Hindi News >>Home >>Odisha Trending

Shocking News: ବନ୍ଧା ହେଲା ବାନ୍ତି ବିକ୍ରୟ କରୁଥିବା ଗ୍ୟାଙ୍ଗ, ଜାଣନ୍ତୁ କାରଣ

Whale Fish Vomit: ଏମ୍ବରଗ୍ରୀସ ଅର୍ଥାତ୍ ହ୍ୱେଲ ବାନ୍ତି ଏହି ମାଛର ଅନ୍ତନଳୀରେ ଉତ୍ପାଦିତ ଏକ ମହମ ଭଳି ପଦାର୍ଥ। ଯାହା ପ୍ରାୟତଃ ସମୁଦ୍ର ଜଳେ ଭାସିବା ବେଳେ କିମ୍ବା ସମୁଦ୍ର କୂଳରେ ମିଳିଥାଏ। ଏମ୍ବରଗ୍ରୀସ ମୃତ ସ୍ପର୍ମ ହ୍ୱେଲ ମାଛର ପେଟ ଭିତରେ ମଧ୍ୟ ମିଳିପାରେ। ସତେଜ ଉତ୍ପାଦିତ ହ୍ୱେଲ ବାନ୍ତିରେ ମଳର ଗନ୍ଧ ରହିଥାଏ। 

Advertisement
Shocking News: ବନ୍ଧା ହେଲା ବାନ୍ତି ବିକ୍ରୟ କରୁଥିବା ଗ୍ୟାଙ୍ଗ,  ଜାଣନ୍ତୁ କାରଣ
Stop
Zee Odisha Desk|Updated: Jan 18, 2023, 11:39 PM IST

Whale Vomit: କ'ଣ କାହାର ବାନ୍ତିର ମୂଲ୍ୟ ରହିଥାଏ? ତାହା ମଧ୍ୟ ପୁଣି କୋଟିରେ? ହ୍ୱେଲ ମାଛର ବାନ୍ତିର ମୂଲ୍ୟ କେତେ? ହୁଏତ ଏକଥା ଆପଣ ଜାଣିନଥିବେ। ହେଲେ କେବେ ଶୁଣିଛନ୍ତି କୌଣସି ପ୍ରାଣୀର ବାନ୍ତିର ମୂଲ୍ୟ କୋଟି କୋଟି ଟଙ୍କା। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। ହେଲେ ଏହା ସତ୍ୟ।  ସଦ୍ୟ  ମହାରାଷ୍ଟ୍ର ପୋଲିସ ରାଜ୍ୟର ରତ୍ନଗିରି ଜିଲ୍ଲାରେ ଏପରି ଏକ ଗୋଷ୍ଠୀର ପର୍ଦ୍ଦାଫାଶ କରିଛି। ​ଯେଉଁ ଗ୍ୟାଙ୍ଗ କୋଟି ଟଙ୍କା ମୂଲ୍ୟର ଏମ୍ବରଗ୍ରୀସ ଅର୍ଥାତ୍ ହ୍ୱେଲ ମାଛର ବାନ୍ତି ବିକ୍ରି କରିବାକୁ ଆସିଥିଲେ।

ମହାରାଷ୍ଟ୍ର ପୋଲିସ (Maharashtra Police) ରାଜ୍ୟର ରତ୍ନଗିରି ଜିଲ୍ଲାରୁ (Ratnagiri District) ଏକ କିଲୋଗ୍ରାମ ଏମ୍ବରଗ୍ରୀସ (Ambergris) ଅର୍ଥାତ୍ ହ୍ୱେଲ ମାଛର ବାନ୍ତି (Whale Fish Vomit) ସହିତ ୩ ଜଣଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ପୋଲିସ ଏକ ଗୁପ୍ତ ସୂଚନା ପାଇଥିଲା। ଏନେଇ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ପୋଲିସ ଜାଣିବାକୁ ପାଇଥିଲା ଯେ ରାଜ୍ୟର ରତ୍ନଗିରି ଜିଲ୍ଲାର ଖେଡ ଅଞ୍ଚଳରେ ୩ ଜଣ ଯୁବକ ଏମ୍ବରଗ୍ରୀସ ଅର୍ଥାତ୍ ହ୍ୱେଲ ମାଛର ବାନ୍ତି ବିକ୍ରି କରିବାକୁ ଆସିଛନ୍ତି।

