Hindi News >>Home >>Odisha Trending

Maharashtra Politics: ବିଜେପିରେ ଯିବେ ଅଜିତ ପାୱାର; ମହାରାଷ୍ଟ୍ରରେ ହେବାକୁ ଯାଉଛି ବଡ଼ ଖେଳ, ଏହି ଦିନ ଭାଙ୍ଗିଯିବ ସିନ୍ଦେ ସରକାର!

Maharashtra Politics Crisis: ବିଭାଗ ବଣ୍ଟନ ନେଇ ଅଜିତ ପାୱାର କ୍ୟାମ୍ପ ଓ ବିଜେପି ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିବା ମଧ୍ୟ ଦାବି କରାଯାଇଛି । କୁହାଯାଉଛି ଯେ ଏପ୍ରିଲ୍ ୩୦ ସୁଦ୍ଧା ମହାରାଷ୍ଟ୍ରରେ କ୍ଷମତା ଲଢ଼େଇକୁ ନେଇ ସୁପ୍ରିମକୋର୍ଟ ନିଜ ରାୟ ପ୍ରଦାନ କରିପାରନ୍ତି । 

Advertisement
Maharashtra Politics: ବିଜେପିରେ ଯିବେ ଅଜିତ ପାୱାର; ମହାରାଷ୍ଟ୍ରରେ ହେବାକୁ ଯାଉଛି ବଡ଼ ଖେଳ, ଏହି ଦିନ ଭାଙ୍ଗିଯିବ ସିନ୍ଦେ ସରକାର!
Stop
Tamal Bakchi|Updated: Apr 24, 2023, 12:40 PM IST

Maharashtra Politics: ମହାରାଷ୍ଟ୍ରରେ ଯେଉଁ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି, ତାହା କମ୍ ହେବାର ନାମ ନେଉ ନାହିଁ । ପୁଣି ଥରେ କୁହାଯାଉଛି ଯେ ଅଜିତ ପାୱାର (Ajit Pawar) ଖୁବ୍ ଶୀଘ୍ର ଭାରତୀୟ ଜନତା ପାର୍ଟି (BJP) ରେ ଯୋଗଦେବେ । ମହାରାଷ୍ଟ୍ର ରାଜନୀତି (Maharashtra Politics) ରେ ପ୍ରଭାବ ପକାଇଥିବା ଜଣେ ବଡ଼ ନେତା ନବଭାରତ ଟାଇମ୍ସ ସହିତ କଥାବାର୍ତ୍ତା କରି ଏହି ଦାବି କରିଛନ୍ତି ଯେ, ମେ ୨ ତାରିଖରେ ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଭୂମିକମ୍ପ ହେବ । ଏଥିସହ ଦାବି କରାଯାଇଛି ଯେ ଅଜିତ ପାୱାରଙ୍କ ସହ ୧୨ ଜଣ ବିଧାୟକ ଏନସିପି (NCP) ରୁ ଛାଡ଼ି କରି ବିଜେପି (BJP) ରେ ଯୋଗଦେବେ । ଏହା ପରେ ବର୍ତ୍ତମାନର ସିଏମ୍ ଏକନାଥ ସିନ୍ଦେ (Eknath Shinde) ଙ୍କୁ ମୁଖ୍ୟମନ୍ତ୍ରୀ (Maharashtra CM) ପଦ ଛାଡିବାକୁ ପଡିବ । ଏହି ସମସ୍ତ ଏନସିପି ନେତାଙ୍କ ବିଜେପି (BJP) ରେ ଯୋଗଦେବାର କାରଣ କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ ବିଜେପିର ଚାପକୁ ଦର୍ଶାଉଛି । 

ବିଭାଗ ବଣ୍ଟନ ନେଇ ଅଜିତ ପାୱାର କ୍ୟାମ୍ପ ଓ ବିଜେପି ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିବା ମଧ୍ୟ ଦାବି କରାଯାଇଛି । କୁହାଯାଉଛି ଯେ ଏପ୍ରିଲ୍ ୩୦ ସୁଦ୍ଧା ମହାରାଷ୍ଟ୍ରରେ କ୍ଷମତା ଲଢ଼େଇକୁ ନେଇ ସୁପ୍ରିମକୋର୍ଟ ନିଜ ରାୟ ପ୍ରଦାନ କରିପାରନ୍ତି । ଯେଉଁଥିପାଇଁ ମଇ ୨ରେ ମହାରାଷ୍ଟ୍ରରେ ଏକ ବଡ଼ 'ଖେଳ' ହୋଇପାରେ । ଯଦି ଏହା ଘଟେ ତେବେ ଗୋଟିଏ ପଟେ ଏକନାଥ ସିନ୍ଦେଙ୍କୁ ସିଏମ୍ ପଦ ଛାଡିବାକୁ ପଡିପାରେ ଓ ଅନ୍ୟ ପଟେ ମହାବିକାଶ ଅଘାଡ଼ୀଙ୍କୁ ଆଗାମୀ ନିର୍ବାଚନରେ ​​ଏକ ବଡ଼ କ୍ଷତି ସହିବାକୁ ପଡିପାରେ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏନସିପି ନେତା ଅଜିତ ପାୱାର (Ajit Pawar) ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଆଜି ମଧ୍ୟ ସେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରକୃତରେ ଅଜିତ ପାୱାରଙ୍କୁ ପଚରାଯାଇଥିଲା କି ଆପଣ ୨୦୨୪ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବେ କି? ଏହାର ଜବାବରେ ଅଜିତ ପାୱାର କହିଛନ୍ତି ଯେ ୨୦୨୪ରେ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରିବାର ଆବଶ୍ୟକତା କ’ଣ, ମୁଁ ବର୍ତ୍ତମାନ ଏହାକୁ ଦାବି କରିପାରିବି । ଏଥିପାଇଁ ୨୦୨୪ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିବି? ଅଜିତ ପାୱାର ଏଠାରେ ଅଟକି ନାହାଁନ୍ତି ସେ କହିଛନ୍ତି ଯେ ମୁଁ ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନ ଓ ଉଦ୍ଧବ ଠାକରେଙ୍କ ସହ କାମ କରିଛି । ବିଶେଷ କଥା ହେଉଛି ଏହି ଦୁଇ ଜଣଙ୍କ ମଧ୍ୟରୁ କାହାର ମଧ୍ୟ କୌଣସି ବିଧାୟକ ପଦବୀରେ କୌଣସି ଅଭିଜ୍ଞତା ନଥିଲା । ମୁଁ ଖୁସିରେ ଉଦ୍ଧବ ଠାକରେଙ୍କ ସହିତ କାମ କରିଛି ।

