Hindi News >>Home >>Odisha Trending

Kandhamal News: ରାଗ ଉଛନ କରିଦେଲା ସଂସାର, ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

Kandhamal News In Odia : ସ୍ବାମୀ-ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ (Husband Wife Relationship)। ସାତ ଜନ୍ମର ସମ୍ପର୍କ । କିନ୍ତୁ ହାତଧରି ଜୀବନ ସାଥୀ କରିଥିବା ସ୍ବାମୀ ନେଇଗଲା ସ୍ତ୍ରୀର ଜୀବନ (man murders wife)। ପତି ସାଜିଲା ପତ୍ନୀହନ୍ତା । ଘରୋଇ କଳିର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 09, 2023, 05:05 PM IST

Kandhamal News In Odia : ସ୍ବାମୀ-ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ (Husband Wife Relationship)। ସାତ ଜନ୍ମର ସମ୍ପର୍କ । କିନ୍ତୁ ହାତଧରି ଜୀବନ ସାଥୀ କରିଥିବା ସ୍ବାମୀ ନେଇଗଲା ସ୍ତ୍ରୀର ଜୀବନ (man murders wife)। ପତି ସାଜିଲା ପତ୍ନୀହନ୍ତା । ଘରୋଇ କଳିର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । କନ୍ଧମାଳ (Kandhamal)ଜିଲ୍ଲା ଗୋଚ୍ଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ଅଭିଯୁକ୍ତ ସ୍ୱାମୀ ହେଲେ ନାରାୟଣ ବିନ୍ଧାଣୀ । ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବିନ୍ଧାଣି । ଲକ୍ଷ୍ମୀଙ୍କ ଭାଇଙ୍କ ଘରେ ଏକ ପୂଜା ଥିବାରୁ ସେଠାକୁ ଉଭୟ ଲକ୍ଷ୍ମୀ ଓ ନାରାୟଣ ଯାଇଥିଲେ । କୌଣସି କଥାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। 

ଏ-ଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ନାରାୟଣ ଟାଙ୍ଗିଆରେ (axe)ସ୍ତ୍ରୀଙ୍କୁ ହାଣି ପକାଇଥିଲା । ଘଟଣା ଘଟିବା ପରେ ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଲକ୍ଷ୍ମୀଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଗୋଚ୍ଛାପଡ଼ା ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ନାରାୟଣଙ୍କୁ ଗିରଫ କରିଛି । ଏନେଇ ଗୋଚ୍ଛପଡା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

Also Read : Pushpa 2: ମାଲକାନଗିରିର ଘଞ୍ଚ ଜଙ୍ଗଲରେ ସୁଟିଂ ହେବ ‘ପୁଷ୍ପା -୨’!

Also Read : Kendrapara News: ସାଙ୍ଗର ଗୁପ୍ତାଙ୍ଗ କାଟିବା ଘଟଣା, ଏବେ ଭାଇରାଲ ହେଲା ଅଭିଯୁକ୍ତର ନାରୀ ବେଶରେ ଫଟୋ

Also Read : Cuttack News: ବାବାଜୀ ବେଶରେ ଲୁଚିଥିଲା ହତ୍ୟା ଅଭିଯୁକ୍ତ, ତିନି ବର୍ଷ ଧରି ପୋଲିସକୁ ଦେଇ ଆସୁଥିଲା ଚକମା

ତେବେ, ନିକଟରେ କନ୍ଧମାଳର (Kandhamal) ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଅଧୀନରେ ଥିବା କାୟାଲମ୍ବା ଗାଁର କ୍ରାଣ୍ଡିବାଲିରେ  ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଜଣେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ (Drunk man murders wife) ହୋଇଛି। ମୃତକ ମହିଳା ଜଣକ ହେଲେ ମିନତୀ କହଁର । ତେବେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏ ହତ୍ୟାକାଣ୍ତ ଘଟିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ।  

ସୂଚନା ଅନୁସାରେ, ଦୀର୍ଘ ୧୫ ବର୍ଷ ହେବ ମିନତୀ କହଁର କାୟାଲମ୍ବା କ୍ରାଣ୍ଡିବାଲି ସାହିର ସଦାଶିବ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଏକ ୧୦ ବର୍ଷର ଝିଅ ଥିବା ଜଣାପଡିଛି । ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ଜାତିର ହୋଇଥିବା ବେଳେ ଉଭୟ ପରିବାର ଲୋକଙ୍କ ଅନିଚ୍ଛା ସତ୍ୱେ ପ୍ରେମ ବିବାହ କରିବାରୁ ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ମନ ମାଳିନ୍ୟ ରହିଥିଲା । କିନ୍ତୁ ପରେ ତାହା ଉଭୟ ପରିବାରଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢି ଉଠିଥିଲା। ତେବେ (ଶୁକ୍ରବାର) ଦିନ ମିନତୀ, ସ୍ବାମୀ ସଦାଶିବ ଅଧିକାଂଶ ସମୟରେ ନିଶାରେ ବୁଡି ରହୁଛନ୍ତି । ମଦ୍ୟପାନ କରି ଘରକୁ ଫେରୁଥିବା ନେଇ ନିଜ ଦାଦାଙ୍କୁ ଫୋନ ଯୋଗେ କହିଥିଲେ। ଏହି କଥା ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ରାତିରେ ଝଗଡା ହୋଇଥିଲା । ପରେ ଝଗଡା ଉଗ୍ର ରୂପ ନେଇଥିଲା ।

ଘରେ ଥିବା ଏକ ଟାଙ୍ଗିଆ ବେଣ୍ଟରେ ମାରି ଲହୁଲୁହାଣ କରି ଦେଇଥିଲା। ମିନତୀଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ପରେ ମିନତୀଙ୍କ ମୃତ୍ୟୁ ଦେଖି ମଦନିଶା ସଦାଶିବଙ୍କର ଉତୁରି ଯାଇଥିଲା । ପରେ ଟାଙ୍ଗିଆ ବେଣ୍ଟକୁ ଧରି ସେ  ଫିରିଙ୍ଗିଆ ଥାନାକୁ  ଯାଇ ଆତ୍ମ ସମର୍ପଣ କରିଥିବା ଜଣାପଡିଛି ।  ଏ-ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚାରା ଉଚୁରା ଜାରି ରଖିଛି ।

Read More
{}{}