଲା ହସ୍ପିଟାଲର ବ୍ଲଡ ବ୍ୟାଙ୍କରେ ପହଞ୍ଚିଥିଲା। ସେ ନିଜ ରକ୍ତ ବିକ୍ରି କରି ଗୋଟିଏ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଥିଲେ। ନାବାଳିକାଙ୍କୁ ଉଦ୍ଧାର କରି କାଉଁସେଲିଂ ପରେ ତାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି। 

ସ୍ମାର୍ଟଫୋନ ପାଇଁ ରକ୍ତ ବିକିବା ମାମଲା ପଶ୍ଚିମବଙ୍ଗର ବାଲୁରଗଡ ଜିଲ୍ଲାରୁ ଆସିଛି। ବାଲୁରଗଡ ଜିଲ୍ଲା ଡାକ୍ତରଖାନାର ବ୍ଲଡ ବ୍ୟାଙ୍କର ପରାମର୍ଶଦାତା କହିଛନ୍ତି ଯେ, ମଙ୍ଗଳବାର ସକାଳ ପ୍ରାୟ ୧୦ଟାରେ ଜଣେ ନାବାଳିକା ହସ୍ପିଟାଲକୁ ଆସିଥିଲେ। ସେ ବ୍ଲଡବ୍ୟାଙ୍କୁ ଆସିଥିଲେ। ପ୍ରଥମେ ସେ ରକ୍ତ ସଂଗ୍ରହ କରିବାକୁ ଆସିଥିବା ଭଳି ଲାଗୁଥିଲା, କିନ୍ତୁ ସେ ଯେତେବେଳେ ରକ୍ତ ବିକ୍ରୟ କରିବାକୁ ଚାହୁଁଛନ୍ତି ବୋଲି କହିଲେ, ସେତେବେଳେ ବ୍ଲଡବ୍ୟାଙ୍କ ଷ୍ଟାଫ୍ ଆଶ୍ଚର୍ଯ୍ୟ ହୋଇଗଲେ। ଝିଅଟି ନାବାଳିକା ହୋଇଥିବାରୁ ବ୍ଲଡ ବ୍ୟାଙ୍କର ଅଧିକାରୀମାନେ ତୁରନ୍ତ ୧୦୯୮ରେ ଚାଇଲ୍ଡଲାଇନକୁ ସୂଚନା ଦେଇଥିଲେ। ଏହା ପରେ ଚାଇଲ୍ଡଲାଇନ ପରାମର୍ଶଦାତାମାନେ ସେଠାରେ ପହଞ୍ଚି ଝିଅକୁ ଉଦ୍ଧାର କରିଥିଲେ। 

Also Read: Diwali Gifts: ଏମିତି ମାଲିକ ସମସ୍ତଙ୍କୁ ମିଳନ୍ତୁ! କର୍ମଚାରୀଙ୍କୁ ଉପହାର ଦେଲେ ଚାରି କୋଟିର Ferrari

 

ଚାଇଲ୍ଡଲାଇନର କାଉଁସେଲିଂ ବେଳେ ନାବାଳିକା ଏକ ଆଶର୍ଯ୍ୟକର କଥା କହିଥିଲେ। ନାବାଳିକା କହିଥିଲେ ଯେ, ତାଙ୍କ ନାମ ରୀତା, ସେ ତପନ ଅଞ୍ଚଳରେ ରୁହନ୍ତି ଓ ସେ ସ୍ମାର୍ଟଫୋନ କିଣିବା ପାଇଁ ରକ୍ତ ବିକିବା ପାଇଁ ହସ୍ପିଟାଲକୁ ଆସିଥିଲେ। ରିତା ତାଙ୍କର କୌଣସି ଜଣେ ସମ୍ପର୍କୀୟଙ୍କ ମୋବାଇଲରୁ ଅନଲାଇନରେ ସ୍ମାର୍ଟଫୋନ ଅର୍ଡର କରିଛନ୍ତି। ଗତ ୧୬ ତାରିଖରେ ସେ ୯୦୦୦ ଟଙ୍କାର ସ୍ମାର୍ଟ ଫୋନ ଅର୍ଡର କରିଥିଲ। ଅର୍ଡରଟି କ୍ୟାସ୍ ଅନ୍ ଡେଲିଭରୀ ଥିଲା। ଗରୁବାର ତାର ଡେଲିଭରୀ ହେବ। ତାଙ୍କ ପରିବାର ଅତ୍ୟନ୍ତ ଗିରବ, ତେଣୁ ସେ ସେହି ସ୍ମାର୍ଟଫୋନ ଟଙ୍କା ଯୋଗାଡ କରିବାକୁ ତାଙ୍କ ରକ୍ତ ବିକ୍ରି କରିବାକୁ ଆସିଥିଲେ।

