Hindi News >>Home >>Odisha Trending

Mass protests in China: Xi Jinpingଙ୍କ ବିରୁଦ୍ଧରେ ଏକାଠି ହେଲେ ଜନତା, ୧୦ ଜଣଙ୍କ ମୃତ୍ୟୁ ପରେ ବ୍ୟାପିଲା ନିଆଁ

Mass protests in China: ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ୯ ଜଣ ଆହତ ହୋଇଥିଲେ। ନିଷେଧାଞ୍ଚଳ ହୋଇଥିବାରୁ ସ୍ଥାନୀୟ ପ୍ରଶାସନ କିମ୍ବା ଉଦ୍ଧାରକାରୀ ଦଳ ଉରୁମକ୍ୱିରେ ପ୍ରବେଶ କରିନଥିଲେ। ଯାହାକୁ ନେଇ ଦେଶବ୍ୟପି ବିରୋଧ ପ୍ରଦର୍ଶନ ହେଉଛି।

Advertisement
Mass protests in China: Xi Jinpingଙ୍କ ବିରୁଦ୍ଧରେ ଏକାଠି ହେଲେ ଜନତା, ୧୦ ଜଣଙ୍କ ମୃତ୍ୟୁ ପରେ ବ୍ୟାପିଲା ନିଆଁ
Stop
Shankarshan Bagh|Updated: Nov 27, 2022, 11:37 AM IST

Mass protests in China, ବେଜିଂ: ଚୀନରେ କୋରୋନା ବଢିବା ସହ ଜିନପିଙ୍ଗ ସରକାରଙ୍କ ଅଡୁଆ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରବିବାର ବେଜିଂର କମୁନିଷ୍ଟ ସରକାରଙ୍କ ବିରୁଦ୍ଧରେ ଦେଶବ୍ୟାପୀ ଆନ୍ଦୋଳନ ହୋଇଛି। ଶୂନ୍ୟ କୋରୋନା ନୀତିକୁ ନେଇ ଅନେକ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଙ୍ଘାଇରେ ମଧ୍ୟ ବିପୁଳ ସଂଖ୍ୟକ ଲୋକ ଏକତ୍ରୀତ ହୋଇ ଚୀନ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଦେଶରୁ ଲକଡାଉନ ହଟାଇବାକୁ ସେମାନେ ଦାବି କରିଛନ୍ତି।

ସୂଚନାନୁସାରେ, ଉରୁମକ୍ୱିରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ୧୦ ଜଣଙ୍କ ମୃତ୍ୟୁ ଓ ୯ ଜଣ ଆହତ ହେବା ପରେ ଚୀନରେ ବିରୋଧର ନିଆଁ ବ୍ୟାପିବାରେ ଲାଗିଛି। କୋରୋନା ମାମଲା ବଢୁଥିବାରୁ ଚୀନର ଅନେକ ସହରରେ ଲକଡାଉନ ଲଗାଯାଇଛି। ଉରୁମକ୍ୱିରେ ମଧ୍ୟ ଲକଡାଉନ ଲାଗିଛି। ଗତ ଶୁକ୍ରବାର ଏଠାକାର ଏକ ଜନବସତି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। କିନ୍ତୁ ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚିନଥିଲା। ଫଳରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ୯ ଜଣ ଆହତ ହୋଇଥିଲେ। ନିଷେଧାଞ୍ଚଳ ହୋଇଥିବାରୁ ସ୍ଥାନୀୟ ପ୍ରଶାସନ କିମ୍ବା ଉଦ୍ଧାରକାରୀ ଦଳ ଉରୁମକ୍ୱିରେ ପ୍ରବେଶ କରିନଥିବା ଅଭିଯୋଗ ହୋଇଛି।

