Hindi News >>Home >>Odisha Trending

Road Accident: ତେଲ ଟ୍ୟାଙ୍କର-କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୬ ମୃତ

Road Accident: ଅଶୁଭ ଗୁରୁବାର! ସଡ଼କ ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଗଲା ପୂରା ପରିବାର। ଚାହୁଁଚାହୁଁ ଓଲଟପାଲଟ ହୋଇଗଲା ସବୁକିଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Road Accident) ୬ ଜଣଙ୍କର (six killed) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । 

Advertisement
Road Accident: ତେଲ ଟ୍ୟାଙ୍କର-କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୬ ମୃତ
Stop
Zee Odisha Desk|Updated: Nov 02, 2023, 01:16 PM IST

Road Accident: ଅଶୁଭ ଗୁରୁବାର!  ସଡ଼କ ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଗଲା ପୂରା ପରିବାର। ଚାହୁଁଚାହୁଁ ଓଲଟପାଲଟ ହୋଇଗଲା ସବୁକିଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Road Accident) ୬ ଜଣଙ୍କର (six killed) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । କାର ଓ ଅଏଲ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି (Sangrur Road Accident)। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। ତେବେ, କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ପଞ୍ଜାବ ସଙ୍ଗରୁର ଜିଲ୍ଲାର ମେହେଲାନ୍ ଚୌକରେ (Mehlan Chowk, Sangrur district)ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

Also Read: SRK Net Worth: ସବୁଠୁ ଧନୀ ଅଭିନେତା କିଙ୍ଗ୍ ଖାନଙ୍କ ପାଖରେ ଅଛି କେତେ କୋଟିର ସମ୍ପତ୍ତି?

ସୂଚନା ଅନୁସାରେ, ପଞ୍ଜାବର ଏକ ପରିବାର ମାଲେରକୋଟାଲା ଥିବା ଏକ ଦରଘାକୁ (Dargah of Baba Haider Sheikh in Malerkotla) ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି, ବୁଧବାର ରାତି ପ୍ରାୟ ୨ଟା ସମୟରେ ସପରିବାର ନିଜ କାରରେ ଘରକୁ ଫେରୁଥିଲେ । ତାଙ୍କ କାରଟି, (Mehlan Chowk) ମେଲନ୍ ଚୌକରେ ପହଞ୍ଚି ଥିବା ସମୟରେ ହଠାତ୍ କାରକୁ ସାମ୍ନାପଟୁ ଏକ ଅଏଲ୍ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ, ୨ ଜଣ ମହିଳା ଓ ଦୁଇ ଜଣ ଶିଶୁ ରହିଛନ୍ତି। ଆଉ ଦୁଇଜଣ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍  ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।  କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। 

ସେହିପରି, ନିକଟରେ  କଟକ ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା।  ଆଠଗଡ଼ ତିଗିରିଆ ଥାନା ନୂଆ ରାସ୍ତାରେ ଟ୍ରକ୍‌- କାର୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ କାରରେ ଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କାରଟି ତିଗିରିଆରୁ ଆଠଗଡ଼ ଅଭିମୁଖେ ଆସୁଥିଲା । ଘାଟଣାସ୍ଥଳରେ ତିଗିରିଆ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

 

Read More
{}{}