ରକ୍ତ ବିକିବାକୁ ୩୦ କିଲୋମିଟର ଆସିଥିବା ନାବାଳିକା ରିତାଙ୍କୁ କାଉଁସେଲିଂ କରିବା ପରେ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ, ଜିଲ୍ଲା ଶିଶୁ କଲ୍ୟାଣ କମିଟିକୁ ସୂଚନା ଦେଇଥିଲେ। ଏହା ପରେ କମିଟି ଝିଅର ପିତାମାତାଙ୍କ ସହ ଯୋଗାଯୋଗ କରିଥିଲା। ରିତାଙ୍କ ବାପା ଜଣେ ପରିବା ବିକାଳି ଓ ମାଁ ଗୃହିଣୀ। ଉଭୟେ ଶିଶୁ କଲ୍ୟାଣ କମିଟି ନିକଟରେ ହାଜର ହୋଇଥିଲେ। ସେମାନେ କହିଛନ୍ତି ଯେ, ସୋମବାର ଝିଅ ଟ୍ୟୁସନ ପଢିବାକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ। ସେ ବସଷ୍ଟାଣ୍ଡରେ ନିଜ ସାଇକେଲ ଛାଡି ସେଠାରୁ ବସ୍ ନେଇ ବାଲୁରଘାଟ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ। କାଉଁସେଲିଂ ପରେ ନାବାଳିକାଙ୍କୁ ତାଙ୍କ ପିତା ମାତାଙ୍କୁ ହସ୍ତାନ୍ତର କରାଯାଇଛି।

Also Read: ଲଗାତର ମିଳୁଛି ଅସଫଳତା ତ କରନ୍ତୁ ଏହି କାମ, ଆପଣଙ୍କ ହାତ ମୁଠାରେ ରହିବ ସଫଳତା

ଏହା ଏକ କୌତୁହଳ ଖବର ହୋଇପାରେ କିନ୍ତୁ ଖବର ଭିତରେ ଅନେକ ସମ୍ବେଦନଶୀଳ ବିଷୟ ଲୁଚି ରହିଛି। ଆଜିକାଲିର ଯୁବପିଢି ମୋବାଇଲ ପାଇଁ ଏତେ ପାଗଳ ହୋଇଗଲେଣି ଯେ, ସେମାନେ ଏହାକୁ ପାଇବା ପାଇଁ ଯେକୌଣସି ସୀମା ପର୍ଯ୍ୟନ୍ତ ଯାଇପାରିବେ। ଯାହାର ଏକ ଉଦାହରଣ ରିତାଙ୍କୁ ନିଆଯାଇପାରେ। କୋଭିଡ୍ ପରଠାରୁ ଅନଲାଇନ ଶିକ୍ଷାର ଚାହିଦା ବୃଦ୍ଧି ପାଇଛି। ସେଥିପାଇଁ ପିଲାମାନଙ୍କ ପାଠପଢାରେ ମୋବାଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଅନ୍ୟପଟେ ସାଙ୍ଗସାଥି ଓ ସୋସିଆଲ ମିଡିଆ ପ୍ରେମରେ ପଡି ପିଲା, ମୋବାଇଲ ପଛରେ ଧାଉଁଛନ୍ତି। ମୋବାଇଲର ଅନେକ ସଦଗୁଣ ରହିଥିବା ବେଳେ ଦୁର୍ଗୁଣ ମଧ୍ୟ ଅଛି। ତେଣୁ ଅଭିଭାବକମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। 

 

Read More
{}{}