ଗୁପ୍ତ ସୂଚନା ଆଧାରରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଏହି ଘଟଣାରେ ପୋଲିସ ହ୍ୱେଲ ବାନ୍ତି ବିକ୍ରି କରିବା ବେଳେ ୩ ଜଣଙ୍କୁ ଗିରଫ କରିଥିଲା। ପୋଲିସ ଏକ କିଲୋଗ୍ରାମ ଏମ୍ବରଗ୍ରୀସ ଜବତ କରିଛି। ବଜାରରେ ଯାହାର ମୂଲ୍ୟ ଦୁଇ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ରତ୍ନଗିରି ଜିଲ୍ଲାର ଖେଡସ୍ଥିତ ଭରନେନାକା ଅଞ୍ଚଳରୁ ଏକ ଦୁର୍ଲଭ ହ୍ୱେଲ ମାଛର (Rare Whale Fish) ବାନ୍ତି ପରିପୂର୍ଣ୍ଣ ହୋଇଥିବା ଏକ ବାକ୍ସ ପୋଲିସ ଜବତ କରିଛି। ଏହି ଘଟଣାରେ ମହାରାଷ୍ଟ୍ର ପୋଲିସ ସହ ସହ ରାଜ୍ୟ ଜଙ୍ଗଲ ବିଭାଗ ଟିମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବିଲୁପ୍ତପ୍ରାୟ ହ୍ୱେଲ ମାଛ ବାନ୍ତିର (Endangered Whale Fish) ଆନ୍ତର୍ଜାତୀୟ ବଜାରରେ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ।

ଏନେଇ ପ୍ରତିକ୍ରିୟା ରଖି ରତ୍ନଗିରି ଏସପି ଧନଞ୍ଜୟ କୁଲକର୍ଣ୍ଣୀ କହିଛନ୍ତି ଯେ ଏମ୍ବରଗ୍ରୀସ ଅର୍ଥାତ୍ ହ୍ୱେଲ ବାନ୍ତି ଏହି ମାଛର ଅନ୍ତନଳୀରେ ଉତ୍ପାଦିତ ଏକ ମହମ ଭଳି ପଦାର୍ଥ। ଯାହା ପ୍ରାୟତଃ ସମୁଦ୍ର ଜଳେ ଭାସିବା ବେଳେ କିମ୍ବା ସମୁଦ୍ର କୂଳରେ ମିଳିଥାଏ। ଏମ୍ବରଗ୍ରୀସ ମୃତ ସ୍ପର୍ମ ହ୍ୱେଲ ମାଛର ପେଟ ଭିତରେ ମଧ୍ୟ ମିଳିପାରେ। ସତେଜ ଉତ୍ପାଦିତ ହ୍ୱେଲ ବାନ୍ତିରେ ମଳର ଗନ୍ଧ ରହିଥାଏ। ହେଲ ପୁରୁଣା ହ୍ୱେଲ ବାନ୍ତି ପ୍ରସାଧାନ ସାମଗ୍ରୀ ପାଇଁ ବ୍ୟବହୃତ ହୁଏ। ପୁରୁଣା ହ୍ୱେଲ ବାନ୍ତି ପ୍ରସାଧାନ ସାମଗ୍ରୀ ନିର୍ମାତା ବ୍ୟବହାର କରିଥାନ୍ତି। ସେମାନଙ୍କ ଦ୍ୱାରା ଉତ୍ପାଦିତ ହୋଇଥିବା ପ୍ରସାଧାନ ସାମଗ୍ରୀକୁ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏହା ଅତର ନିର୍ମାତାଙ୍କ ଦ୍ୱାରା ବ୍ୟବହାର ହୋଇଥାଏ। ବଜାରରେ ଏକ କିଲୋଗ୍ରାମ ହ୍ୱେଲ ବାନ୍ତି କୋଟି କୋଟି ଟଙ୍କା ମୂ୍ଲ୍ୟରେ ବିକ୍ରି ହୋଇଥାଏ। 

Read More
{}{}