ପୃଥ୍ୱୀରାଜ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ମୁଁ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିଲି । ଏହି ପ୍ରସଙ୍ଗରେ ମହାରାଷ୍ଟ୍ରର ରାଜ୍ୟ କଂଗ୍ରେସ ସଭାପତି ନାନା ପାଟୋଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରିବାର କୌଣସି କ୍ଷତି ନାହିଁ । ତଥାପି, ଏଥିପାଇଁ ପର୍ଯ୍ୟାପ୍ତ ସଂଖ୍ୟା (୧୪୫ ବିଧାୟକ) ରହିବା ଆବଶ୍ୟକ । ଯଦି ଏହି ସଂଖ୍ୟା ଅଜିତ ପାୱାରଙ୍କ ସପକ୍ଷରେ ଅଛି ତେବେ ସେ ସହଜରେ ମୁଖ୍ୟମନ୍ତ୍ରୀ ହୋଇପାରିବେ । ମୁଁ ହେବି, ମୁଁ ହେବାକୁ ଯାଉଛି ଏହା କହିବାର କୌଣସି ଆବଶ୍ୟକତା ନାହିଁ ।

ଏନସିପିରେ ମୋଦି ପ୍ରସଙ୍ଗରେ ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି । ଗୋଟିଏ ପଟେ ମୁମ୍ବାଇରେ ଦଳର ସମ୍ମିଳନୀରେ ଏନସିପି ମୁଖ୍ୟ ଶରଦ ପାୱାର ବିଜେପି ଓ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଅନ୍ୟପକ୍ଷରେ ପୁଣେରେ ଏକ କାର୍ଯ୍ୟକ୍ରମରେ ଅଜିତ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି । ପୁଲୱାମା ଆକ୍ରମଣ ଓ ଗୁଜୁରାଟରେ ନରୋଦା ହିଂସା ଏବଂ ପୁଞ୍ଚରେ ଯବାନଙ୍କ ହତ୍ୟାକୁ ନେଇ ଶରଦ ପାୱାର କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କ ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ଅନିଲ ଦେଶମୁଖ, ନବାବ ମଲିକ ଏବଂ ସମସ୍ତ ବିରୋଧୀଦଳର ନେତାଙ୍କ ବିରୋଧରେ ଇଡି, ସିବିଆଇର କାର୍ଯ୍ୟାନୁଷ୍ଠାନ ପାଇଁ ଶରଦ ପାୱାର ମଧ୍ୟ କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ।

ଅଧିକ ପଢ଼ନ୍ତୁ-ପାକିସ୍ତାନର ଖତରନାକ୍ ଚାଲ୍, ଭାରତରେ ବିଶ୍ୱକପ ଜିତିବା ପାଇଁ ଏହି ଖେଳାଳିଙ୍କୁ କରିବ ନିଜର ଅଧିନାୟକ

ଅଧିକ ପଢ଼ନ୍ତୁ-୧୨ ବର୍ଷ ପରେ ସୂର୍ଯ୍ୟ-ଗୁରୁଙ୍କ ଅଦ୍ଭୁତ ସଂଯୋଗ; ଖୋଲିଯିବ ଏସବୁ ରାଶିଙ୍କ ଭାଗ୍ୟ, ମିଳିବ ବଡ଼ ପଦ ଓ ବର୍ଷିବ ଟଙ୍କା!

ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ନେବା ପାଇଁ ଜାରି ହେଲା ଫର୍ମ, ଯଦି ଏହି ତାରିଖ ପର୍ଯ୍ୟନ୍ତ ନ ଭରିବେ ତ ମିଳିବନି ପେନସନର ଲାଭ

ଅଜିତ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୃଦୟରୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ବିଜେପିରେ ଯାହା କିଛି ଅଛି, ତାହା କେବଳ ନରେନ୍ଦ୍ର ମୋଦିଙ୍କ କାରଣରୁ । ସେ ସାରା ଦେଶରେ ବିଜେପି ବିସ୍ତାର କରିଛନ୍ତି । ୨୦୧୪ ଓ ୨୦୧୯ରେ କେବଳ ମୋଦିଙ୍କ କାରଣରୁ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ମୋଦି ଦେଶର କୋଟି କୋଟି ଲୋକଙ୍କ ବିଶ୍ୱାସ ହାସଲ କରିଛନ୍ତି । ମୋଦି ଯାହା କରିଛନ୍ତି ଅଟଳ ବିହାରୀ ବାଜପେୟୀ, ଏଲ.କେ ଆଡଭାନୀ, ମୁରଲୀ ମନୋହର ଯୋଶୀ ଭଳି ନେତାମାନେ କରିପାରି ନାହାଁନ୍ତି । ତାଙ୍କର ଅବଦାନକୁ ଅସ୍ୱୀକାର କରାଯାଇପାରିବ ନାହିଁ ।

Read More
{}{}