Also Read: Corona News: କୋରୋନାରେ ପୁଣି ବେହାଲ ହେଲାଣି ଚାଇନା, ଟେନସନରେ ଭାରତ

ଜିନଜିଆଙ୍ଗ ପ୍ରଦେଶର ରାଜଧାନୀ ଉରୁମକ୍ୱି ଦୁର୍ଘଟଣା ପରେ ସରକାରଙ୍କ ଜିରୋ କୋଭିଡ୍ ପଲିସି ବିରୋଧରେ ଲୋକଙ୍କ ଆକ୍ରୋସ ଦେଖିବାକୁ ମିଳିଛି। ରବିବାର ଚୀନର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଲୋକେ Xi Jinping ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଶନିବାରରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ରବିବାର ରାତିରେ ଏହା ବଡ ଆକାର ନେଇଥିଲା। ଆନ୍ଦୋଳନକାରୀମାନେ "Down with the Chinese Communist Party, down with Xi Jinping, free Urumqi!" ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା। 

ଗତ ୨୬ ତାରିଖରେ ଚୀନରେ ସର୍ବାଧିକ ୩୯ ହଜାର ୭୯୧ଟି କୋରୋନା ମାମଲା ଚିହ୍ନଟ ହୋଇଥିଲା। ଏହି ସଂଖ୍ୟା ଗତ ୨୫ ତାରିଖ ଠାରୁ ୩ ହଜାର ୭୦୯ ଅଧିକ ଥିଲା ବୋଲି ଚୀନର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଗତ ତିନି ବର୍ଷ ତଳେ ଚୀନରେ ମହାମାରୀ କୋରୋନାର ଉତ୍ପତି ହୋଇଥିବା କିଛି ବିଶେଷଜ୍ଞ ଦାବି କରୁଛନ୍ତି। କୋରୋନା ଆରମ୍ଭ ହେବା ଦୀନଠାରୁ ଚୀନରେ କମୁନିଷ୍ଟ ସରକାର ଶୂନ୍ୟ କୋଭିଡ୍ ନୀତି ଆପଣାଇଛନ୍ତି। ଲୋକଙ୍କ ଜୀବନ ବଞ୍ଚାଇବା ସହ ଜିନପିଙ୍ଗ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି। କିନ୍ତୁ ପଛ ରେକର୍ଡ ଗୁଡିକୁ ଅନୁଧ୍ୟାନ କରି ଚୀନର ତଥ୍ୟ ଉପରେ କୌଣସି ଦେଶ ଶତ ପ୍ରତିଶତ ବିଶ୍ୱାସ କରୁନାହିଁ। 

Also Read: Odisha Cold Wave: ରାଜ୍ୟବ୍ୟାପି ହାଡ଼ଭଙ୍ଗା ଶୀତ, ଏହି ସହର ଭାଙ୍ଗିଲା ସବୁ ରେକର୍ଡ 

ସୂଚନାଯୋଗ୍ୟ, ଉରୁମକ୍ୱିର ଚାରି ନିୟୁତ ବାସିନ୍ଦାଙ୍କ ମଧ୍ୟରୁ ଅନେକ ଲକଡାଉନରେ ରହିଛନ୍ତି। ଶହେ ଦିନ ପର୍ଯ୍ୟନ୍ତ ସେମାନଙ୍କ ଘରୁ ବାହାରକୁ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଉରୁମକ୍ୱି ଠାରୁ ପ୍ରାୟ ୨୭୦୦ କିଲୋମିଟର ଦୂରରେ ଥିବା ବେଜିଂରେ ମଧ୍ୟ କୋରୋନା ଆତଙ୍କ ଦେଖିବାକୁ ମିଳିଛି। ତଥାପି ରାଜଧାନୀ ବାସିନ୍ଦାମାନେ ଲକଡାଉନକୁ ବିଧୋକ କରିଛନ୍ତି। ଏହି ସମୟରେ ପ୍ରଦର୍ଶନ ପ୍ରଦର୍ଶନକାରୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ବୃଦ୍ଧି ପାଉଥିବା କୋରୋନା ମାମଲା ପାଇଁ ଆଗାମୀ କିଛି ସପ୍ତାହ ମଧ୍ୟରେ ଚୀନର ଉଭୟ ଅର୍ଥନୀତି ଏବଂ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

 

 

 

Read More
{}{}