Hindi News >>Home >>Odisha Trending

Valentine Day: ମହଙ୍ଗା ପଡ଼ିଲା ଭ୍ୟାଲେଣ୍ଟାଇନ ଡେ, ପ୍ରେମ ନିବେଦନ କରିବାକୁ ଆସିଥିବା ଯୁବକଙ୍କୁ ନିର୍ଘାତ ମାଡ଼

Valentine Day News: "ଭ୍ୟାଲେଣ୍ଟାଇନ ଡେ" ଅବସରରେ ପ୍ରେମ ନିବେଦନ କରିବାକୁ ଆସି ହଟହଟା ହୋଇଛନ୍ତି ଜଣେ ଯୁବକ। ମହାରାଷ୍ଟ୍ର ନାଲାସୋପାରା ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। 

Advertisement
Valentine Day: ମହଙ୍ଗା ପଡ଼ିଲା ଭ୍ୟାଲେଣ୍ଟାଇନ ଡେ, ପ୍ରେମ ନିବେଦନ କରିବାକୁ ଆସିଥିବା ଯୁବକଙ୍କୁ ନିର୍ଘାତ ମାଡ଼
Stop
Zee Odisha Desk|Updated: Feb 14, 2023, 09:16 PM IST

Youth Beaten on Valentine Day: ଫେବୃଆରୀ ୧୪ ତାରିଖ "ଭ୍ୟାଲେଣ୍ଟାଇନ ଡେ" ଅବସରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। "ଭ୍ୟାଲେଣ୍ଟାଇନ ଡେ" ଅବସରରେ ପ୍ରେମ ନିବେଦନ କରିବାକୁ ଆସି ହଟହଟା ହୋଇଛନ୍ତି ଜଣେ ଯୁବକ। ସ୍ଥିତି ଏପରି ହୋଇଛି ପ୍ରେମ ନିବେଦନ କରିବାକୁ ଆସିଥିବା ପ୍ରେମିକକୁ ନିର୍ଘାତ ମାଡ଼ ମାରିଛନ୍ତି ପ୍ରେମିକା ପରିବାର ଲୋକେ।

ମହାରାଷ୍ଟ୍ର ନାଲାସୋପାରା ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। ଏଠାରେ ଜଣେ ଯୁବକ "ଭାଲେଣ୍ଟାଇନ୍ସ ଡେ" ଅବସରରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ହେଲେ ପ୍ରେମ ନିବେଦନ କରିବା ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଯାଇଥିଲା। ପ୍ରେମ ନିବେଦନ କରିଥିବା ଯୁବକଙ୍କୁ ଯୁବତୀ ଜଣଙ୍କ ତାଙ୍କ ମାଆଙ୍କ ସହ ମିଶି ନିର୍ଘାତ ମାଡ଼ ମାରିଥିଲେ। ପୂର୍ବ ନାଲାସୋପାରାସ୍ଥିତ ଅଚୋଲେ ରୋଡ୍ ଡନ୍ ଲେନ୍ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା।

ଗତକାଲି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ରାସ୍ତା ମଝିରେ ନିର୍ଘାତ ମାଡ଼ ମରାଯାଇଥିଲା। ଅଭିଯୁକ୍ତ ଯୁବକ ଜଣଙ୍କ "ଭାଲେଣ୍ଟାଇନ୍ସ ଡେ" ଅବସରରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ହେଲେ ଯୁବକଙ୍କ ଏପରି କାର୍ଯ୍ୟକଳାପ ଯୁବତୀଙ୍କ ପସନ୍ଦ ଆସିନଥିଲା। ଯୁବତୀ ଜଣଙ୍କ ତାଙ୍କ ମାଆ ସହ ମିଶି ଯୁବକଙ୍କୁ ବିଧା ଗୋଇଠା ମାରିବା ସହ ନିର୍ଘାତ ପିଟିଥିଲେ। 

ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ ପୁରା ଘଟଣାକ୍ରମକୁ କ୍ୟାମେରାରେ କଏଦ କରି ନେଇଥିଲେ। ଯାହା ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ହେଲେ ତୁଲିଞ୍ଜ ଥାନାରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ କୌଣସି ପ୍ରକାରର ମାମଲା ରୁଜୁ କରାଯାଇ ନାହିଁ। ଏହା ସହିତ ଏହା ମଧ୍ୟ ନିଶ୍ଚିତ କରାଯାଇ ପାରିବ ନାହିଁ ଯେ ପୀଡିତା ଯୁବତୀ ଏବଂ ଅଭିଯୁକ୍ତ ଯୁବକ କେଉଁ ଅଞ୍ଚଳର ବାସିନ୍ଦା। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ପ୍ରତିଦିନ ଝିଅଙ୍କ ସହ ଅସଦାଚରଣ କରାଯିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରିବା ଭଳି କାମ କରାଯାଉଛି।

Read More
{}{}