Hindi News >>Home >>Odisha Trending

Messi born in Assam: ଆସାମ ସହିତ ମେସିଙ୍କ ସମ୍ପର୍କ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ସାଂସଦଙ୍କ ଟ୍ୱିଟ

ଏହାପରେ ସାଂସଦଙ୍କ ଏହି ଟ୍ୱିଟ ଉପରେ ୟୁଜର ଜୋରଦାର ଟ୍ରୋଲ କରିଥିଲେ। ଫଳରେ ବାଧ୍ୟ ହୋଇ ସାଂସଦ ତାଙ୍କ ଟ୍ୱିଟକୁ ଡିଲଟ କରିବାକୁ ପଡ଼ିଥିଲା। ଏହା ସହିତ ଲୋକମାନଙ୍କୁ ଅପିଲ କରି କହିଥିଲେ କି ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ଚେକ କରନ୍ତୁ ଓ ଗୁଜବ ପ୍ରଚାର ନ କରନ୍ତୁ। ଗୁଜବ ପ୍ରଚାର କରିବା ପୂର୍ବରୁ ମୋର ଟ୍ୱିଟର ଓ ଫେସବୁକ ଟାଇମ ଲାଇନ ଚେକ କରନ୍ତୁ ଓ ପରେ ଗୁଜବ ପ୍ରଚାର କରନ୍ତୁ। ତେବେ ସେତେବେଳକୁ କିଛି ୟୁଜର ତାଙ୍କ ଟ୍ୱିଟର ସ୍କ୍ରିନ ସଟ ନେଇ ସେୟାର କରିସାରିଥିଲେ। 

Advertisement
Messi born in Assam: ଆସାମ ସହିତ ମେସିଙ୍କ ସମ୍ପର୍କ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ସାଂସଦଙ୍କ ଟ୍ୱିଟ
Stop
Zee Odisha Desk|Updated: Dec 19, 2022, 08:29 PM IST

Messi born in Assam:  ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅବ୍ଦୁଲ ଖାଲିକ ଦାବି କରିଛନ୍ତି ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ଲିଓନେଲ ମେସୀଙ୍କ ଜନ୍ମ ଆସାମରେ ହୋଇଥିଲା। ଖାଲିକଙ୍କ ଏହି ଟ୍ୱିଟ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ତେବେ ସାଂସଦ କରିଥିବା ଦାବି ମିଛ ସାବ୍ୟସ୍ତ ହେବା ପରେ ୟୁଜର୍ସ ତାଙ୍କୁ ଜୋରଦାର ଟ୍ରୋଲ କରିବାରେ ଲାଗିଛନ୍ତି। କଂଗ୍ରେସ ସାଂସଦ ଟ୍ୱିଟ କରି ଫିଫା ଫୁଟବଲ ବିଶ୍ୱକପରେ ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଥିଲେ। ଏଥିରେ ମେସିଙ୍କର ଆସାମ କନେକ୍ସନ କଥା ମଧ୍ୟ ଉଠାଇଥିଲେ। ସାସଂଦ ଅବ୍ଦୁଲ ଖାଲିକ ଲିଓନେଲ ମେସିଙ୍କ ଗୋଟିଏ ଫଟୋକୁ ପୋଷ୍ଟ କରି ଲେଖିଥିଲେ ହୃଦୟର ଗଭୀରତାରୁ ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କ ସହିତ ରହିଥିବା ଆସାମ ସମ୍ପର୍କ ପାଇଁ ଆମେମାନେ ଗର୍ବିତ ବୋଲି ସେ କହିଥିଲେ। 

ସାଂସଦଙ୍କ ଏହି ଟ୍ୱିଟ ପରେ ୟୁଜରମାନେ ଜୋରଦାର ଆକ୍ରମଣ କରିଥିଲେ। ଜଣେ ଟ୍ୱିଟର ୟୁଜର ପଚାରିଥିଲେ ଶେଷରେ ମେସିଙ୍କ ସହିତ ସମ୍ପର୍କ କଣ ରହିଛି, ଟିକେ ସ୍ପଷ୍ଟ କରି କହିବେ କି ? ଏହାର ଜବାବରେ ସାଂସଦ କହିଥିଲେ କି ତାଙ୍କର ଜନ୍ମ ଆସାମରେ ହୋଇଥିଲେ। ସାଂସଦଙ୍କ ଏହି ଦାବି ଅନେକ ୟୁଜରଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ତେବେ ସାଂସଦଙ୍କ ଏହି ଦାବିକୁ ଯେତେବେଳେ ତର୍ଜମା କରାଗଲା ସେତେବେଳେ ଏହି ଦାବି ସମ୍ପୂର୍ଣ୍ଣ ଭାବେ ଭୁଲ ସାବ୍ୟସ୍ତ ହୋଇଥିଲା। 

ଏହାପରେ ସାଂସଦଙ୍କ ଏହି ଟ୍ୱିଟ ଉପରେ ୟୁଜର ଜୋରଦାର ଟ୍ରୋଲ କରିଥିଲେ। ଫଳରେ ବାଧ୍ୟ ହୋଇ ସାଂସଦ ତାଙ୍କ ଟ୍ୱିଟକୁ ଡିଲଟ କରିବାକୁ ପଡ଼ିଥିଲା। ଏହା ସହିତ ଲୋକମାନଙ୍କୁ ଅପିଲ କରି କହିଥିଲେ କି ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ଚେକ କରନ୍ତୁ ଓ ଗୁଜବ ପ୍ରଚାର ନ କରନ୍ତୁ। ଗୁଜବ ପ୍ରଚାର କରିବା ପୂର୍ବରୁ ମୋର ଟ୍ୱିଟର ଓ ଫେସବୁକ ଟାଇମ ଲାଇନ ଚେକ କରନ୍ତୁ ଓ ପରେ ଗୁଜବ ପ୍ରଚାର କରନ୍ତୁ। ତେବେ ସେତେବେଳକୁ କିଛି ୟୁଜର ତାଙ୍କ ଟ୍ୱିଟର ସ୍କ୍ରିନ ସଟ ନେଇ ସେୟାର କରିସାରିଥିଲେ। 

ଯଦି ମେସିଙ୍କ କଥା କୁହାଯାଏ ତେବେ ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିବାର କୌଣସି ଉଦ୍ଦେଶ୍ୟ ତାଙ୍କର ନାହିଁ। ଏହି ଷ୍ଟାର ଷ୍ଟ୍ରାଇକର କହିଛନ୍ତି କି ବିଶ୍ୱକପ ଜିତିବା ସ୍ୱପ୍ନ ତାଙ୍କର ପୁରା ହୋଇଛି। ଏହା ପରେ ଆର୍ଜେଣ୍ଟିନା ପାଇଁ ସେ ଖେଳ ଜାରି ରଖିବେ। ଲୁସୈଲା ଷ୍ଟାଡ଼ିୟମରେ ଫ୍ରାନ୍ସକୁ ପେନାଲ୍ଟି ସୁଟଆଉଟରେ ୪-୨ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା। ତେବେ ୩୬ ବର୍ଷ ପରେ ଆର୍ଜେଣ୍ଟିନା ଏହି ବିଶ୍ୱକପ ହାତେଇବାରେ ସକ୍ଷମ ହୋଇଛି। ମେସିଙ୍କର ଏହା ଶେଷ ବିଶ୍ୱକପ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ଆଗକୁ ଖେଳ ଜାରି ରଖିବେ ବୋଲି କହିଛନ୍ତି। 

Read More
{}{}