Hindi News >>Home >>Odisha Trending

Facebook: ନୂଆବର୍ଷରୁ ଫେସ୍‍ବୁକ୍ ଆଣିବ ନୂଆ ନିୟମ; ଜାଣନ୍ତୁ କ'ଣ ହେବ ପରିବର୍ତ୍ତନ?

Facebook (ଭୁବନେଶ୍ୱର) : ଫେସ୍‍ବୁକ୍‍ (Facebook) ଓ ଇନ୍‍ଷ୍ଟା ପାଇଁ ଆସିବ ନୂଆ ନିୟମ। ମେଟା (Meta) ଏନେଇ ସୂଚନା ଦେଇଛି। ଏଣୁ ଏହି (news rule) ନୂଆ ନିୟମ ନୂଆ ବର୍ଷରୁ (news year) ଲାଗୁ କରିବା ନେଇ ସୂଚନା ଦେଇଛି। 

Advertisement
Facebook: ନୂଆବର୍ଷରୁ ଫେସ୍‍ବୁକ୍ ଆଣିବ ନୂଆ ନିୟମ; ଜାଣନ୍ତୁ କ'ଣ ହେବ ପରିବର୍ତ୍ତନ?
Stop
Zee Odisha Desk|Updated: Nov 09, 2023, 12:28 PM IST

Facebook (ଭୁବନେଶ୍ୱର) : ଫେସ୍‍ବୁକ୍‍ (Facebook) ଓ ଇନ୍‍ଷ୍ଟା ପାଇଁ ଆସିବ ନୂଆ ନିୟମ। ମେଟା (Meta) ଏନେଇ ସୂଚନା ଦେଇଛି। ଏହାଦ୍ୱାରା ଏଆଇ (AI) ବା କୃତ୍ରିମ ବୁଦ୍ଧିମତ୍ତା ଅଥବା ଡିଜିଟାଲ୍‍ କୌଶଳ ବ୍ୟବହାର କରି ଫଟୋ ବା ଭିଡିଓକୁ ବଦଳାଉଥିବା ବ୍ୟବହାରକାରୀଙ୍କ ପାଇଁ କଟକଣା ଲାଗିବ। ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ  (Rashmika Mandanna,Indian actress) ଏକ ‘ଡିପ୍‍ ଫେକ୍‍’ ବା କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗରେ ବଦଳାଯାଇ ଥିବା ଭିଡିଓକୁ ନେଇ ଚର୍ଚ୍ଚା ହେବା ପରେ ମେଟା (meta) ଏନେଇ ସତର୍କ ହୋଇଛି। ଏଣୁ ଏହି (news rule) ନୂଆ ନିୟମ ନୂଆ ବର୍ଷରୁ (news year) ଲାଗୁ କରିବା ନେଇ ସୂଚନା ଦେଇଛି। 

Also Read: Tiger 3 Cast Fees: ଫି'ରେ କିଙ୍ଗ୍ ଖାନଙ୍କକୁ ପଛରେ ପକାଇବେ ସଲମାନ୍! 'ଟାଇଗର୍ ୩' ପାଇଁ ନେଇଛନ୍ତି ଏତିକି କୋଟି

ଦିନକୁ ଦିନ ବଢ଼ୁଥିବା କୃତ୍ରିମ ବୁଦ୍ଧିମତ୍ତା ବା  ‘ଏଆଇ’ର ବ୍ୟବହାର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆହ୍ୱାନ ସୃଷ୍ଟି କରିଛି। ଯିଏ ଯାହାର ଛବିକୁ ଡିଜିଟାଲ୍‍ କୌଶଳ ପ୍ରୟୋଗ କରି ବ୍ୟବହାର କରୁଛନ୍ତି। ଏହାକୁ ରୋକିବା ଲାଗି କିଛିଦିନ ତଳେ ଭାରତ ସରକାର ସୂଚନା ପ୍ରଯୁକ୍ତି ଆଇନ ଧାରାକୁ ମନେ ପକାଇଦେବା ସହ ବିଭିନ୍ନ ସୋସିଆଲ୍‍ ମିଡିଆକୁ ଜଣାଇ ଦେଇଥିଲେ। ଏଣୁ ଫେସ୍‍ବୁକ୍‍, ଇନଷ୍ଟା ପ୍ଲାଟ୍‍ଫର୍ମରେ ଏପରି ବିଭ୍ରାନ୍ତକାରୀ ତଥ୍ୟକୁ ରୋକିବା ଲାଗି ମେଟା ନୂଆ ନିୟକ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।   ଏହି ନିୟମ ଅନୁସାରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବ୍ୟବହାରକାରୀ ତିଆରି ହୋଇଥିବା ଛବି ବା ଭିଡିଓ ପୋଷ୍ଟିଂ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ ଏହି ଭିଡିଓ ବା ଛବି ତିଆାରି ପାଇଁ କୌଣସି ଡିଜିଟାଲ୍‍ କୌଶଳ ବା ଏଆଇ ବ୍ୟବହାର କରି ନାହାନ୍ତି ବୋଲି ଘୋଷଣା ଦେବେ।   

କିଛିଦିନ ତଳେ ଅଭିନେତ୍ରୀ ରଶ୍ମିକାଙ୍କ ଭିଡିଓକୁ ନେଇ ଚର୍ଚ୍ଚା ହୋଇଥିଲା। ଯେଉଁଥିରେ ପୋଷ୍ଟ କରିଥିବା ବ୍ୟକ୍ତି ଅନ୍ୟ ଜଣଙ୍କ ଭିଡିଓରେ ଅଭିନେତ୍ରୀଙ୍କ ଛବି ଯୋଡ଼ି ତାହାକୁ ଅବିକଳ ତାଙ୍କ ଭଳି ତିଆରି କରିଥିଲେ। ଯାହା ବ୍ୟବହାରକାରୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଏହାକୁ ନେଇ ବିଶିଷ୍ଟ ବ୍ୟକ୍ତି ଓ ଅଭିନେତା ଉଦ୍‍ବେଗ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ଏନେଇ ବିଭିନ୍ନ ପ୍ଲାଟ୍‍ଫର୍ମକୁ ଆଇନର ଧାରା ମନେ ପକାଇ ନଦିଆଯାଇଥିଲା।  କେବଳ ସିନେମା ନୁହେଁ, ରାଜନୀତି ବା ଅନ୍ୟ କ୍ଷେତ୍ରରେ ଏପରି ଛବି ବା ଭିଡିଓ ବ୍ୟବହାରକୁ ନିରୁତ୍ସାହିତ କରିବା ତଥା ବ୍ୟବହାରକାରୀଙ୍କୁ ଦ୍ୱନ୍ଦ୍ୱରେ ନ ପକାଇବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ଯଦି କେହି ଏହି ଏଆଇ ଦ୍ୱାରା ପ୍ରଭାବିତ ହୋଇଛନ୍ତି ତାଙ୍କୁ ଥାନାକୁ ଯାଇ ଆଇନର ସହାୟତା ନେବାକୁ ମଧ୍ୟ ସଚେତନ କରାଯାଉଛି।

Read More
{}{}